ଟିପିସିଓଡିଏଲ୍ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାକୁ ପ୍ରତିବଦ୍ଧ; ଖୋର୍ଦ୍ଧାର ବାଘମାରୀରେ ଫିଡର୍ ଓ ନେଟ୍‌ୱର୍କ ଭିତିଭୂମିର ଉନ୍ନତୀକରଣ

ଭୁବନେଶ୍ୱର: ଓଡ଼ିଶା ସରକାର ଓ ଟାଟା ପାୱାରର ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିସିଓଡିଏଲ୍‌) ପକ୍ଷରୁ ଖୋର୍ଦ୍ଧାର ବାଘମାରୀରେ ଫିଡର୍ ଓ ନେଟ୍‌ୱର୍କ ଭିତିଭୂମିର ଉନ୍ନତୀକରଣ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ଗ୍ରହଣ କରାଯାଇଛି । ଏହି ପ୍ରକଳ୍ପର ଉଦ୍ଦେଶ୍ୟ ହେଉଛି ଏହି ଅଂଚଳର ବାସିନ୍ଦାଙ୍କ ପାଇଁ ଭରସାଯୋଗ୍ୟ ଓ ପ୍ରଭାବୀ ବିଦ୍ୟୁତ ଯୋଗାଣରେ ଉନ୍ନତି ଆଣିବା ।
ଟିପିସିଓଡିଏଲ୍ ପକ୍ଷରୁ କଟକ ଜିଲ୍ଲାର ବାଙ୍କି ଅଧୀନରେ ଥିବା ହରିରାଜପୁର ନୂଆ ସାହିରେ ନେଟ୍‌ୱର୍କର ସୁଦୃଢ଼ୀକରଣ କରାଯାଇଛି ଯାହା ପ୍ରାୟ ୩୦୦ ମିଟର ଦୂରତା ଅତିକ୍ରମ କରିଛି । ସେହିପରି ଟିପିସିଓଡିଏଲ୍ ପକ୍ଷରୁ ରୁଟ୍‌ରେ ୩ଟି ନୂଆ ଏଲ୍‌ଟି ଇଟଂରପୋଜିଂ ବିଦ୍ୟୁତ ଖୁଂଟ ସ୍ଥାପନ କରାଯାଇଛି ।
ବିଦ୍ୟୁତ ବଂଟନରେ ଉନ୍ନତି ଆଣିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ୩୫ ବର୍ଗ ମିମି ଏଲ୍‌ଟି ଏବିସିକୁ ତିନି ଫେଜ୍ ୫୦ ବର୍ଗ ମିିମି ଏଲ୍‌ଟି ଏବିସିକୁ ଅପ୍‌ଗ୍ରେଡ୍ କରାଯାଇଛି । ଏହି ଉନ୍ନତୀକରଣ କାର୍ଯ୍ୟ ଦ୍ୱାରା ଉତମ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ ହୋଇପାରିବ ଏବଂ ଏହା ବାଘମାରୀ ଗ୍ରାମବାସୀଙ୍କ ଲୋ ଭୋଲ୍‌ଟେଜ୍ ସମସ୍ୟାକୁ ଦୂର କରିବ । ଏଲ୍‌ଟି ତାର ଲଗାଇବା କାର୍ଯ୍ୟ ଗତ ସପ୍ତାହରେ ଶେଷ ହୋଇଥିଲା ।
ବିଦ୍ୟୁତ ଭିତିଭୂମିରେ ଉନ୍ନତି ଆଣିବା ଏବଂ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଲାଗି ଟିପିସିଓଡିଏଲ୍ ପ୍ରତିବଦ୍ଧ ରହିଥିବା ବେଳେ କଂପାନି ପକ୍ଷରୁ ଏହାର ବଂଟନ ଅଂଚଳରେ ଭିତିଭୂମି ସୁଦୃଢ଼ୀକରଣ ପାଇଁ ବିଭିନ୍ନ ଅଭିଯାନ ଓ ପ୍ରଯୁକ୍ତି ନବସୃଜନ ପଦକ୍ଷେପ ଗ୍ରହଣ କରାଯାଉଛି ।

Share

Leave a Reply

Your email address will not be published. Required fields are marked *

2 × one =