ୱି ପକ୍ଷରୁ ଆଇଓଟି ଲ୍ୟାବ୍ ପାଇଁ ସି-ଡଟ୍ ସହ ସହଯୋଗିତା ସ୍ଥାପନ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଟେଲିକମ୍ କଂପାନି ୱି (ଭୋଡାଫୋନ୍ ଆଇଡିଆ) ପକ୍ଷରୁ ଆଇଓଟି ବ୍ୟବସ୍ଥାରେ ଇଟଂରଅପରେବିଲିଟି ଓ ଷ୍ଟାଣ୍ଡାର୍ଡାଇଜେସନର ପ୍ରସାର ଲାଗି ସି-ଡଟ୍ (ସେଟଂର ଫର ଡେଭେଲପମେଂଟ୍ ଅଫ୍ ଟେଲିମେଟିକ୍ସ) ସହିତ ବୁଝାମଣାପତ୍ର ସ୍ୱାକ୍ଷର କରାଯାଇଛି । ଭାରତରେ ଆଇଓଟି ଗ୍ରହଣୀୟତାକୁ ବଢ଼ାଇବା ଲାଗି ଭାରତ ସରକାରଙ୍କ ରହିଥିବା ଲକ୍ଷ୍ୟ ଅନୁସାରେ ଆଇଓଟି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଭାବେ ୱି ପକ୍ଷରୁ ଏହି ସହଯୋଗିତା ସ୍ଥାପନ କରାଯାଇଛି । ୨୦୨୨ ଡିସେମ୍ବରରେ ଶୁଭାରମ୍ଭ ହେବା ପରଠାରୁ ଅଟୋମୋବାଇ୍‌, ୟୁଟିଲିଟି, ବିଏଫ୍‌ଏସ୍‌ଆଇ, ଲଜିଷ୍ଟିକ୍ ଭଳି କ୍ଷେତ୍ରରେ ୫୦ରୁ ଅଧିକ ଡିଭାଇସର ପରୀକ୍ଷଣ କରାଯାଇସାରିଛି ।
ଭୋଡାଫୋନ୍ ଆଇଡିଆର ସଂସ୍ଥାଗତ ସେବା ଶାଖା ୱି ବିଜନେସ୍‌ର ଆଇଓଟି ଲ୍ୟାବ୍ ଆଜ୍ ଏ ସର୍ଭିସ୍ ଅଭିଯାନରେ ୧୭୫ରୁ ଅଧିକ ପ୍ରକାର ସ୍ଥିତିରେ ପରୀକ୍ଷଣର ସୁବିଧା ରହିଛି । ଏଥିରେ ନେଟ୍‌ୱର୍କ, କାର୍ଯ୍ୟକାରିତା ପରୀକ୍ଷା, କ୍ଷେତ୍ର ପରୀକ୍ଷା, ଆପ୍ଲିକେସନ ପରୀକ୍ଷା, କମ୍ପାଟିବିଲିଟି ପରୀକ୍ଷା, ୱାନଏମ୨ଏମ ଷ୍ଟାଣ୍ଡାର୍ଡ ପରୀକ୍ଷା, ଭିଟିଏସ୍ ଆଦି ସାମିଲ ରହିଛି । ଏହି ଲ୍ୟାବ୍‌ରେ ଡିଭାଇସ, ମଡ୍ୟୁଲ, ସିମ୍‌, ଆପ୍ଲିକେସନ, ଫାର୍ମଓୟାର ଆଦିର ପରୀକ୍ଷଣ ସୁବିଧା ରହିଛି ।
ୱି ସି-ଡଟ୍ ଆଇଓଟି ଲ୍ୟାବ୍‌ର ସବୁ ଡିଭାଇସ୍ ପାଇଁ ପରୀକ୍ଷଣ ଯୋଜନା ରହିଛି ଯାହାକୁ ଉପକରଣ ଡିଜାଇନରମାନଙ୍କ ସହ ମିଶି ପ୍ରସ୍ତୁତ କରାଯାଇଥିବାରୁ କୌଣସି ସମସ୍ୟା ଅସମାହିତ ହୋଇରହିବ ନାହିଁ । ବର୍ତମାନ ସୁଦ୍ଧା ଏହି ଲ୍ୟାବ୍ ଦ୍ୱାରା ୫ଟି ଡିଭାଇସ୍‌କୁ ନେଟ୍‌ୱର୍କ ରେଡି ଘୋଷଣା କରାଯାଇଛି ।
