କାଲି କଳାହାଣ୍ଡି ଜିଲ୍ଲା ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ସୋମବାର କଳାହାଣ୍ଡି ଜିଲ୍ଲା ଗସ୍ତ କରିବେ । ଜିଲ୍ଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସ୍ମାର୍ଟ ହେଲ୍‌ଥ କାର୍ଡ ବଂଟନର ଶୁଭାରମ୍ଭ କରିବେ । ଏହାଛଡା ଅନେକ ଉନ୍ନୟନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ ବି କରିବେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ସୋମବାର ସକାଳ ୯ଟା୫୦ ମିନିଟରେ ଭୁବନେଶ୍ୱର ବିମାନବନ୍ଦରରୁ ବିମାନ ଯୋଗେ ବାହାରି ସକାଳ ୧୦ଟା ୩୫ ମିନିଟରେ କଳାହାଣ୍ଡିର ଉତକେଲା ଏୟାରଷ୍ଟ୍ରିପରେ ପଂହଞ୍ଚିବେ । ସେଠାରୁ ହେଲିକପଟରରେ ମୁଖ୍ୟମନ୍ତ୍ରୀ ଭବାନୀପାଟଣା କଲେଜ ଅଫ୍ ଏଗ୍ରିକଲଚର ପଡିଆରେ ନିର୍ମିତ ହେଲିପ୍ୟାଡରେ ଅବତରଣ କରିବେ । ସେଠାରୁ କାର୍ ଯୋଗେ ସଭାସ୍ଥଳକୁ ଯିବେ ମୁଖ୍ୟମନ୍ତ୍ରୀ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ସଭାସ୍ଥଳରେ ବାୟୋ ବବଲ୍ ସୃଷ୍ଟି କରାଯାଇଛି ।

Share

Leave a Reply

Your email address will not be published. Required fields are marked *

4 × 4 =