ବ୍ୟାପୁଛି ବ୍ଲାକ ଫଙ୍ଗସ୍,ସଚେତନ କଲେ ବିଶେଷଜ୍ଞ

ଭୁବନେଶ୍ୱର: ଦେଶରେ ବ୍ୟାପୁଛି ବ୍ଲାକ ଫଙ୍ଗସ୍ । ଏ ନେଇ ଲୋକଙ୍କୁ ସଚେତନ କରାଇଛନ୍ତି ବିଶେଷଜ୍ଞ । ଏନେଇ ଏସସିବି ମେଡିକାଲ କଲେଜ ଭେଷଜ ବିଭାଗ ମୁଖ୍ୟ ପ୍ରଫେସର ଜୟନ୍ତ ପଣ୍ଡା ପ୍ରେସମିଟରେ ସୂଚନା ଦେଇଛନ୍ତି । ବାୟୁ ମଣ୍ଡଳରେ ରହିଛି ବ୍ଲାକ ଫଙ୍ଗସ୍ । ପୂର୍ବରୁ ମଧ୍ୟ ଲୋକେ ବ୍ଲାକ ଫଙ୍ଗସରେ ଅ ।କ୍ରାନ୍ତ ହେଉଥିଲେ । ଦୀର୍ଘ ଦିନ ଧରି କୌଣସି ଏକ ଗୁରୁତର ରୋଗରେ ସଂକ୍ରମିତ ହୋଇ ଷ୍ଟେରଏଡ୍ କିମ୍ବା ରୋଗ ପ୍ରତିରୋଧକ ଶକ୍ତି ହ୍ରାସ ହେଲେ ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହୋଇଥାନ୍ତି ବୋଲି ସେ ସୂଚନା ଦେଇଛନ୍ତି ।

ମୁଣ୍ଡ ବନ୍ଧା ହେବା, ଅ ।ଖି ଲାଲ ହେବା, ଅ ।ଖିରେ ଦୁଇଟି ଦେଖାଯିବା, ରକ୍ତ ବାନ୍ତି ହେବା, ଛାତି ବ୍ୟଥା ହେବା, ଧଇଁସଇଁ ହେବା ଭଳି ଲକ୍ଷଣ ଦେଖା ଯାଏ । ମଧୁମେହ ରୋଗରେ ପୀଡ଼ିତ ହୋଇଥିଲେ ଏହି ଫଙ୍ଗସରେ ଅ ।କ୍ରାନ୍ତ ହୋଇଥାନ୍ତି । କୋଭିଡ୍ ଚିକିତ୍ସା ସମୟରେ ମଧ୍ୟ ଲୋକଙ୍କ କ୍ଷେତ୍ରରେ ରକ୍ତ ସର୍କରା ବୃଦ୍ଧି ପାଇଥାଏ । ପୂର୍ବରୁ ରକ୍ତ ସର୍କରା ନଥାଇ ପ୍ରଥମେ ବେଶି ରକ୍ତ ସର୍କରା ହୋଇଥିଲେ ବ୍ଲାକ ଫଙ୍ଗସରେ ଅ ।କ୍ରାନ୍ତ ହେବାର ସମ୍ଭାବନା ଅଧିକ । କୋଭିଡ ସଂକ୍ରମିତ ହୋଇ ନଥିବା ବ୍ୟକ୍ତି ପୂର୍ବରୁ ଏହି ରୋଗରେ ଅ ।କ୍ରାନ୍ତ ହୋଇଥାନ୍ତି । ଏପରିକି ଅର୍ଗାନ ଟ୍ରାନସପ୍ଲାଣ୍ଟ ଏବଂ କ୍ୟାନସର ଚିକିତ୍ସାଧିନ ଲୋକେ ମଧ୍ୟ ଏଥିରେ ଅ ।କ୍ରାନ୍ତ ହୋଇଥାନ୍ତି ।

କୋଭିଡ ରୋଗୀଙ୍କ ଠାରେ ରକ୍ତ ସର୍କରା ନିୟନ୍ତ୍ରିତ ନହେବା କିମ୍ବା ଦୀର୍ଘ ଦିନ ଧରି ଷ୍ଟେରଏଡ ଥେରାପି ନେଉଥିଲେ ବ୍ଲାକ ଫଙ୍ଗସରେ ଅ ।କ୍ରାନ୍ତ ହେବାର ସମ୍ଭାବନା ଅଧିକ । କିଛି ବ୍ୟକ୍ତି ବିନା ଡାକ୍ତରୀ ପରାମର୍ଶରେ ଷ୍ଟେରଏଡ ଥେରାପି ନେଉଛନ୍ତି ।ତେଣୁ କୋଭିଡ୍ ରୋଗୀ ହୋମ୍ ଅ ।ଇସୋଲେସନରେ ଥିବା ସମୟରେ ୧୦୪ ସହ ସମ୍ପର୍କରେ ରହି ଔଷଧ ଖାଇବା ଉଚିତ ବୋଲି ସେ କହିଛନ୍ତି । ତେଣୁ କୋଭିଡ ଚିକିତ୍ସା ସମୟରେ ରକ୍ତ ସର୍କରାକୁ ନିୟନ୍ତ୍ରଣ କରାଯିବା ସହ ସୁସ୍ଥ ହେବା ପରେ ଷ୍ଟେରଏଡର ପ୍ରଭାବକୁ ହ୍ରାସ କରାଯାଇଥାଏ ।

ବ୍ଲାକ ଫଙ୍ଗସର ଚିକିତ୍ସା ପାଇଁ ୪ରୁ ୬ ସପ୍ତାହ ଲାଗିଥାଏ । ଚିକିତ୍ସା ପରେ ସୁସ୍ଥ ହେବା ପରେ ମଧ୍ୟ ଘରେ ଅ ।ବଶ୍ୟକ ସତର୍କତା ଅବଲମ୍ବନ କରିବାକୁ ପଡ଼ିଥାଏ ।ଚିକିତ୍ସା ଉଚିତ ସମୟରେ ଅ ।ରମ୍ଭ ହେଲେ ରୋଗମୁକ୍ତ ହୋଇପାରିବେ । ବଗି·ରେ କାମ କରୁଥିବା, ଶିଉଳି ସଫା କରୁଥିବା, ନିର୍ମାଣ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି କିମ୍ବା ସାର କାମ କରୁଥିବା ବ୍ୟକ୍ତି ସୁରକ୍ଷିତ ମାସ୍କ ପିନ୍ଧିବା ଉଚିତ ବୋଲି ସେ କହିଛନ୍ତି ।ଅ ।ବଶ୍ୟକ ପଡିଲେ ଦୁଇଟି ମାସ୍କ ପିନ୍ଧିବା ସହ ଦେହକୁ ସମ୍ପୂର୍ଣ୍ଣ ଘୋଡେଇ ରଖନ୍ତୁ । ମାସ୍କ ସହ, ଗ୍ଲୋଭସ, ଫେସ ସିଲ୍ଡ, ଜୋତା ଅ ।ଦି ପିନ୍ଧିଲେ ହିଁ ବ୍ଲାକ ଫଙ୍ଗସ ସଂକ୍ରମଣକୁ ଏଡ଼ାଇ ଦିଅ ।ଯାଇପାରିବ ।

Share

Leave a Reply

Your email address will not be published. Required fields are marked *

16 + fourteen =