୨୧ ଆଇଏଏସଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ

ଭୁବନେଶ୍ୱର: କରୋନା ମୁକାବିଲା ନେଇ ବିଭିନ୍ନ ଜିଲ୍ଲା ପାଇଁ ଆଇଏଏସ୍ ମାନଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି | ଭୁବନେଶ୍ୱର ମହାନଗର ନିଗମରେ ସଂକ୍ରମଣ ପ୍ରତିରୋଧ କାର୍ଯ୍ୟକ୍ରମ ତଦାରଖ ଦାୟିତ୍ୱ ନେବେ ଆଇଏଏସ୍ ଅଧିକାରୀ ଅନୁ ଗର୍ଗ ଓ ଡକ୍ଟର ଏନ୍.ତିରୁମାଳା ନାୟକ । ସେହିପରି ବାଲେଶ୍ୱର ଏବଂ ଭଦ୍ରକ ଜିଲ୍ଲା ଦାୟିତ୍ୱରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ମଧୁସୂଦନ ପାଢୀଙ୍କୁ ଦିଆଯାଇଥିବା ବେଳେ ବଲାଙ୍ଗିର, ବରଗଡ଼ ଏବଂ ନୂଆପଡ଼ା ଜିଲ୍ଲା ଦାୟିତ୍ୱରେ ସତ୍ୟବ୍ରତ ସାହୁ ଓ ବେଣୁଧର ବେହେରାଙ୍କୁ ସ୍ୱତନ୍ତ୍ର ଭାବରେ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି ।

ସେହିଭଳି ସମ୍ବଲପୁର ଓ ସୋନପୁର ଜିଲ୍ଲାରେ କୋଭିଡ୍ ପର୍ଯ୍ୟବେକ୍ଷକ ଭାବେ ଚିତ୍ରା ଅରୁ ମୁଗମଙ୍କୁ ନିଯୁକ୍ତ କରାଯାଇଥିବା ବେଳେ ସାଶ୍ୱତ ମିଶ୍ର ଓ ବିଷ୍ଣୁ ପ୍ରସାଦ ମିଶ୍ରଙ୍କୁ କଳାହାଣ୍ଡି-କନ୍ଧମାଳ ଓ ବୌଦ୍ଧ ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କୋରାପୁଟ-ମାଲକାନଗିରି-ରାୟଗଡ଼ା ଓ ନବରଙ୍ଗପୁର ଜିଲ୍ଲା ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ତୁଲାଇବେ ଭି.ଭି ଯାଦବ ଓ ରସିଦ୍ ଖାନ୍ । ଝାରସୁଗୁଡ଼ା ଓ ସୁନ୍ଦରଗଡ଼ ଜିଲ୍ଲା ପାଇଁ ନିକୁଞ୍ଜ ବିହାରୀ ଧଳଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଭାବରେ ଦାୟିତ୍ୱ ଦିଆଯାଇଥିବା ବେଳେ ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲା ପାଇଁ ସୁରେନ୍ଦ୍ର କୁମାର ଓ ଶ୍ରୀକାନ୍ତ ପୃଷ୍ଟିଙ୍କୁ ନିଯୁକ୍ତ କରାଯାଇଛି ।

ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଜି. ମାଥି ଭାଥନନ, ଯାଜପୁର-ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା ପାଇଁ ହେମନ୍ତ ଶର୍ମା ଓ ଡ. ସୁରେଶ ଚନ୍ଦ୍ର ଦଳାଇଙ୍କୁ ନିଯୁକ୍ତ କରାଯାଇଛି । ଗଜପତି ଜିଲ୍ଲା ପାଇଁ ଟି. ୱାପଙ୍ଗ ଆଓଙ୍କୁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଥିବା ବେଳେ ଅନୀଲ କୁମାର ସାମଲଙ୍କୁ କଟକ-ନୟାଗଡ଼-ପୁରୀ ଓ ଖୋର୍ଦ୍ଧା ଜିଲ୍ଲା ଦାୟିତ୍ୱ ଦିଆଯାଇଛି । କଟକ ନଗର ଓ ଗ୍ରାମାଞ୍ଚଳ ପାଇଁ କୋଭିଡ୍ ପର୍ଯ୍ୟବେକ୍ଷକ ଦାୟିତ୍ୱ ସୁଶାନ୍ତ ମହାପାତ୍ର ତୁଲାଇବେ ବୋଲି ରାଜ୍ୟ ସରକାରଙ୍କ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

Share

Leave a Reply

Your email address will not be published. Required fields are marked *

fifteen − five =