୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ

ଭୁବନେଶ୍ୱର: ୧୫ ତାରିଖ ପରେ ଗର୍ଭବତୀଙ୍କୁ ଟିକାକରଣ ଆରମ୍ଭ ହେବ । ଏନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ଯେଉଁ ଜିଲ୍ଲାରେ ଯେଉଁ ଟିକା ଦିଆଯାଉଛି, ସେହି ଟିକା ଦିଆଯିବ । ଆଜି ଏନେଇ ଗାଇଡଲାଇନ ସ୍ଥିର କରାଯାଇ ଜଣାଇ ଦିଆଯିବ । ୧୫ ପୂର୍ବରୁ ଏଏନଏମ, ଆଶା, ଅଙ୍ଗନବାଡି, ସ୍ୱାସ୍ଥ୍ୟକର୍ମୀଙ୍କ ତାଲିମ ଶେଷ ହେବ । ରାଜ୍ୟ ସରକାର କହିଛନ୍ତି ଯେ, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଖୁବଶୀଘ୍ର କର୍ମଶାଳାର ଆୟୋଜନ କରିବ । ଏହା ପରେ ରାଜ୍ୟ ପକ୍ଷରୁ ଜିଲ୍ଲା ସ୍ତରରେ ସ୍ୱାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯିବ । ତେଣୁ କିଛି ଦିନ ଅପେକ୍ଷା କରିବାକୁ ହେବ ବୋଲି ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର କର୍ମଶାଳା ପରେ ରାଜ୍ୟ ପକ୍ଷରୁ ପଦକ୍ଷେପ ନିଆଯାଇଛି ।

Share

Leave a Reply

Your email address will not be published. Required fields are marked *

18 − eight =