ଖାଦ୍ୟ ସୁରକ୍ଷା କାର୍ଡ ନଥିଲେ ବି ମିଳିବ ବାତ୍ୟା ସହାୟତା

ଭୁବନେଶ୍ୱର () ଭୁବନେଶ୍ବର ମହାନଗର ନିଗମର ଫନି ପ୍ରଭାବିତ ପ୍ରତିଟି ବସ୍ତି ବାସିନ୍ଦାଙ୍କୁ ରିଲିଫ୍‌ ମିଳିବ। ଏଥିଲାଗି କୌଣସି ସେମାନଙ୍କ ପାଖରେ କୌଣସି ଖାଦ୍ୟ ସୁରକ୍ଷା କାର୍ଡ ରହିବା ଜରୁରୀ ନୁହେଁ। ଏନେଇ ସ୍ଵତନ୍ତ୍ର ରିଲିଫ୍‌ କମିଶନର ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ଲାଗି ଚିଠି ଲେଖିଛନ୍ତି।

ଭୁବନେଶ୍ଵର ମହାନଗର ନିଗମର ପ୍ରଭାବିତ ବସ୍ତି ବାସିନ୍ଦାଙ୍କ ଲାଗି ମୁଖ୍ୟମନ୍ତ୍ରୀ ଏକ ସ୍ଵତନ୍ତ୍ର ରିଲିଫ୍‌ ପ୍ୟାକେଜ୍‌ ଘୋଷଣା କରିଥିଲେ। ଯେଉଁଥିରେ ୫୦ କିଲୋ ଚାଉଳ, ନଗଦ ୨୦୦୦ ଟଙ୍କା ଏବଂ ପଲିଥିନ୍‌ ବା ପଲିଥିନ୍‌ କିଣିବାକୁ ୫୦୦ ଟଙ୍କା ଦେବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଥିଲେ। ଏହାକୁ ପ୍ରଣୟନ କରିବାକୁ ଯାଇ କେତେକ ବସ୍ତିରେ ଖାଦ୍ୟା ସୁରକ୍ଷା କାର୍ଡ ମାଗିଥିଲେ କର୍ମଚାରୀ। ଏହାକୁ ନେଇ ଅସନ୍ତୋଷ ସୃଷ୍ଟି ହୋଇଥିଲା। ଏପରିକି ବିଭିନ୍ନ ରାଜନୀତିକ ଦଳ ଓ ସାମାଜିକ ସଂଗଠନ ଏହାକୁ ନେଇ ଆପତ୍ତି ଉଠାଇଥିଲେ। ଏନେଇ ସରକାର ହସ୍ତକ୍ଷେପ କରିଛନ୍ତି।

ସ୍ଵତନ୍ତ୍ର ରିଲିଫ୍‌ କମିଶନଙ୍କ ପକ୍ଷରୁ ଏନେଇ ସ୍ଵତନ୍ତ୍ର ବାର୍ତ୍ତା ଯୋଗେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତଥା ଯେମିତି ସମସ୍ତ ପରିବାର ମୁଖ୍ୟମନ୍ତ୍ରୀଙ୍କ ଦ୍ଵାରା ଘୋଷିତ ଏହି ରିଲିଫ୍‌ ପ୍ୟାକେଜ୍‌ ପାଇବେ ସେ ନେଇ ପଦକ୍ଷେପ ନେବାକୁ କୁହାଯାଇଛି।

Share

Leave a Reply

Your email address will not be published. Required fields are marked *

19 + 2 =