ବିରୋଧୀ ମେଣ୍ଟର ନାମ ରଖାଗଲା ଇଣ୍ଡିଆ

୨୦୨୪ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ବିରୋଧରେ ଲଢେଇ ପାଇଁ କଂଗ୍ରେସ ସମେତ ୨୬ଟି ଦଳ ଏକାଠି ହୋଇଛନ୍ତି । ବିଜେପିର କୁଶାସନ ବିରୁଦ୍ଧରେ ସବୁ ବିରୋଧି ଦଳ ଏକାଠି ହୋଇ ଆସନ୍ତା ନିର୍ବାଚନରେ ବିଜେପିକୁ ଟକ୍କର ଦେବା ପାଇଁ ଦୀର୍ଘ ଦିନ ଧରି ଚାଲିଥିବା ଉଦ୍ୟମ ଆଜି ସଫଳ ହୋଇଛି । ବିହାରର ପାଟନା ଠାରେ ଦେଶର ସବୁ ବିରୋଧି ଦଳ ମାନଙ୍କର ଏହି ମିଳିତ ବୈଠକରେ ରହି ବିରୋଧୀମେଣ୍ଟର ନାମ ୟୁପିଏ ପରିବର୍ତ୍ତେ ଇଣ୍ଡିଆ ରଖିବାକୁ ସର୍ବ ସମେତ କ୍ରମେ ନିଷ୍ପତ୍ତି ହୋଇଛି । ଏହି ବୈଠକ ଶେଷରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ଇଣ୍ଡିଆ ର ଅର୍ଥ ଇଣ୍ଡିଆନ ଇଣ୍ଡିଆନ ନ୍ୟାସନାଲ ଡେମୋକ୍ରାଟିକ ଇନ୍କଲୁସିଭ ଆଲାଏନ୍ସ ।

ଏହି ମେଣ୍ଟଣ୍ଟର ପରବର୍ତ୍ତୀ ବୈଠକ ବମ୍ବେ ଠାରେ ଅନୁଷ୍ଠିତ ହୋଇ ପରବର୍ତ୍ତୀ କାର୍ଯ୍ୟକ୍ରମ ଚୁଡାନ୍ତ ରୁପରେଖ ନେବ । ଯାହା ସୂଚନା ମିଳିଛି ଏହି ମେଣ୍ଟର ଅଧ୍ୟକ୍ଷ ସୋନିଆ ଗାନ୍ଧୀ ହୋଇପାରନ୍ତି । ସେହିପରି ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଏହାର ଆବାହକ ହୋଇପାରନ୍ତି ।

ଏହି ବୈଠକରେ ଦେଶର ୩୦ ଟି ବିରୋଧି ଦଳର ନେତା ମାନେ ଯୋଗ ଦେଇଥିବା ଦାବି କରାଯାଇଛି । ସେମାନଙ୍କ ମଧ୍ୟରେ କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀ ଉପମୁଖ୍ୟମନ୍ତ୍ରୀ, ପଶ୍ଚିମବଂଗ ର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରୱାଲ, ସୋନିଆ ଗାନ୍ଧୀ,. କଂଗ୍ରେସ ସଭାପିତ ଖଡଗେ, ରାହୁଲ ଗାନ୍ଧୀ, କମ୍ୟୁନିଷ୍ଠ ନେତା ସୀତାରାମ ଏଚୁରୀ, ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଙ୍କ ସମେତ ସବୁ ବିରେଧି ଦଳର ନେତା ମାନେ ଉପସ୍ଥିତ ଥିଲେ ।
ବିରେଧି ମେଣ୍ଟ ଇଣ୍ଡିଆର ବୈଠକ ଶେଷ ହେବା ପରେ ଆଜି ସନ୍ଧ୍ୟାରେ ଏନଡିଏ ବୈଠକ ନୂଆଦିଲ୍ଲୀ ଠାରେ ଅନୁଷ୍ଠିତ ହେଉଛି । ଏହି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ରଷ୍ଟ୍ରୀୟସଭାପତି ଜେପି ନଡ୍ଡା ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।ଙ୍କ ସମେତ ସବୁ ବରିଷ୍ଟ ନେତା ଉପସ୍ଥିତ ଅଛନ୍ତି ।

Share

Leave a Reply

Your email address will not be published. Required fields are marked *

10 + five =