ବିକିନି ଫଟୋ ପାଇଁ ଚର୍ଚ୍ଚାରେ କ୍ୟାଟ୍ରିନା, ସଲମାନ କଣ କହିଲେ ଜାଣନ୍ତୁ …

ସୁପରଷ୍ଟାର ସଲମାନ ଖାନ ଓ ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନାଙ୍କ ସଂପର୍କ ବିଷୟରେ କାହାକୁ ବା ଅଛପା। ଉଭୟଙ୍କ ବଣ୍ଡିଂ ଏତେ ଭଲ ଯେ ବ୍ରେକ୍ ଅପ୍ ପରେ ମଧ୍ୟ ଦୁହିଁଙ୍କ ବନ୍ଧୁତା ବେଶ ମଜବୁତ ଅଛି। ଆଜି ମଧ୍ୟ ଦୁହେଁ ଏକା ସହ ଫିଲ୍ମରେ କାମ କରନ୍ତି। ଉଭୟଙ୍କୁ ଦର୍ଶକ ପରଦାରେ ଏକାଠି ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି।
କ୍ୟାଟ୍ରିନାଙ୍କ ବିକିନି ଫଟୋ ଭାଇରାଲ ହୋଇଥିବାରୁ ସଲମାନ ରାଗରେ ବହୁତ କିଛି କହିଥିଲେ। ଉଭୟଙ୍କର ବ୍ରେକ୍ଅପ୍ ହୋଇସାରିଥିଲା। କ୍ୟାଟ୍ରିନା ଯେତେବେଳେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ରଣବୀର କପୁରଙ୍କ ସହ ହଲିଡେରେ ଯାଇଥିଲେ ସେହି ସମୟରେ ତାଙ୍କର ବିକିନି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ତେବେ ଗୋଟେ ଫିଲ୍ମ ମ୍ୟାଗ୍ଜିନ କ୍ୟାଟ୍ରିନାଙ୍କର ବିକିନି ଫଟୋ ଛାପି ଦେଇଥିଲା।
ଏହି କାରଣରୁ ସଲମାନ ମିଡିଆ ଉପରେ ଖୁବ୍ ରାଗିଯାଇଥିଲେ। ସଲମାନ ଖାନ କହିଥିଲେ ଯେ ଜଦି ଆପଣଙ୍କର ମାଁ କିମ୍ୱା ଆପଣଙ୍କ ଭଉଣୀଙ୍କର ଏମିତି ଫଟୋଗ୍ରାଫ ମିଡିଆରେ ଲିକ୍ କରାଯାଏ ତ କେମିତି ଲାଗିବ।
କ୍ୟାଟ୍ରିନାଙ୍କ ସପୋର୍ଟରେ ସଲମାନ କହିଥିଲେ ଯେ ସିନେମାରେ କରିବା ଅଲଗା କିନ୍ତୁ ବ୍ୟକ୍ତିଗତ ଜୀବନର କୌଣସି ମୁହୂର୍ତ୍ତର ଫଟୋ ଭାଇରାଲ ହେବା ଅନୁଚିତ୍। ୪ ବର୍ଷର ରିଲେସନଶିପ ପରେ ସଲମାନ ଖାନ ଓ କ୍ୟାଟ୍ରିନାଙ୍କର ବ୍ରେକ୍ଅପ ହୋଇଯାଇଥିଲା।
ଚଲିତ ବର୍ଷ ରିଲିଜ ହେବାକୁ ଥିବା ‘ଭାରତ’ ଚଳଚ୍ଚିତ୍ରରେ ସଲମାନ ଓ କ୍ୟାଟ୍ରିନାଙ୍କୁ ଏକା ସହ ଦେଖିବାକୁ ମିଳିବ। ଏହି ଚଳଚ୍ଚିତ୍ର ଚଳିତ ବର୍ଷ ଇଦ୍ରେ ମୁକ୍ତିଲାଭ କରିବ।

Share

Leave a Reply

Your email address will not be published. Required fields are marked *

5 × two =