ମୋ ସ୍ବାସ୍ଥାବସ୍ଥା ନେଇ ବୈଜୟନ୍ତ ମିଛ ପ୍ରଚାର କରୁଛନ୍ତି : ନବୀନ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପୂରା ଫିଟ ଏବଂ ଓଡିଶାବାସୀଙ୍କ ସ୍ବାର୍ଥ ପାଇଁ ଲଢିବାକୁ ପୂରା ପ୍ରସ୍ତୁତ । ନବୀନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲନାହିଁ ବୋଲି ଗଣମାଧ୍ୟମରେ ହେଉଥିବା ଚର୍ଚ୍ଚାରେ ରୋକ ଲଗାଇବାକୁ ନିକଟରେ ତାଙ୍କର ଏକ ବ୍ୟାୟାମ ଭିଜୁଆଲ ଭାଇରାଲ ହୋଇଥିଲା ।

ହେଲେ ଏହି ଭିଡିଓ ଉପରେ ପ୍ରତିକ୍ରିୟା ରଖି ବିରୋଧୀ ଦଳର କିଛି ନେତା ବିଶେଷ କରି ବିଜେପିର କେନ୍ଦ୍ରାପଡା ଲୋକସଭା ପ୍ରାର୍ଥୀ ବୈଜୟନ୍ତ ପଣ୍ଡା ଏହି ଭିଡିଓକୁ ମିଛ ବୋଲି କହି ତାଙ୍କ ସ୍ବାସ୍ଥାବସ୍ଥା ଠିକ ନାହିଁ ବୋଲି କହିଥିଲେ । ତେବେ ଏନଡିଟିଭି ଏହାର ରିଅଲିଟି ଚେକ କରିଛି । ଆଉ ଏଥିରୁ ବୈଜୟନ୍ତ ଜଣେ ଅଭ୍ୟାସଗତ ମିଛୁଆ ବୋଲି ଧରାପଡିଯାଇଛନ୍ତି ।

ଏନଡିଟିଭିର ଶ୍ରୀନିବାସନ ଜୈନ ମୁଖ୍ୟମନ୍ତ୍ରୀଙ୍କ ୱାର୍କ ଆଉଟ ସମୟରେ ନବୀନଙ୍କ ସହ ଆଲୋଚନା କରିଛନ୍ତି । ଏପରିକି ମୁଖ୍ୟମନ୍ତ୍ରୀ କିଭଳି ପ୍ରତିଦିନ ସକାଳେ ଜଗିଂ, ଯୋଗ, ସାଇକଲିଂ, ଭାର ଉତ୍ତୋଳନ ଆଦି କରୁଛନ୍ତି ତାର ରିଅଲିଟି ଚେକ କରିଛି ଏନଡିଟିଭି । ତେବେ ତାଙ୍କ ସ୍ବାସ୍ଥ୍ୟକୁ ନେଇ ବୈଜୟନ୍ତ ପଣ୍ଡା ନିଜସ୍ବ ରାଜନୈତିକ ସ୍ବାର୍ଥ ପାଇଁ ମିଛ ପ୍ରଚାର କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଏନଡିଟିଭିକୁ ସାକ୍ଷାତକାରରେ କହିଛନ୍ତି । ଏପରିକି ସେ ବିଜେଡିକୁ ନିଜ କବଜାକୁ ନେବାକୁ ଚେଷ୍ଟା କରିଥିଲେ ବୋଲି ନବୀନ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

fourteen + eighteen =