ଅକ୍ଟୋବର ୧୭ରୁ  ଟି-୨୦ ବିଶ୍ୱକପ

ନୂଆଦିଲ୍ଲୀ: ଆସନ୍ତା ଅକ୍ଟୋବର ୧୭ ତାରିଖରୁ ୟୁଏଇ ଓ ଓମାନରେ ଖେଳାଯିବ ଟି-୨୦ ବିଶ୍ୱକପ । ଆଜି ଆଇସିସି ପକ୍ଷରୁ ଏଭଳି ସୂଚନା ଦିଆଯାଇଛି । କରୋନା ମହାମାରୀ ଯୋଗୁଁ ଭାରତରେ ଆୟୋଜନ ହେବାକୁ ଥିବା ଏହି ବଡ଼ ଟୁର୍ଣ୍ଣାମେଣ୍ଟ ୟୁଏଇ ଓ ଓମାନରେ ଖେଳାଯିବ । ୟୁଏଇର ଆବୁଧାବି, ଦୁବାଇ ଇଣ୍ଟର ନ୍ୟାସନାଲ ଷ୍ଟିୟମ ଓ ଓମାନ କ୍ରିକେଟ ଏକାଡେମୀ ଗ୍ରାଉଣ୍ଡରେ ସମସ୍ତ ମ୍ୟାଚ ଖେଳାଯିବ ।

ଆୟୋଜନ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟରେ ୮ଟି ଦଳ ଯୋଗ୍ୟତା ଅର୍ଜନ ମ୍ୟାଚ ଖେଳିବେ । ତେବେ ଏହି ୮ଟି ଟିମ୍ ହେଲେ ବାଲାଂଦେଶ, ଶ୍ରୀଲଙ୍କା, ଆୟାରଲ୍ୟାଣ୍ଡ, ନେଦରଲ୍ୟାଣ୍ଡ, ସ୍କଟଲ୍ୟାଣ୍ଡ, ନାମିବିଆ, ଓମାନ ଓ ପାପୁଅ ଦଳ ଅଂଶ ଗ୍ରହଣ କରିବେ । ଏମାନଙ୍କ ମଧ୍ୟରୁ ୪ଟି ଟିମ୍ ସିଲେକ୍ସନ ହେବେ । ଏହାପରେ ସିଧା ଟୁର୍ଣ୍ଣାମେଣ୍ଟରେ ଭାଗ ନେଇପାରିବେ । ତେବେ ଆଗାମୀଦିନରେ କାର୍ଯ୍ୟସୂଚୀ ପ୍ରକାଶ କରାଯିବ ବୋଲି ସୂଚନା ମିଳିଛି ।

Share

Leave a Reply

Your email address will not be published. Required fields are marked *

9 + 8 =