ୱିର ଚିଫ୍ ଏଟଂରପ୍ରାଇଜ୍ ବିଜନେସ୍ ଅଫିସର ଆରବିନ୍ଦ ନେଭାଟିଆ କହିଛନ୍ତି ଯେ, “ଆଇଓଟି କ୍ଷେତ୍ରର ଅଗ୍ରଣୀ ସଂସ୍ଥା ଭାବେ ସବୁ ପ୍ରକାର ଶିଳ୍ପରେ ଏହାର ଗ୍ରହଣୀୟତାକୁ ନେଇ ୱି ପ୍ରତିବଦ୍ଧ ରହିଛି । ଆମେ ଖୁସିର ସହ ଜଣାଉଛୁ ଯେ ସି-ଡଟ୍ ସହଯୋଗରେ ୱି ଆଇଓଟି ଲ୍ୟାବ୍ ଏହାର ସହଯୋଗୀମାନଙ୍କୁ ସଠିକ୍ ଆଇଓଟି ମୂତୟନ କରିବା ସହ ଷ୍ଟାଣ୍ଡାର୍ଡାଇଜେସନ ଓ ଇଟଂରଅପରେବିଲିଟି ଆଣିବାରେ ସକ୍ଷମ କରିବ । ସେଂଟର ଅଫ୍ ଇନୋଭେସନ ସ୍ଥାପନ କରି ଏହି ସହଯୋଗିତାକୁ ସୁଦୃଢ଼ କରିଥିବାରୁ ଆମେ ବହୁତ ଖୁସି ଯାହା ଷ୍ଟାର୍ଟଅପ୍ ଓ ଏମ୍‌୨ଏମ୍‌/ ଆଇଓଟି ଶିଳ୍ପ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବ । ସ୍ଥାନୀୟ ଆଇଓଟି ବ୍ୟବସ୍ଥାରେ ସୁଧାର ଆଣିବା ସହ ଭାରତୀୟ ଅର୍ଥନୀତି ପ୍ରତି ଯୋଗଦାନ ପ୍ରଦାନ କରିବା ଲାଗି ଆମ ଉଦ୍ୟମର ପ୍ରତିଫଳନ ହେଉଛି ଏହି ସହଯୋଗିତା ।’’
ସି-ଡଟ୍ ସିଇଓ ଡକ୍ଟର ରାଜକୁମାର ଉପାଧ୍ୟାୟ କହିଛନ୍ତି ଯେ, “ଆଇଓଟି ଡିଭାଇସ ଓ ଆପ୍ଲିକେସନର ମାନକ ପାଳନ ପରୀକ୍ଷଣ ଓ ସାର୍ଟିଫିକେସନ ଫ୍ରେମ୍‌ୱର୍କ ଦିଗରେ ୱି ସି-ଡଟ୍ ଆଇଓଟି ଲ୍ୟାବ୍ ହେଉଛି ଏକ ବୃହତ ପଦକ୍ଷେପ । ଆମର ବିଶ୍ୱାସ ରହିଛି ଯେ ସି-ଡଟ୍ ସହିତ ସହଯୋଗିତାରେ ଏହି ଅଭିଯାନ ସହିତ ସି-ଡଟ୍‌ର ଆଇଓଟି/ଏମ୍‌୨ଏମ୍ ପାଇଁ ସେଂଟର ଅଫ ଇନୋଭେସନ ଭାରତୀୟ ଶିଳ୍ପ, ବିଶେଷ କରି ସ୍ୱଦେଶୀ ମାନକ ପାଳନ କରୁଥିବା ଡିଭାଇସ ଓ ଆପ୍ଲିକେସନ ମୂତୟନ ଓ ନିର୍ମାଣ କରିବାକୁ ଚାହୁଥିବା ଷ୍ଟାର୍ଟଅପଙ୍କ ପାଇଁ ବିଶେଷ ଲାଭଦାୟକ ହେବ ।’’

Share

Leave a Reply

Your email address will not be published. Required fields are marked *

3 × three =