ଜଙ୍ଗଲରେ ନିଆଁ ଲଗାଇ ୨ ଗିରଫ

ବୌଦ୍ଧ: ଜଙ୍ଗଲରେ ପୁଣି ନିଆଁ ଲଗାଇ ୨ ଗିରଫ । ବୌଦ୍ଧ ଜିଲ୍ଲା ମାଧପୁର ରେଞ୍ଜ ମୁଣ୍ଡେଶ୍ୱର ଜଙ୍ଗଲର ଘଟଣା । ସେମାନଙ୍କ ନିକଟରେ ଅନେକ ସାମଗ୍ରୀ ଜବତ ହୋଇଛି । ଗିରଫ ଅଭିଯୁକ୍ତମାନେ ମାଧପୁର କଲୋନୀ ସାହିର ବୋଲି ଜଣାପଡିଛି ।

ସୂଚନା ଅନୁଯାୟୀ, ଗତକାଲି ରାତିରେ ମୁଣ୍ଡେଶ୍ୱର ସଂରକ୍ଷିତ ଜଙ୍ଗଲରେ ପେଟ୍ରୋଲିଂ ବେଳେ ୪ଟି ସ୍ଥାନରେ ନିଆଁ ଲାଗିଥିବା ବେଳେ ବାପ ପୁଅ ବନ ବିଭାଗ ସ୍କ୍ୱାର୍ଡକୁ ଦେଖି ଦୌଡି ପଳାଇବାକୁ ଉଦ୍ୟମ କଲା ବେଳେ ଧରାପଡ଼ିଛନ୍ତି । ଅଭିଯୁକ୍ତମାନେ ହେଲେ ମାଧପୁର କଲୋନୀ ସାହିର ଆସନ ମାଝୀ ଓ ତାଙ୍କ ପୁଅ ଶ୍ୟାମଘନ ମାଝୀ ।ଚଢ଼ାଉ ବେଳେ ରେଂଜ ଅଧିକାରୀ ସରୋଜ ମିଶ୍ର, ଫରେଷ୍ଟର ସ୍ୱାଧୀନ ସମାଲ, ବନରଖି ସତିରଂଜନ କମ୍ପୋ ସମେତ ଫାୟାର ସ୍କ୍ୱାର୍ଡ କର୍ମଚାରୀ ସାମିଲ ଥିଲେ ।

ସେହିପରି ଗତ ୧୩ ତାରିଖ ପୁରୁଣାକଟକ ରେଞ୍ଜ ମୁଣ୍ଡେଶ୍ଵର ଜଙ୍ଗଲରୁ ୪ ଜଣଙ୍କୁ ଓ ରବିବାର ମନମୁଣ୍ଡା ରେଞ୍ଜ ସୁବର୍ଣ୍ଣଗିରି ଜଙ୍ଗଲରୁ ବନ୍ଧୁକ ସହ ୨ ଜଣଙ୍କୁ ଗିରଫ କରାଯାଇଥିଲା । ସେମାନଙ୍କୁ ବନ ବିଭାଗ କୋର୍ଟ ଚାଲାଣ କରିଥିବା ବେଳେ ଆଜି ଏହି ବାପପୁଅଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାପଡିଛି ।

Share

Leave a Reply

Your email address will not be published. Required fields are marked *

fifteen − 6 =