ଏହି ଅଭିନେତ୍ରୀଙ୍କୁ ଅନ୍ତର୍ଜାତୀୟ ସମ୍ମାନ

ମୁମ୍ବାଇ() ବଲିଉଡ୍ ଅଭିନେତ୍ରୀ ଦୀପିକା ପାଦୁକୋନ୍ ନିଜ ଅଭିନୟ ଯାଦୁରେ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ଦୀପିକାଙ୍କୁ ୱର୍ଲଡ ଇକୋନୋମିକ ଫୋରମ୍ କ୍ରିଷ୍ଟଲ ଆୱାର୍ଡ଼ରେ ସମ୍ମାନିତ କରିଛି। ୨୦୨୦ର ଏହି ବିଜେତା ତାଲିକାରେ ଦୀପିକା ଏକମାତ୍ର ଭାରତୀୟ ଭାବେ ସ୍ଥାନ ପାଇଛନ୍ତି। ତାଙ୍କର ମାନସିକ ସ୍ୱାସ୍ଥ୍ୟ ସଚେତନତା କାର୍ୟ୍ୟ ପାଇଁ ତାଙ୍କୁ ଏହି ସମ୍ମାନ ଦିଆଯାଇଛି। ସ୍ୱିଜରଲ୍ୟାଣ୍ଡର ଡାଭୋସ୍ରେ ଆୟୋଜିତ ୨୬ତମ କ୍ରିଷ୍ଟଲ ଆୱାର୍ଡ଼ରେ ତାଙ୍କୁ ସମ୍ମାନିତ କରାଯାଇଛି।

ଦୀପିକା ଆୱାର୍ଡ଼ ନେବା ସମୟର ଫଟୋ ଓ ଭିଡିଓ ସୋଶାଲ୍ ମିଡିଆରେ ଭାଇରାଲ୍ ହେଉଛି। ଫଟୋରେ ସେ ଏକ ପର୍ପଲ କଲର୍ର ସୁନ୍ଦର ଗାଉନ୍ ପିନ୍ଧି ହାତରେ ଆୱାର୍ଡ଼ ଧରିଥିବା ଦେଖିବାକୁ ମିଳିଛି। ନିକଟରେ ଦୀପିକାଙ୍କ ଫିଲ୍ମ ‘ଛପାକ୍’ ରିଲିଜ୍ ହୋଇଥିଲା। ଏହି ଫିଲ୍ମଟି ଏସିଡ୍ ଆକ୍ରମଣର ଶିକାର ହୋଇଥିବା ଲକ୍ଷ୍ମୀ ଅଗ୍ରୱାଲଙ୍କ କାହାଣୀ ଉପରେ ଆଧାରିତ।

 

 

Share

Leave a Reply

Your email address will not be published. Required fields are marked *

13 − nine =