କ୍ଷତି ସହିବୁ ହେଲେ ପାକିସ୍ଥାନକୁ ଟମାଟୋ ଦେବୁନାହିଁ : ଚାଷୀ

ମ୍ମୁ-କଶ୍ମୀର ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ଦେଶ ୪୦ ବୀରପୁତ୍ରକୁ ହରାଇଛି । ସାରା ଦେଶର ଲୋକ କ୍ରୋଧରେ ଜର୍ଜରିତ ହୋଇଅଛନ୍ତି । ତେବେ ସରକାର କେବେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବେ ସେକଥା ସମୟ କହିବ, ଆମ ଦେଶର ମେରୁଦଣ୍ଡ କୁହାଯାଉଥିବା କୃଷକମାନେ କିନ୍ତୁ ପାକିସ୍ତାନକୁ ପାନେ ଚଖାଇବା ପାଇଁ ନିଷ୍ପତ୍ତି ନେଇସାରିଛନ୍ତି । ମଧ୍ୟପ୍ରଦେଶ ଝାବୁଆ ଜିଲ୍ଲାର କୃଷକମାନେ ଜୟ ଜବାନ ଜୟ କିଷାନ ନାରା ଦେଇ ପାକିସ୍ତାନକୁ କଡ଼ା ଯବାବ ଦେଇଛନ୍ତି । ଜିଲ୍ଲାର କୃଷକମାନେ ପାକିସ୍ତାନକୁ ଟମାଟୋ ପଠାଇବା ପାଇଁ ମନା କରିଦେଇଛନ୍ତି ।
ଝାବୁଆ ଜିଲ୍ଲାରେ ପେଟଲାବଦରେ ରପ୍ତାନୀ ହେଉଥିବା ଟମାଟୋ ଚାଷ କରାଯାଏ । ପାକିସ୍ତାନରେ ଝାବୁଆ ଜିଲ୍ଲା ଟମାଟୋର ଚାହିଦା ରହିଛି । ଆଉ ପେଟଲାବଦର କୃଷକମାନେ ଟମାଟୋ ଚାଷ ଉପରେ ପୁରାପୁରି ନିର୍ଭରଶୀଳ । ହେଲେ କୃଷକମାନେ ଏବେ ଲାଭ ନଦେଖି ପାକିସ୍ତାନକୁ ଟମାଟୋ ପଠାଇବା ପାଇଁ ମନାକରିଦେଇଛନ୍ତି । ଦେଶଭକ୍ତିକୁ ଅଧିକ ମହତ୍ୱ ଦେଇଛନ୍ତି ପେଟଲାବଦ କୃଷକ । ସ୍ଥାନୀୟ ବଜାରରେ ଟମାଟୋ ବିକ୍ରୀ କଲେ ସେମାନଙ୍କୁ ୧୦ଟଙ୍କା ମିଳେ କିନ୍ତୁ ପାକିସ୍ତାନକୁ ରପ୍ତାନୀ କରିବା ଦ୍ୱାରା ସେମାନଙ୍କୁ କିଲୋ ପ୍ରତି ୪୦ ଟଙ୍କା ମିଳେ । ହେଲେ କୃଷକମାନେ କହିଛନ୍ତି କ୍ଷତି ସହିବୁ ହେଲେ ପାକିସ୍ଥାନକୁ ଟମାଟୋ ଦେବୁନାହିଁ ।

Share

Leave a Reply

Your email address will not be published. Required fields are marked *

1 + twelve =