କଟକରେ 21ତମ କମନୱେଲଥ ଟେବୁଲ ଟେନିସ ଚମ୍ପିଆନସିପ

ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ ସହ ଚୁକ୍ତିନାମା

ଭୁବନେଶ୍ବର () କଟକ ଜବାହାରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଆୟୋଜିତ ହେବ 21ତମ କମନୱେଲଥ ଟେବୁଲ ଟେନିସ ଚମ୍ପିଆନସିପ । ଏଥିପାଇଁ ଆଜି ରାଜ୍ୟ କ୍ରିଡା ଓ ଯୁବ ବ୍ୟାପାର ବିଭାଗ ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିଆ ଓ ଓଡିଶା ଟେବୁଲ ଟେନିସ ଆସୋସିଏସନ ସହ ଚୁକ୍ତି ସ୍ବାକ୍ଷର କରିଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଆଜି ଏହି ଏମଓୟୁ ସ୍ବାକ୍ଷରିତ ହୋଇଥିଲା । ରାଜ୍ୟ ସରକାରଙ୍କ ପକ୍ଷରୁ କ୍ରିଡା ସଚିବ ବିଶାଲ ଦେବ ଏହି ଚୁକ୍ତି ସ୍ବାକ୍ଷର କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜୁଲାଇ 17ରୁ 22 ପର୍ଯ୍ୟନ୍ତ କଟକରେ 21ତମ କମନୱେଲଥ ଟେବୁଲ ଟେନିସ ଚମ୍ପିଆନସିପର ଆୟୋଜନ ରାଜ୍ୟରେ କ୍ରିଡା ବିଶେଷ କରି ଟେବୁଲ ଟେନିସର ବିକାଶରେ ସହାୟକ ହେବ । ସେ ଟେବୁଲ ଟେନିସ ଫେଡେରେସନ ଓ ଓଡିଶା ଟେବୁଲ ଟେନିସ ଫେଡେରେସନକୁ ରାଜ୍ୟ ସରକାରଙ୍କ ସହ ସହଭାଗୀ ହୋଇଥିବାରୁ ଅଭିନନ୍ଦନ ଜଣାଥିଲେ । ଟେବୁଲ ଟେନିସରେ ଭାରତ ଗତ କିଛି ବର୍ଷ ହେଲା ଭଲ ପ୍ରଦର୍ଶନ କରୁଥିବା ବେଳେ ଓଡିଶାରେ ଏହି ଚମ୍ପିଆନସିପର ଆୟୋଜନ ଦ୍ବାରା ଏହି କ୍ରିଡା ପ୍ରତି ଧିରେ ଧିରେ ଖେଳପ୍ରେମୀଙ୍କ ଆଗ୍ରହ ବୃଦ୍ଧି ପାଇବ । ଏଥିସହିତ ସେ ଏଥିରେ ଭାଗନେଉଥିବା ସବୁ ଦଳଙ୍କ ପାଇଁ ଶୁଭକାମନା କରିଥିଲେ ।

କ୍ରିଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥିଲେ ଯେ, ଏହି ଚମ୍ପିଆନସିପରେ ବିଶ୍ବର ଶ୍ରେଷ୍ଠ କ୍ରିଡାବିତମାନେ ଭାଗନେବେ । 2018 ଏସିଆଡ ଓ କମନୱେଲ ଗେମରେ ଭାରତୀୟ ଖେଳାଳିମାନେ ଉଚ୍ଚକୋଟିର ପ୍ରଦର୍ଶନ କରିଥିଲେ । ଆସନ୍ତା ଚମ୍ପିଆନସିପ ମଧ୍ୟ ସମପରିମାଣରେ ଉତ୍ସାହଜନକ ରହିବ ବୋଲି ଆଶା ପ୍ରକାଶ କରିଥିଲେ ।

ଟେବୁଲ ଟେନିସ ଫେଡେରେସନ ଅଫ ଇଣ୍ଡିର ନିର୍ଦ୍ଦେଶକ ଧନରାଜ ଚୌଧୁରୀ ରାଜ୍ୟରେ ବିଶ୍ବସ୍ତରୀୟ କ୍ରିଡା ଭିତ୍ତିଭୂମୀର ବିକାଶକୁ ପ୍ରଶଂସା କରିଥିଲେ । କ୍ରିଡା ଭିତ୍ତିଭୂମୀ ଓ ଆନ୍ତର୍ଜାତିକ କ୍ରିଡା ଆୟୋଜନର ଦକ୍ଷତା ପ୍ରଦର୍ଶନ କରିଛି । ରାଜ୍ୟ ସରକାର ଏହି 6 ଦିନିଆ ଚମ୍ପିଆନସିପର ଆୟୋଜନ କରୁଥିବାରୁ ସେ ଧନ୍ୟବାଦ ଜଣାଇଥିଲେ । ଓଡିଶା ଟେବୁଲ ଟେନିସ ଆସୋସିଏସନର ସଭାପତି ଏଲଏନ ଗୁପ୍ତା କହିଥିଲେ ଯେ, ଓଡିଶା ଟେବୁଲ ଟେନିସ ଟିମ ଦେଶରେ ଦଶ ନମ୍ବର ସ୍ଥାନରେ ରହିଛି । ରାଜ୍ୟରେ ଏଭଳି ବିଶ୍ବସ୍ତରୀୟ ଚମ୍ପିଆନସିପର ଆୟୋଜନ ଓଡିଶାର ଖେଳାଳିଙ୍କୁ ଉତ୍ସାହିତ କରିବ ।

ଏହି ଚମ୍ପିଆନସିପରେ ଭାରତ ସମେତ ସିଙ୍ଗାପୁର, ମାଲେସିଆ, ବାଙ୍ଗଲାଦେଶ, ଶ୍ରୀଲଙ୍କା, ଇଂଲଣ୍ଡ, ସ୍ଟଟଲାଣ୍ଡ, ଅଷ୍ଟ୍ରେଲିଆ, ସାଉଥ ଆଫ୍ରିକା, ପାକିସ୍ଥାନ ପରି 14ଟି ଦେଶର ଟେବୁଲ ଟେନିସ ଆସୋସିଏସନ ଭାଗ ନେବେ ।

Share

Leave a Reply

Your email address will not be published. Required fields are marked *

twelve − eight =