ପୁଲୱାମାରେ ଆକ୍ରମଣ ଘଟଣାକୁ କାପୁରୁଷପଣିଆ କହିବା ସହ ସହିଦ ପରିବାରକୁ ୫କୋଟି ସହାୟତା…

ଜମ୍ମୁକଶ୍ମୀର ପୁଲୱାମାରେ ସିଆରପିଏଫଙ୍କ ଉପରେ ହୋଇଥିବା ଆକ୍ରମଣକୁ ନେଇ ଖିଲାଡ଼ି ତାରକା ଅକ୍ଷୟ କୁମାର ନିନ୍ଦା କରିବା ସହ ଏପରି ଘଟଣାକୁ କାପୁରୁଷପଣିଆ ବୋଲି କହିଛନ୍ତି । ସବୁବେଳେ ଦେଶର ସିପାହିଙ୍କ ସପକ୍ଷରେ ସ୍ୱର ଉଠାଉଥିବା ଅକ୍ଷୟ କୁମାର ସହିଦ ଯବାନଙ୍କ ପରିବାର ପାଇଁ ସହାୟତାର ହାତ ବଢ଼ାଇଛନ୍ତି । ସହିଦ ପରିବାରକୁ ୫ କୋଟି ଟଙ୍କା ପ୍ରଦାନ କରିବେ ବୋଲି କହିଛନ୍ତି ଅକ୍ଷୟ କୁମାର । ଏହାପୂର୍ବରୁ ବିଗ୍ ବି ମଧ୍ୟ ସହିଦ ପରିବାରକୁ ସହାୟତାର ହାତ ବଢ଼ାଇଥିଲେ । ଅମିତାଭଙ୍କ ବ୍ୟତୀତ ସଲମାନ ଖାନ୍ ମଧ୍ୟ ସାହାଯ୍ୟ କରିବା ପାଇଁ ଆଗେଇ ଆସିଛନ୍ତି ।
ଅକ୍ଷୟ କୁମାର ସାହାଯ୍ୟ କରିବା ସହିତ ଦେଶର ଅନ୍ୟ ନାଗରିକ ମାରଙ୍କୁ ମଧ୍ୟ ସାହାଯ୍ୟ କରବା ପାଇଁ ଉତ୍ସାହିତ କରିଛନ୍ତି । ଟ୍ୱିଟ୍ କରି କହିଛନ୍ତି ପୁଲୱାମା ଆକ୍ରମଣକୁ କେହି ଭୁଲିପାରିବେ ନାହଁ । ସମସ୍ତ ଦେଶବାସୀ ଏବେ କ୍ରୋଧରେ ଜର୍ଜରିତ । ଏବେ କିଛି କରିବାର ସମୟ ଆସିଛି । ଆତଙ୍କବାଦ ବିରୋଧରେ ଏବେ କାର୍ୟ୍ୟାନୁଷ୍ଠାନ ଦରକାର । ସହିଦ ପରିବାରଙ୍କୁ ସାହାଯ୍ୟ କରିବା ପାଇଁ ସକ୍ଷମ ମତେ ସହାୟତା କରିବା ଉଚିତ ବୋଲି କହିଛନ୍ତି ଅକ୍ଷୟ କୁମାର ।

Share

Leave a Reply

Your email address will not be published. Required fields are marked *

3 + eighteen =