ଯୋଗର ପ୍ରସାର ଦିଗରେ ପ୍ରମୁଖ ଭୂମିକା ତୁଲାଇଥିବା ଗଣମାଧ୍ୟମ ଓଡିଶା ଏକ୍ସପ୍ରେସ: ଜାଭଡେକର

ନୂଆଦିଲ୍ଲୀ() ନୂଆଦିଲ୍ଲୀ ସ୍ଥିତ ନ୍ୟାସନାଲ ମିଡିଆ ସେଣ୍ଟର ଠାରେ ଆଜି ଆୟୋଜିତ ଏକ ଭବ୍ୟ କାର୍ୟ୍ୟକ୍ରମରେ ସୂଚନା ଏବଂ ପ୍ରସାରଣ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର ଦୈନିକ ସମ୍ବାଦପତ୍ର ଓଡିଶା ଏକ୍ସପ୍ରେସକୁ ପ୍ରଥମ ଆନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ମିଡିଆ ସମ୍ମାନରେ ପୁରସ୍କୃତ କରିଛନ୍ତି । ଓଡିଶା ଏକ୍ସପ୍ରେସ୍ର କାର୍ୟ୍ୟନିର୍ବାହୀ ସମ୍ପାଦକ ଅମ୍ବିକା ପ୍ରସାଦ ଦାସ କେନ୍ଦ୍ରମନ୍ତ୍ରୀ ଶ୍ରୀ ଜାଭଡେକରଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ।
ସମାରୋହକୁ ସମ୍ବୋଧିତ କରି ଶ୍ରୀ ଜାଭଡେକର କହିଛନ୍ତି ଯେ ଏହି ପୁରସ୍କାର ସମାଜର କଲ୍ୟାଣ ପାଇଁ ଯୋଗର ପ୍ରସାର ଦିଗରେ ପ୍ରମୁଖ ଭୂମିକା ତୁଲାଇଥିବା ଗଣମାଧ୍ୟମ ସଂସ୍ଥା ଲାଗି ଏକ ଅଦ୍ୱିତୀୟ ସମ୍ମାନ ବୋଲି ବର୍ଣ୍ଣନା କରିଥିଲେ ।

ବିଭିନ୍ନ ଗଣମାଧ୍ୟମ ସଂସ୍ଥାର ପ୍ରୟାସକୁ ପ୍ରଶଂସା କରି ଶ୍ରୀ ଜାଭଡେକର କହିଛନ୍ତି ଯେ ମନ୍ତ୍ରଣାଳୟ ତରଫରୁ ଏହା ପ୍ରଥମ ଆୟୋଜନ ଯାହାକି ସମାଚାର, ବିଚାର ଏବଂ ବିଜ୍ଞାପନ ଠାରୁ ଊଦ୍ଧ୍ୱର୍ରେ । ଗଣମାଧ୍ୟମ ସଂସ୍ଥାଗୁଡ଼ିକର ପ୍ରୟାସକୁ ମାନ୍ୟତା ଦେବାର ଏକ ନୂତନ ପ୍ରବୃତିକୁ ଏହା ଚିହ୍ନଟ କରୁଛି । ଏମାନେ ସମାଜର ଲାଭ ନିମନ୍ତେ ନିର୍ଦ୍ଦିଷ୍ଟ ଲକ୍ଷ୍ୟ ନେଇ କାମ କରୁଛନ୍ତି ।

ଶ୍ରୀ ଜାଭଡେକର ଲୋକମାନ୍ୟ ତିଳକଙ୍କୁ ସ୍ମରଣ କରି କହିଥିଲେ ଯେ ସେ ‘ସ୍ୱରାଜ୍ୟ’ ପ୍ରତି ସଚେତନତା ସୃଷ୍ଟି କରିବା ଲାଗି ‘କେଶରୀ’ ସମ୍ବାଦପତ୍ରକୁ ଏକ ମାଧ୍ୟମ ଭାବେ ଉପଯୋଗ କରିଥିଲେ । ସେ କହିଥିଲେ ଯେ ଆଜି ଗଣମାଧ୍ୟମ ସଂସ୍ଥାଗୁଡ଼ିକ ‘ସୁରାଜ’ ପ୍ରତି ଅଧିକରୁ ଅଧିକ ଜନ ସଚେତନତା ସୃଷ୍ଟି କରୁଛନ୍ତି, ଯେଉଁଠି ସମସ୍ତଙ୍କ ଲାଗି ଭଲ ସ୍ୱାସ୍ଥ୍ୟ ସେବା, ଶିକ୍ଷା ଏବଂ ନାଗରିକ ସୁବିଧା ଉପଲବ୍ଧ ରହିଛି । ସେ ଏହାକୁ ଭାରତର ଦୃଢ଼ ଗଣତନ୍ତ୍ରର ପ୍ରତୀକ ବୋଲି କହିଥିଲେ ।

