ବିଗବସକୁ ଯିବାକୁ ଆଶା ରଖିଛନ୍ତି ସୁନ୍ଦରୀ ପୋଲିଂ ଅଫିସର

ସୋଶାଲ୍ ମିଡିଆରେ ରାତାରାତି ଏହି ପୋଲିଂ ଅଫିସର୍ଙ୍କ ଫଟୋ ଭାଇରାଲ୍ ହେବା ସହ ସବୁଆଡ଼େ ଏହି ମହିଳାଙ୍କ ଚର୍ଚ୍ଚା ହେବାକୁ ଲାଗିଲା। ଏହି ମହିଳା ଜଣଙ୍କ ନାମ ହେଉଛି ରିନା ଦ୍ୱିବେଦୀ।

ସୋଶାଲ୍ ମିଡିଆରେ ସେଲିବ୍ରିଟି ପାଲଟିଥିବା ଏହି ହଳଦୀଆ ଶାଢ଼ି ପିନ୍ଧା ମହିଳା ଜଣଙ୍କ ତାଙ୍କ ଜୀବନରେ ଏକ ନୂଆ ଫର୍ଦ ଯୋଡ଼ିବାକୁ ଆଶା ରଖିଛନ୍ତି। ନିକଟରେ ସେ କହିଛନ୍ତି ଯେ, ଯଦି ତାଙ୍କୁ ଆମନ୍ତ୍ରଣ ମିଳେ ତ ସେ ରିଆଲିଟି ଶୋ’ ବିଗବସର ଆଗାମୀ ସିଜିନରେ ଭାଗ ନେବାକୁ ପସନ୍ଦ କରିବେ।

ରିନାଙ୍କର ଏହି ଫଟୋ ସେତେବେଳେ ଭାଇରାଲ୍‌ ହୋଇଥିଲା ଯେତେବେଳେ ସେ, ନିର୍ବାଚନ ଫୋଲିଂ ଅଫିସର୍‌ ଭାବେ ହାତରେ ଇଭିଏମ୍‌ ଧରି ମତଦାନ କେନ୍ଦ୍ରକୁ ଯାଉଥିଲେ। ଏହି ଫଟୋକୁ ତାଙ୍କର କୌଣସି ସହକର୍ମୀ ଉଠାଇଥିଲେ। ପରେ ତାଙ୍କ ଏହି ଫଟୋ ରାତାରାତି ସୋଶାଲ୍‌ ମିଡିଆରେ ଭାଇରାଲ୍‌ ହୋଇଥିଲା। ଏଥିପାଇଁ ତାଙ୍କ ଜୀବନରେ କିଛିଟା ପରିବର୍ତ୍ତନ ମଧ୍ୟ ଆସିଥିଲା। ଲୋକମାନେ ତାଙ୍କୁ ‘ହଳଦିଆ ଶାଢ଼ି ପିନ୍ଧା ମହିଳା’ ଭାବେ ଜାଣିବାକୁ ପାଇଲେ।

Share

Leave a Reply

Your email address will not be published. Required fields are marked *

nine + 13 =