ୱର୍ଲଡକପରେ ଜିଓର ଧମାକାଦାର ଅଫର: ସବୁ ମ୍ୟାଚର ସିଧା ପ୍ରସାରଣ ମାଗଣା

ଭୁବନେଶ୍ବର () କ୍ରିକେଟ୍‍ ମ୍ୟାଚ୍‍ ଲାଇଭ୍‍ ଦେଖିବାରେ ଜିଓ ସବୁଠାରୁ ଗ୍ରହଣୀୟ ସେବା ଭାବେ ପରିଗଣିତ ହୋଇ ଆସୁଛି । ବିଗତ ଆଇପିଏଲ୍‍ ଆଉ ବିବିସିଆଇ ଦ୍ବାରା ଆୟୋଜିତ ଇଣ୍ଡିଆ ସିରିଜ୍‍ରେ ଏହା ପ୍ରମାଣିତ ହୋଇଛି । ୩୦ କୋଟିରୁ ଅଧିକ ଦର୍ଶକ ଏ ଭିତରେ ଜିଓ ଦ୍ବାରା କ୍ରିକେଟ୍‍ ଲାଇଭ୍‍ ଦେଖିବାର ମଜ୍ଜା ଉଠାଇଛନ୍ତି । ଏହି ଆଗ୍ରହକୁ ଦେଖି ଜିଓ ଆଉଥରେ ଏକ ଧମାକାଦାର ଅଫର ଘୋଷଣା କରିଛି । ଏହି ଅଫରର ମୂଳ ମନ୍ତ୍ର ହେଉଛି: ଦେଖନ୍ତୁ, ଖେଳନ୍ତୁ ଆଉ ଉପଭୋଗ କରନ୍ତ ।

ଅର୍ଥାତ୍‍ ଜିଓ ବ୍ୟବହାରକାରୀମାନେ ପ୍ରତିଟି ୱଲ୍ଡକପ୍‍ ମ୍ୟାଚ୍‍କୁ ମାଗଣା ଓ ସିଧାସଳଖ ଦେଖିପାରିବେ । ଦ୍ବିତୀୟରେ ମାଇ ଜିଓ ଆପ୍‍ ଯୋଗେ ଜିଓ ବ୍ୟବହାରକାରୀମାନେ ଖେଳ ଚାଲିଥିବା ସମୟରେ ନିଜେ ଖେଳି ଆକର୍ଷଣୀୟ ପୁରସ୍କାର ଜିତିପାରିବେ । ଆଉ ତୃତୀୟରେ ଏହି ସବୁ ସେବା ପୁଣି ଅନ୍‍ଲିମିଟେଡ୍‍ । ଯଦି ଆପଣଙ୍କ ରେଗୁଲାର୍‍ ଡାଟା ପ୍ୟାକ୍‍ ମ୍ୟାଚ୍‍ ଦେଖିବା ବେଳେ ଶେଷ ହୋଇ ଯାଉଛି ଏବଂ ଆପଣ ସମସ୍ତ ମ୍ୟାଚ୍‍କୁ ଦେଖିବା ଲାଗି ଚାହାନ୍ତି ତେବେ ମାତ୍ର ୨୫୧ ଟଙ୍କାର ସ୍ବତନ୍ତ୍ର ଜିଓ କ୍ରିକେଟ୍‍ ସେସନ୍‍ ଡାଟା ପ୍ୟାକ୍‍ ସବ୍‍ସ୍କ୍ରାଇବ୍‍ କରିପାରିବେ । ଏହାଦ୍ବାରା ୩୬୫ ଟଙ୍କାର ଫାଇଦା ପାଇପାରିବେ ।

