ବାବା ରାମ ରହୀମଙ୍କ ସେବା କରିବେ ହନିପ୍ରୀତ

ଚଣ୍ଡିଗଡ଼: ଡେରା ସୌଚ୍ଚ ବାବା ରାମ ରହୀମଙ୍କ ସେବା କରିବେ ହନିପ୍ରୀତ । କରୋନାରେ ଆକ୍ରାନ୍ତ ହୋଇ ମେଦାନ୍ତ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବାବା ରାମ ରହୀମ । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ମୁଖ୍ୟ ଗୁରମୀତ ରାମ ରହୀମର ଗୁରୁଗ୍ରାମସ୍ଥିତ ମେଦାନ୍ତ ହସ୍ପିଟାଲରେ ଚିକିତ୍ସା ଜାରି ରହିଛି । ରାମ ରହୀମକୁ ରବିବାର ଏଠାରେ ଭର୍ତ୍ତି କରାଯାଇଥିଲା । ଏହା ପୂର୍ବରୁ ସ୍ୱାସ୍ଥ୍ୟ ବିଗିଡ଼ିବା ପରେ ବାବାକୁ ରୋହତକର ସୁନାରିଆ ଜେଲରୁ ପିଜିଆଇଏମଏସରେ ଭର୍ତ୍ତି କରାଯାଇଥିଲା ।

ସୂଚନା ଅନୁଯାୟୀ, ରୋହତକର ଡେରା ସୌଚ୍ଚ ହେଉଛନ୍ତି ବାବା ରାମ ରହୀମ । ଜଣେ ମାତାଜୀଙ୍କୁ ଦୁଷ୍କର୍ମ କରିଥିବା ୨୦୧୭ରୁ ଅଭିଯୋଗରେ ଜେଲଦଣ୍ଡ ଭୋଗୁଛନ୍ତି । ୧୨ ବର୍ଷ ତଳର ପୁରୁଣା ମାମଲାରେ ଫଶିଛନ୍ତି ବାବା । ଏହି ମାମଲା ପରେ ବାବାଙ୍କ ଗୋଟିଏ ପରେ ଗୋଟିଏ ଗୁମର ଖୋଲିଥିଲା । ବିଳାସମୟ ଜୀବନ ବିତାଉଥିବା ବାବାଙ୍କ ବିରୋଧରେ ଗୋଟିଏ ପରେ ଗୋଟିଏ ସତ ପଦାରେ ପଡ଼ିଥିଲା ।

Share

Leave a Reply

Your email address will not be published. Required fields are marked *

20 − fourteen =