ଟିପିଏସଓଡିଏଲ୍ ପକ୍ଷରୁ ଲାଇନମ୍ୟାନ ଦିବସ ଓ ଜାତୀୟ ସୁରକ୍ଷା ଦିବସ ପାଳିତ

ବ୍ରହ୍ମପୁର: ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣରେ ଲାଇନମ୍ୟାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସମ୍ମାନ ଦେଇ ଟିପି ସଦର୍ଣ୍ଣ ଓଡ଼ିଶା ବିତରଣ ଲିମିଟେଡ଼(ଟିପିଏସଓଡିଏଲ୍‌)ରେ ଲାଇନମ୍ୟାନ ଦିବସ ପାଳିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଟିପିଏସଓଡିଏଲ୍‌, ଲାଇନମ୍ୟାନଙ୍କ ମଧ୍ୟରେ ସୁରକ୍ଷା ସଚେତନତା ସୃଷ୍ଟି କରିବା ସହ ପ୍ରତିଟି ଘରକୁ ଆଲୋକିତ କରିବାରେ ସେମାନଙ୍କ ନିଷ୍ଠା ପ୍ରତି କୃତଜ୍ଞତା ଜଣାଇଛି ।
କର୍ପୋରେଟ ଅଫିସ ସମେତ ୧୯ ଟି ଡିଭିଜନ ଓ ୬ ଟି ସର୍କଲରେ ଲାଇନ୍ ମ୍ୟାନ ଦିବସ ପାଳିତ ହୋଇଛି । ୨୦୦ରୁ ଉର୍ଦ୍ଧ୍ୱ ପରିଶ୍ରମୀ ନିଷ୍ଠାବାନ ଲାଇନ୍ ମ୍ୟାନଙ୍କୁ ସେମାନଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ପାଇଁ ସମ୍ବର୍ଦ୍ଧିତ କରାଯାଇଛି । କର୍ତ୍ତବ୍ୟ ପ୍ରତି ସେମାନଙ୍କ ପ୍ରତିବଦ୍ଧତା ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ଼ କରିବା ସହ ଉପଭୋକ୍ତାଙ୍କ ପାଇଁ ନିରବଚ୍ଛିନ୍ନ ବିଦ୍ୟୁତ୍ ସେବାକୁ ସୁନିଶ୍ଚିତ କରେ ।
ଅନ୍ୟ ପକ୍ଷରେ ବ୍ରହ୍ମପୁର ସ୍ଥିତ କର୍ପୋରେଟ ଅଫିସରେ ଟିପିଏସଓଡିଏଲର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା ।
ଏହି ଅବସରରେ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ଅମିତ କୁମାର ଗର୍ଗ କହିଛନ୍ତି, “ବିଦ୍ୟୁତ ବିତରଣ କ୍ଷେତ୍ରରେ ଲାଇନ୍ ମ୍ୟାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସେମାନେ କମ୍ପାନୀର ମେରୁଦଣ୍ଡ ସଦୃଶ । ଆଜିର ଚତୁର୍ଥ ଲାଇନ୍ ମ୍ୟାନ ଦିବସରେ ମୁଁ ସେମାନଙ୍କ ରିଶ୍ରମକୁ ପ୍ରଶଂସା କରୁଛି । ସେମାନଙ୍କ କର୍ତ୍ତବ୍ୟ ନିଷ୍ଠା ଯୋଗୁଁ ହିଁ ଆମେ ଉପଭୋକ୍ତାଙ୍କୁ ଭରସାଯୋଗ୍ୟ ବିଦ୍ୟୁତ୍ ସେବା ଯୋଗାଇ ପାରୁଛୁ । ମୁଁ ଲାଇନ ମ୍ୟାନଙ୍କୁ ଓ ସେମାନଙ୍କ ପରିବାରକୁ କୃତଜ୍ଞତା ଜ୍ଞାନ କରୁଛି ଏବଂ ଲାଇନ ମ୍ୟାନଙ୍କ ପ୍ରତିବଦ୍ଧତାକୁ ସମ୍ମାନ ଜଣାଉଛି ।’
ଏହା ସହ କମ୍ପାନୀ କ୍ଷରୁ ଜାତୀୟ ସୁରକ୍ଷା ସପ୍ତାହ ୨୦୨୪ ର ଆରମ୍ଭ କରାଯାଇଛି, ଯାହାର ଥିମ୍ ରହିଛି “ଫୋକସ ଅନ୍ ସେଫ୍ଟି ଲିଡରସି ଫର୍ ଇଏସଜି ଏକ୍ସଲେନ୍ସ’ । କର୍ମକ୍ଷେତ୍ରରେ ‘ଜିରୋ ହାର୍ମ’ ଲକ୍ଷ୍ୟ ହାସଲ ପାଇଁ ଅନୁକରଣୀୟ ସୁରକ୍ଷା ଅଭ୍ୟାସ ଓ ଉପକରଣ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ସୂଚନା ସମ୍ବଳିତ ଏକ ସେଫ୍ଟି ଭିଡ଼ିଓ ପ୍ରଦର୍ଶିତ ହୋଇଥିଲା । ଜାତୀୟ ସୁରକ୍ଷା ସପ୍ତାହ ଉପଲକ୍ଷେ ଏହି ମାସରେ ଗଳ୍ପ, ସେଫ୍ଟି କୁଇଜ୍ ପ୍ରତିଯୋଗିତା ଭଳି ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବାକୁ ଯାଉଛି ।

Share

Leave a Reply

Your email address will not be published. Required fields are marked *

five × one =