ଟିପିସିଓଡିଏଲ୍ ପକ୍ଷରୁ ୫ଟି ସରକାରୀ ଆଇଟିଆଇ ସହ ଏମ୍‌ଓୟୁ ସ୍ୱାକ୍ଷର

ଟିପିସିଓଡିଏଲ୍‌ର ଏମ୍‌ଓୟୁ ଓଡ଼ିଶାର ଯୁବବର୍ଗଙ୍କ ଦକ୍ଷତା ବିକାଶରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ

ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ପାଂଚଟି ସରକାରୀ ଶିଳ୍ପ ତାଲିମ କେନ୍ଦ୍ର (ଆଇଟିଆଇ) ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ୱାକ୍ଷର ଘୋଷଣା କରି ଓଡ଼ିଶାର ଯୁବବର୍ଗଙ୍କ ସମ୍ଭାବନାକୁ ସମୃଦ୍ଧ କରିବା ଦିଗରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯାଇଛି ।
ଶିକ୍ଷାଗତ ଜ୍ଞାନ ଓ ଶିଳ୍ପ ଆବଶ୍ୟକତା ଭିତରେ ଥିବା ଅନ୍ତରକୁ ଦୂର କରି ଯୁବବର୍ଗଙ୍କ ପ୍ରତିଭାକୁ ସୁଦୃଢ଼ କରିବା ଏବଂ ପେସାଦାର ଯାତ୍ରା ଲାଗି ସୁବିଧା ପ୍ରଦାନ କରିବା ଦିଗରେ ଟିପିସିଓଡିଏଲ୍‌ର ପ୍ରତିବଦ୍ଧତାକୁ ଏହି ବୁଝାମଣାପତ୍ର ଦର୍ଶାଉଛି ।
ଏମ୍‌ଓୟୁଗୁଡ଼ିକ ସ୍ୱାକ୍ଷର ଅବସରରେ ଟିପିସିଓଡିଏଲ୍‌ର ଚିଫ୍‌-ଅପରେସନ ସର୍ଭିସେସ୍ ରାଜ କୁମାର ରସ୍ତୋଗୀ, ବରିଷ୍ଠ ମହାପ୍ରବନ୍ଧକ (ମାନବ ସମ୍ବଳ) ବୁଦ୍ଧିଶ କୁମାର ବେହେରା, ଓଡ଼ିଶା ଡିସ୍‌କମ୍‌ଗୁଡ଼ିକର ଶିକ୍ଷଣୀୟ ଓ ବିକାଶ ମୁଖ୍ୟ ଏବଂ କଲେଜର ଅଧ୍ୟକ୍ଷମାନେ ଉପସ୍ଥିତ ଥିଲେ ।
ପୁରୀ ସରକାରୀ ଆଇଟିଆଇ ସହ ୨୦୨୪ ଫେବ୍ରୁଆରି ୫, ଢେଙ୍କାନାଳ ସରକାରୀ ଆଇଟିଆଇ ସହିତ ୨୦୨୪ ଫେବ୍ରୁଆରି ୬, କଟକ ସରକାରୀ ଆଇଟିଆଇ ସହିତ ୨୦୨୪ ଫେବ୍ରୁଆରି ୮, ଭୁବନେଶ୍ୱର ସରକାରୀ ଆଇଟିଆଇ ସହ ୨୦୨୪ ଫେବ୍ରୁଆରି ୮ ଏବଂ ପଟ୍ଟାମୁଣ୍ଡାଇ ସରକାରୀ ଆଇଟିଆଇ ସହ ୨୦୨୪ ଫେବ୍ରୁଆରି ୨୭ରେ ବୁଝାମଣାପତ୍ର ସ୍ୱାକ୍ଷର ହୋଇଥିଲା ।
ଟିପିସିଓଡିଏଲ୍ ଓ ସରକାରୀ ଆଇଟିଆଇଗୁଡ଼ିକ ସହ ସହଯୋଗିତା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ କାରଣ ଏହା ଯୁବବର୍ଗଙ୍କ ଦକ୍ଷତାରେ ଉନ୍ନତି ଆଣିବା ସହିତ ଓଡ଼ିଶାର ଶକ୍ତି କ୍ଷେତ୍ରର ବିକାଶକୁ ତ୍ୱରାନ୍ୱିତ କରୁଛି । ଶିଳ୍ପର ଆବଶ୍ୟକତା ସହ ସମନ୍ୱୟ ରକ୍ଷା କରି ଏହି ସ୍ୱତନ୍ତ୍ର ଦକ୍ଷତା ବିକାଶ କାର‌୍ୟ୍ୟକ୍ରମଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ଭାବେ କାର‌୍ୟ୍ୟ କରୁଛି ଯାହା ପ୍ରଥମ ଦିନରୁ ଆମ ଯୁବବର୍ଗ କ୍ଷେତ୍ର ପ୍ରତି ଅର୍ଥପୂର୍ଣ୍ଣ ଯୋଗଦାନ ପ୍ରଦାନ କରିବା ଲାଗି ସେମାନଙ୍କୁ ପ୍ରସ୍ତୁତ କରିବା ସୁନିଶ୍ଚିତ କରୁଛି ।
ଏହି ସହଯୋଗିତା ବିଷୟରେ ଉତ୍ସାହ ପ୍ରକଟ କରି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଓଡ଼ିଶାରେ ଦକ୍ଷତା ବିକାଶ ଓ ସଶକ୍ତୀକରଣକୁ ଆଗକୁ ବଢ଼ାଇବାରେ ଆମ ଉଦ୍ୟମରେ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ବିଷୟରେ ଘୋଷଣା କରି ଆମେ ବେଶ ରୋମାଂଚିତ । ସରକାରୀ ଆଇଟିଆଇଗୁଡ଼ିକ ସହ ଆମ ସହଯୋଗିତା ଜରିଆରେ ଆମେ ଯୁବବର୍ଗଙ୍କୁ ସ୍ୱତନ୍ତ୍ର ଦକ୍ଷତା ପ୍ରଦାନ କରିବା ଏବଂ ସେମାନଙ୍କୁ ବିଦ୍ୟୁତ ଶକ୍ତିର ଆବଶ୍ୟକତା ଅନୁସାରେ ପ୍ରସ୍ତୁତ କରିବା ଏବଂ ରାଜ୍ୟ ଭିତରେ ଅଭିବୃଦ୍ଧିକୁ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖିଛୁ ।’’
ଏହି ଅଭିଯାନ ଯୁବବର୍ଗଙ୍କୁ ସଶକ୍ତ କରିବାର ପ୍ରତିଶ୍ରୁତି ଦେଉଥିବା ବେଳେ ଓଡ଼ିଶାର ବିଦ୍ୟୁତ କ୍ଷେତ୍ରର ଭବିଷ୍ୟତ ଅଭିବୃଦ୍ଧି ଓ ସ୍ଥାୟୀତ୍ୱ ପ୍ରତି ଦୃଢ଼ ମୂଳଦୁଆ ସ୍ଥାପନ କରିଛି ।

Share

Leave a Reply

Your email address will not be published. Required fields are marked *

19 − seventeen =