ଶ୍ରୀ ଜାଭଡେକର ଯୋଗକୁ ରୋଗମୁକ୍ତ ସ୍ୱାସ୍ଥ୍ୟର ସବୁଠୁ ବଡ଼ ପୁଞ୍ଜି ବୋଲି କହିଥିଲେ । ସେ କହିଥିଲେ ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସଂକଳ୍ପ ଏବଂ ପ୍ରୟାସ କାରଣରୁ ଭାରତର ପରିଚୟ ଯୋଗକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି । ମିଳିତ ଜାତିସଂଘରେ ସ୍ପଷ୍ଟ ବହୁମତ ସହିତ ଭାରତର ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସକୁ ସମର୍ଥନ କରାଯାଇଥିଲା । ସେ ପୁରସ୍କାର ଲାଭ କରିଥିବା ସଂସ୍ଥା ଏବଂ ବିଚାରକ ମଣ୍ଡଳୀର ସଦସ୍ୟମାନଙ୍କୁ ଅଭିନନ୍ଦନ ଏବଂ ଧନ୍ୟବାଦ ଜଣାଇଥିଲେ ।
ଏହି ଅବସରରେ କେନ୍ଦ୍ର ଆୟୁଷ ରାଷ୍ଟ୍ର ମନ୍ତ୍ରୀ ଶ୍ରୀପଦ ୟେସୋ ନାଇକ ଯୋଗ ଦିବସ ମିଡିଆ ସମ୍ମାନର ଏହି ନୂତନ ପ୍ରୟାସର ସଫଳ ଆୟୋଜନ ଲାଗି ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକରଙ୍କୁ ଅଭିନନ୍ଦନ ଜଣାଇଥିଲେ । ସେ ଯୋଗକୁ ଆମ ସଭ୍ୟତାର ଏକ ପ୍ରାଚୀନ ଐତିହ୍ୟ ଭାବେ ବର୍ଣ୍ଣନା କରି କହିଥିଲେ ଯେ ଏହା ମାଧ୍ୟମରେ ବ୍ୟକ୍ତି ମାନସିକ ଏବଂ ଶାରୀରିକ ଭାବେ ସୁଖୀ ହୋଇପାରିବ ।

ନିଜ ଉଦବୋଧନରେ ବିଚାରକ ମଣ୍ଡଳୀ ତଥା ପ୍ରେସ କାଉନସିଲ ଅଫ ଇଣ୍ଡିଆର ଅଧ୍ୟକ୍ଷ ବିଚାରପତି ସି.କେ ପ୍ରସାଦ ଯୋଗକୁ ବିପଦମୁକ୍ତ ଏବଂ ଗୁରୁତ୍ୱପୂର୍ଣ୍ଣ ଲାଭ ପାଇଁ ନିବେଶ ଭାବେ ବର୍ଣ୍ଣନା କରିଥିଲେ । ଏଥିପୂର୍ବରୁ ନିଜର ସ୍ୱାଗତ ଭାଷଣରେ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଶ୍ରୀ ବିକ୍ରମ ସହାୟ କହିଥିଲେ ଯେ ଏହି ପୁରସ୍କାର ଗଣମାଧ୍ୟମ ସ୍ୱାଧୀନତାରେ ସୁଦୃଢ଼ ବିଶ୍ୱାସ ଏବଂ ସୂଚନା ପ୍ରସାରଣରେ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଉଛି ।

Share

Leave a Reply

Your email address will not be published. Required fields are marked *

nine − 4 =