ତା’ଛଡ଼ା ପଡ଼ିଆରେ ଚାଲିଥିବା ମ୍ୟାଚ୍‍ ସଙ୍ଗେ ନିଜେ ଖେଳି ନିଜର କ୍ରିକେଟ୍‍ ଜ୍ଞାନ ବଢ଼ାଇବେ । ଆଉ ପଏଣ୍ଟ ଅଧିକରୁ ଅଧିକ ସଂଗ୍ରହ କରି ବନ୍ଧୁମାନଙ୍କୁ ଜଣାଇପାରିବେ । ଯଦି ଆପଣଙ୍କ ଡାଟା ବଳକା ହେଲା ଆପର ଇଣ୍ଟରନେଟ୍‍ରେ ଅନ୍ୟ କିଛି ଖୋଜି ପାରିବେ । ଯଦି କେହି କେବଳ ୱର୍ଲ୍ଡକପ୍‍ ଲାଇଭ୍‍ ଇଣ୍ଟରନେଟ୍‍ରେ ଦେଖିଥାଆନ୍ତେ, ତେବେ ତାଙ୍କୁ ଏଥିପାଇଁ ଅଧିକ ୩୬୫ ଟଙ୍କା ଦେବାକୁ ହୋଇଥାଆନ୍ତା । ଭାରତରେ ଅନ୍ୟ କୌଣସି ମୋବାଇଲ୍‍ ଡାଟା ଅପରେଟର ଏହିଭଳି ସୁଯୋଗ ଦେବାରେ ସକ୍ଷମ ହୋଇପାରି ନାହାନ୍ତି । ଜିଓ କ୍ରିକେଟ୍‍ ପ୍ଲେ ଆଲଙ୍ଗ୍‍ ଗେମ୍‍ର ନୂଆ ଭର୍ଜନ୍‍କୁ ଲଞ୍ଚ୍‍ କରିଛି । ଏହାର ଉଦ୍ଦେଶ୍ୟ ଯେ, କେବଳ ଖେଳ ଚାଲିଥିବା ସମୟରେ ଦର୍ଶକଙ୍କୁ ଖେଳ ସହ ଯୋଡ଼ି ରଖିବା ତାହା ନୁହେଁ ବରଂ ଖେଳ ବାବଦରେ ସମସ୍ତ ସୂଚନା ଯେମିତି ଲାଇଭ୍‍ ସ୍କୋର, ମ୍ୟାଚ୍‍ ନିର୍ଘଣ୍ଟ, ଫଳାଫଳ ପରି ଅନେକ କିଛି ସୂଚନା ହାତ ମୁଠାରେ ଦେବାକୁ ଚେଷ୍ଟା କରାଯାଇଛି ।

ଜିଓ ଟିଭି ମାଧ୍ୟମରେ ହଟ୍‍ ଷ୍ଟାରରେଏହି ସମସ୍ତ ମ୍ୟାଚ୍‍କୁ ଦେଖିବା ଲାଗି ଜିଓ ବ୍ୟବହାରକାରୀଙ୍କୁ ଏହି ୨୫୧ ଟଙ୍କାର ସ୍ବତନ୍ତ୍ର କ୍ରିକେଟ୍‍ ସେସନ୍‍ ଡାଟା ପ୍ୟାକ୍‍ ରିଚାର୍ଜ କରିବା ବାଧ୍ୟତାମୂଳକ ନୁହେଁ, ସେମାନେ ସେମାନଙ୍କ ରେଗୁଲାର୍‍ ପ୍ୟାକ୍‍ ମାଧ୍ୟମରେ ମଧ୍ୟ କ୍ରିକେଟ୍‍ ମ୍ୟାଚ୍‍ର ସିଧା ପ୍ରସାରଣ ଦେଖିବା ସହ ପ୍ଲେ ଆଲଙ୍ଗରେ ଖୋଳିବାର ସୁଯୋଗ ପାଇପାରିବେ । କିନ୍ତୁ ସମସ୍ତ ମ୍ୟାଚ୍‍କୁ ଦେଖବାକୁ ହେଲେ, ଆବଶ୍ୟକ ଡାଟା ଖର୍ଚ ତୁଲାଇବା ଲାଗି ଗ୍ରାହକଙ୍କୁ ପୂର୍ବ ରି ୨୫୧ ଟଙ୍କାର ସ୍ବତନ୍ତ୍ର କ୍ରିକେଟ୍‍ ପ୍ୟାକ୍‍ ରିଚାର୍ଜ କରିବାକୁ ପଡ଼ିପାରେ ।

