ନିରଂଜନଙ୍କ ଇଟାର ଜବାବ ପଥରରେ ଦେଲେ ବଦ୍ରି

ଭୁବନେଶ୍ବର () ଆସନ୍ତା ସାଧାରଣ ନିର୍ବାଚନକୁ ନେଇ ରାଜନୈତିକ ଉଷ୍ମତା ବଢୁଥିବା ବେଳେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର ଓ ପିସିସି ସଭାପତି ନିରଂଜନ ପଟ୍ଟନାୟକଙ୍କ ମଧ୍ୟରେ କଥା କଟାକଟି ବି ସେତିକି ତୀବ୍ର ହେଉଛି । ଗତକାଲି ନିରଂଜନ ବଦ୍ରି ପାତ୍ରଙ୍କୁ ଘସିପୁରାରୁ ନିର୍ବାଚନ ଲଢିବା ପାଇଁ ଚ୍ୟାଲେଂଜ କରିଥିବା ବେଳେ ଆଜି ବଦ୍ରି ବାବୁ ପିସିସି ସଭାପତିଙ୍କୁ କଟାକ୍ଷ କରିଛନ୍ତି ।

ନିରଂଜନଙ୍କ ଇଟାର ଜବାବ ପଥରରେ ଦେବାକୁ ଯାଇ ବଦ୍ରି ପାତ୍ର କହିଛନ୍ତି ଯେ, ନିରଞ୍ଜନ ପଟ୍ଟନାୟକ ନିର୍ବାଚନ ନଲଢି ଦଳ ପାଇଁ ପ୍ରଚାର କରନ୍ତୁ । ତାହାଦ୍ବାରା ତାଙ୍କ ଦଳ ଯଦି କ୍ଷମତାକୁ ଆସିଲା ତେବେ ସେ ବ୍ୟାକ୍ ଡୋରରେ ମୁଖ୍ୟମନ୍ତ୍ରୀ ହୋଇପାରିବେ । କିନ୍ତୁ ତାଙ୍କ ସହ ଲଢି ହାରିଗଲେ ଆଉ ମୁଖ୍ୟମନ୍ତ୍ରୀ ହେବାର କୌଣସି ସୁଯୋଗ ନାହିଁ । ଗୋଟିଏ ଜାତୀୟ ଦଳର ରାଜ୍ୟ ସଭାପତି ଭାବେ ସେ ତାଙ୍କୁ ତାଙ୍କ ସମକକ୍ଷ ଭାବୁଥିବାରୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି ବଦ୍ରି ବାବୁ । କାରଣ ବିଜେଡିରେ ସେ ଜଣେ ସାଧାରଣ କର୍ମୀ, ଆଉ ନିରଂଜନ ପଟ୍ଟନାୟକ ଏକ ଦଳର ରାଜ୍ୟ ସଭାପତି ସହ ତାଙ୍କ ଦଳରେ ତାଙ୍କୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ପ୍ରୋଜେକ୍ଟ କରାଯାଉଛି ।

ସେଥିସହିତ ସେ କହିଛନ୍ତି ଯେ, ନିରଞ୍ଜନ ବାବୁ ତାଙ୍କୁ ଟିକଟ ଦେବେନି । ବିଜେଡିରେ ସେ ନିର୍ବାଚନ ଲଢିବେ କି ନାହିଁ ତାହା ତାଙ୍କ ଦଳର ମୁଖିଆ ନିଷ୍ପତ୍ତି ନେବେ । ଏଥିସହିତ ବଦ୍ରିବାବୁ ନିରଂଜନଙ୍କୁ 2000 ମସିହା ନିର୍ବାଚନ କଥା ମନେ ପକାଇଦେଇଛନ୍ତି । 2000ରେ ବଦ୍ରି ବାବୁ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ନିରଂଜନଙ୍କୁ 10ହଜାର ଭୋଟରେ ହରାଇଥିଲେ । ତେଣୁ ନିରଂଜନ ତାଙ୍କ ବିରୋଧରେ ନିର୍ବାଚନ ନଲଢି ବ୍ୟାକ ଡୋର ଏଣ୍ଟ୍ରି କରନ୍ତୁ ବୋଲି କଟାକ୍ଷ କରିଛନ୍ତି ବଦ୍ରି ପାତ୍ର ।

Share

Leave a Reply

Your email address will not be published. Required fields are marked *

eight + eleven =