ବାପ-ପୁଅଙ୍କ ମୃତ ଦେହ ଉଦ୍ଧାର

ଇଟାଭାଟି ନିକଟରୁ ଦୁଇଟି ମୃତଦେହ ଉଦ୍ଧାର କରାଯାଇଛି। ସୁନ୍ଦରଗଡ଼ ଜିଲ୍ଲା ହେମଗିରି ଥାନା ବାଙ୍କିବାହାଲ ନିକଟ ଘଟିଛି ଏହି ଘଟଣା ।ମୃତକମାନେ ବାପ-ପୁଅ ବୋଲି ଜଣାପଡ଼ିଛି।ମୃତଦେହ ପାଖରୁ ପୁଲିସ୍ ଏକ ଘାସ ମରା ବିଷ ବୋଲତ ପାଇଛି। ଏଥିରୁ ଉଭୟ ବିଷ ପିଇ ଆତ୍ମହତ୍ୟା କରିଥିବା ଅନୁମାନ କରାଯାଉଛି।ମୃତକମାନେ ପୋଡ଼ମୁଣ୍ଡୀର ମୋହନ ଭୈସାଲ ଏବଂ ତାଙ୍କ ପୁଅ ଅନାଦୀ ଭୈସାଲ।ଆଜି ସକାଳେ କିଛି ଲୋକ ଶୌଚ ପାଇଁ ଯାଇଥିବା ବେଳେ ମୃତଦେହ ଦୁଇଟିକୁ ଦେଖି ପୁଲିସ୍କୁ ଖବର ଦେଇଥିଲେ। ପୁଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ଏହାପରେ ମୃତକଙ୍କ ପରିବାର ସେମାନଙ୍କୁ ଚିହ୍ନଟ କରିଥିଲେ।
ପ୍ରାଥମିକ ତଦନ୍ତରୁ ଏହା ଆତ୍ମହତ୍ୟା ପରି ଲାଗୁଥିଲେ ମଧ୍ୟ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ। ଘଟଣାର ସତ୍ୟତା
ତଦନ୍ତ ପରେ ଜଣାପଡ଼ିବ ବୋଲି ପୁଲିସ୍ କହିଛି।

Share

Leave a Reply

Your email address will not be published. Required fields are marked *

1 × two =