ଆଜି ଆଫଗାନିସ୍ତାନ-ନ୍ୟୁଜିଲାଣ୍ଡ ମ୍ୟାଚ୍ ନିର୍ଦ୍ଧାରଣ କରିବ ଭାରତର ଭାଗ୍ୟ

ଦୁବାଇ: ଟି-୨୦ ବିଶ୍ୱକପରେ ଭାରତ ପ୍ରଥମ ଦୁଇଟି ପରାଜୟ ପରେ ଦଳର ସେମି ଆଶା ଏକପ୍ରକାର ମଉଳି ଯାଇଛି । ତଥାପି ପର ଉପରେ ନିର୍ଭର କରୁଛି ଭାରତ । ଯଦି ଆଜି ଆଫଗାନିସ୍ତାନ ନ୍ୟୁଜିଲାଣ୍ଡ ଭଳି ଶକ୍ତିଶାଳୀ ଦଳକୁ ପରାସ୍ତ କରେ ତେବେ ଭାରତ ସେମିରେ ପହଞ୍ଚିବ । ସେପଟେ ଭାରତ ଶେଷ ମ୍ୟାଚରେ ଦୁର୍ବଳ ଦଳ ନାମ୍ବିଆ ସହ ଖେଳିବ ଏଣୁ ଆଜି ଯଦି ଆଫଗାନିସ୍ତାନ ଜିତିଯାଏ ତେବେ ଭାରତ ବିଜୟ ନିଶ୍ଚିତ କରିବା ସହ ସେମିରେ ସ୍ଥାନ ପକ୍କା କରିବ । ଏଣୁ ଆଫଗାନିସ୍ତାନ ଲାଗି ଭାରତ ପ୍ରାର୍ଥନ କରିବ ।

ଅନ୍ୟପକ୍ଷେ ଆଫଗାନିସ୍ତାନ ଏହି ବିଶ୍ୱକପରେ ଲଢୁଆ ପ୍ରଦର୍ଶନ କରିଛି । ବ୍ୟାଟ୍ସମ୍ୟାନ ସ୍ଥିିର ପ୍ରଦର୍ଶନ ଦେଇଥିବା ବେଳେ ଦଳର ସ୍ପିନରମାନେ ପ୍ରତିପକ୍ଷ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଛନ୍ତି । ହେଲେ ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନଙ୍କ ପାଇଁ ଆସନ୍ତାକାଲିର ମୁକାବିଲା ଚ୍ୟାଲେଞ୍ଜିଂ ହେବ । କାରଣ ଟ୍ରେଣ୍ଟ ବୋଲ୍ଟ, ଟିମ୍ ସାଉଦି ଓ ଆଡାମ ମିଲନେଙ୍କ ଭଳି ପେସ୍ ବୋଲରଙ୍କ ସହ ଇଶ ସୋଧୀ ଓ ମିଚେଲ ସାଣ୍ଟନରଙ୍କ ଭଳି ଅଭିଜ୍ଞ ସ୍ପିନରଙ୍କ ବିପକ୍ଷରେ ବଡ ସ୍କୋର କରିବା ଆଫଗାନିସ୍ତାନ ପାଇଁ ସହଜ ହେବ ନାହିଁ । ଯଦି ଆଫଗାନିସ୍ତାନ ବ୍ୟାଟ୍ସମ୍ୟାନ୍ ଏକ ଚ୍ୟାଲେଞ୍ଜିଂ ସ୍କୋର କରନ୍ତି ତେବେ ରସିଦ ଖାନଙ୍କ ନେତୃତ୍ୱାଧୀନ ଦଳର ବୋଲିଂ ଲାଇନ୍ ଅପ୍ ନ୍ୟୁଜିଲାଣ୍ଡକୁ ଅସୁବିଧାରେ ପକାଇପାରେ ।

Share

Leave a Reply

Your email address will not be published. Required fields are marked *

8 − five =