ଥାନା ଯାଂଚ ବେଳେ ଓଡିଆ ଆଇଏଏସଙ୍କୁ ନିର୍ଯାତନା

ପଶ୍ଚିମବଙ୍ଗରେ ଜଣେ ଓଡିଆ ଆଇଏଏସ ଅଫିସରଙ୍କୁ ଥାନାରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି । ଏହି ଆଇଏଏସ ଅଫିିସର ଜଣଙ୍କ ହେଉଛନ୍ତି ସ୍ମୁତିରଂଜନ ମହାନ୍ତି । ସ୍ମୁତିରଂଜନ ସବଡିଭିଜ୍ନାଲ ମାଜିଷ୍ଟେ୍ରଟ ଭାବେ ବୀରଭୁମି ଜିଲ୍ଲା ରାମପୁୁର ହାଟ ଥାନା ଯାଂଚ କରୁଥିବା ବେଳେ ପୋଲିସ ଏସଡିପିଓ ତାଙ୍କୁ ଥାନାରେ ଅଟକ ରଖି ନିର୍ଯାତନା ଦେଉଥିଲେ ବୋଲି ସେ ଅଭିଯୋଗ କରିଛନ୍ତି । ଖବର ପାଇ ଜିଲ୍ଲା ମାଜିଷ୍ଟେ୍ରଟ ଥାନାରେ ପହଂଚିବା ପରେ ସ୍ମୃତିରଂଜନ ଥାନାରୁ ମୁକୁଳିଥିଲେ । ପୋଲିସ ଏଭଳି କାର୍ଯ୍ୟ ବିରୁଦ୍ଧରେ ପଶ୍ଚିମବଙ୍ଗର ମୁଖ୍ୟ ଶାସନ ସଚିବ ଓ ଘରୋଇ ବିଭାଗର ଶାସନ ସଚିବଙ୍କୁ ଚିଠି ଲେଖାଯାଇଛି । ଏହି ଘଟଣା ବିଭିନ୍ନ ମହଲରେ ଆଲୋଚନାର ବିଷୟ ହୋଇଛି ।

Share

Leave a Reply

Your email address will not be published. Required fields are marked *

one × 1 =