ସିଧା ପ୍ରସାରଣକୁ କେମିତି ଦେଖିପାରିବେ

ଜିଓ ବ୍ୟବହାରକାରୀମାନେ ୱର୍ଲ୍ଡକପ୍‍ କ୍ରିକେଟର ସମସ୍ତ ମ୍ୟାଚ୍‍କୁ ମାଗଣାରେ ଦେଖିପାରିବେ । ଯେତେବେଳେ ସେମାନେ ନିଜ ମୋବାଇଲ୍‍ରେ ହଟ୍‍ଷ୍ଟାର୍‍ ଆପ୍‍କୁ ଖୋଲୁଛନ୍ତି ସେମାନେ ମନକୁ ମନ ୱର୍ଲ୍ଡକପ୍‍ ମ୍ୟାଚ୍‍ଗୁଡ଼ିକୁ ମାଗଣାରେ ଦେଖିବା ଲାଗି ଅନୁମତି ପାଇପାରୁଛନ୍ତି । ଜିଓ ଟିଭିରେ ବ୍ୟବହାରକାରୀମାନଙ୍କୁ ୱାର୍ଲଡକପ ମ୍ୟାଚ୍‍ ଦେଖବା ଲାଗି ମନକୁ ମନ ହଟ୍‍ଷ୍ଟାର୍‍କୁ ନେଇଯିବାକୁ ବ୍ୟବସ୍ଥା କରାଯାଇଛି । ଏଠାରେ ଗୋଟିଏ ଜିନିଷ ମନେ ରଖିବାକୁ ହେବ ଯେ, ୱର୍ଲ୍ଡକପ୍‍ର ମ୍ୟାଚ୍‍ ଦେଖିବା ବା ସୂଚନା ପାଇବା ବା ଜିଓ ପ୍ଲେ ଆଲଙ୍ଗରେ ଖେଳିବା ମାଗଣା, ହେଲେ ଯେଉଁ ଡାଟା ଆପଣ ଏଥିଲାଗି ବ୍ୟବହାର କରୁଛନ୍ତି ସେଥିଲାଗି ଆବଶ୍ୟକ ଦେୟ ରିଚାର୍ଜ କରିବାକୁ ହେବ । ଜିଓ କ୍ରିକେଟ୍‍ ସେସନ୍‍ ଡାଟା ପ୍ୟାକ୍‍ ପୂର୍ବରୁ ମଧ୍ୟ ଉପଲବ୍ଧ ରହି ଆସିଛି । ଏହାର ଦାମ୍‍ ହେଉଛି ୨୫୧ ଟଙ୍କା । କ୍ରିକେଟ୍‍ ଉତ୍ସୁକମାନଙ୍କ ଆଗ୍ରହ ଓ ଅଧିକ ପରିମାଣରେ ଡାଟା ଖର୍ଚକୁ ଆଖିରେ ରଖି ଏପରି ଏକ ପ୍ୟାକ୍‍ ତିଆରି କରାଯାଇଛି । ଏହା ମାଧ୍ୟମରେ ଗ୍ରାହକଙ୍କୁ ୫୧ ଦିନ ପାଇଁ ୧୦୨ ଜିବି ଡାଟା ମିଳୁଛି । ୱାର୍ଲଡକପ କ୍ରିକେଟର ସମସ୍ତ ମ୍ୟାଚ୍‍ ଦେଖବା ଲାଗି ଏହା ଯଥେଷ୍ଟ । କନ୍ତି ଏହି ଡାଟା ଖାଲି କ୍ରିକେଟ ମ୍ୟାଚ୍‍ ଦେଖିବା ପାଇଁ ନୁହେଁ, ଅନ୍ୟ ସମସ୍ତ ଇଣ୍ଟରନେଟ୍‍ କଣ୍ଟେଣ୍ଟ ଦେଖିବା ଲାଗି ବି ବ୍ୟବହାର କରିହେବ ।

ଜିଓ କ୍ରିକେଟ୍‍ ପ୍ଲେ ଆଲଙ୍ଗ

ଜିଓ କ୍ରିକେଟ୍‍ ପ୍ଲେ ଆଲଙ୍ଗ ହେଉଛି ଏକ ଆକର୍ଷଣୀୟ ପରିକଳ୍ପନା, ଯାହା ମାଧ୍ୟମରେ ଖେଳ ଚାଲୁଥିବା ସମୟରେ ଦର୍ଶକ ଘରେ ବସି କ୍ରିକେଟ୍‍ ଖେଳିବାର ମଜା ଉଠାଇପାରିବେ । ମୋବାଇଲ୍‍ରେ ଲାଇଭ୍‍ ଟିଭି ଦେଖିବା ସମୟରେ ବ୍ୟବହାରକାରୀମାନେ ଏହି ଆପ୍‍କୁ ଖୋଲିପାରିବେ ଏବଂ ଖେଳିପାରିବେ । ଏହାଦ୍ବାରା ଦର୍ଶକ କେବଳ ତାଙ୍କ ପ୍ରିୟ ଖେଳକୁ ଦେଖିବେ ତାହା ନୁହେଁ ବରଂ ଦେଖିବା ସମୟରେ ଖେଳର ଭବିଷ୍ୟତ କ’ଣ ହେବ ତାହାର ପରିକଳ୍ପନା କରି ।ରିବେ । ଏହାଦ୍ବାରା ସେମାନେ ସେମାନଙ୍କ କ୍ରିକେଟ୍‍ ଜ୍ଞାନ ତଥା ଭବିଷ୍ୟବାଣୀ

କରିବାର ସୁଯୋଗ ପାଇବେ । ଆଉ ଠିକଣା ଭାବେ ଖେଳି ଅଧିକରୁ ଅଧିକ ପଏଣ୍ଟ ସଂଗ୍ରହ କରିପାରିବେ । ଏହି ପ୍ଲେ ଆଲଙ୍ଗ୍‍ ବ୍ୟବସ୍ଥା ଜିଓ ବ୍ୟବହାର କାରୀ ଓ ଅଣ ଜିଓ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ । ବ୍ୟବହାରକାରୀମାନେ ମାଇଜିଓ ଆପ୍ଳିକେସନ୍‍କୁ ଡାଉନ୍‍ଲୋଡ୍‍ କରି ଏହି ଖେଳ ଖେଳିପାରିବେ ।

Share

Leave a Reply

Your email address will not be published. Required fields are marked *

16 − ten =