ସୋସିଆଲ ମିଡ଼ିଆର ହିରୋ ପ୍ରତାପଙ୍କ ସନ୍ଦେହଜନକ ଅତୀତ

ଭୁବନେଶ୍ୱର () ସବୁ ଉଜ୍ବଳ ଦିଶୁଥିବା ବସ୍ତୁ ସୁନା ନୁହଁ । ଠିକ ସେମିତି ଗତ କିଛିଦିନ ଧରି ସୋସିଆଲ ମିଡିଆ ଓ କିଛି ଆଗ ଧାଡ଼ିର ଗଣମାଧ୍ୟମରେ ଚର୍ଚ୍ଚାରେ ଥିବା ବାଲେଶ୍ଵର ସାଂସଦ ପ୍ରତାପ ଚନ୍ଦ୍ର ଷଢଙ୍ଗୀଙ୍କ ବର୍ତ୍ତମାନ ଯେତିକି ଉଜ୍ବଳ ଅତୀତ ମଧ୍ୟ ସେଠିକି ସେତିକି ସନ୍ଦେହଜନକ ।

ନିର୍ବାଚନର ଫଳାଫଳ ଘୋଷଣା ଦିନରୁ ପ୍ରତାପଙ୍କ ସମ୍ପର୍କରେ ଅନେକ ଚର୍ଚ୍ଚା ଚାଲିଛି । ତାଙ୍କ ବ୍ୟକ୍ତିତ୍ୱକୁ ଜଣେ ଋଷିର ବ୍ୟକ୍ତିତ୍ୱ ଭାବେ ଚିତ୍ରୀତ କରାଯାଉଛି । ସମାଜ ସେବା ଓ ଦୁଃଖୀ ରଙ୍କିଙ୍କ ସେବା ହିଁ ତାଙ୍କ ଜୀବନର ଏକମାତ୍ର ବ୍ରତ ବୋଲି କୁହାଯାଉଛି । ହେଲେ ଯାହା ଆମେ ଦେଖୁଛୁ ତାହା ସତ୍ୟ ନୁହଁ ଏକ ପରିପ୍ରେକ୍ଷଣ ।

ସେ ବାଲେଶ୍ଵର ଲୋକସଭା ଆସନରୁ ଜିତିବା ଘୋଷଣା ହେବା ପରେ ସୋସିଆଲ ମିଡିଆରେ ତାଙ୍କର କିଛି ଫୋଟୋ ଘୁରିବୁଲୁଛି । ଯାହାକୁ ନେଇ ତାଙ୍କ ଜଣେ ସାଧୁ, ଜଣେ ସରଳ ଜୀବନଯାପନ କରୁଥିବା ବ୍ୟକ୍ତି ଓ ଜଣେ ସଂଯମଶୀଳ ବ୍ୟକ୍ତି ଭାବେ ଭାବେ ବର୍ଣ୍ଣନା କରାଯାଉଛି।  ଏପରିକି ତାଙ୍କ ପାଖରେ ଅର୍ଥ ନଥିବାରୁ ସେ ଅଟୋରେ ବୁଲି ପ୍ରଚାର କରି ନିର୍ବାଚନ ଜିତିଥିବା କୁହାଯାଉଛି ।

ହେଲେ ଏସବୁ ପ୍ରଚାର ପୃଷ୍ଠଭୂମିରେ ରହିଛି ଏକ ଅନ୍ଧକାରମୟ ଅତୀତ । ତାଙ୍କର ଅତୀତର ସନ୍ଦେହଜନକ ଭୂମିକା ସମ୍ପର୍କରେ ସୋସିଆଲ ମିଡିଆ ନିରବ । ଶାନ୍ତିପ୍ରିୟ ଓଡ଼ିଶାରେ ଧର୍ମୀୟ ଅଶୁୟା ଭାବ ସୃଷ୍ଟି କରୁଥିବା ଅଭିଯୋଗରେ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜୁ ହୋଇଛି ।

ପ୍ରତାପ ଷଢଙ୍ଗୀ ବଜରଙ୍ଗ ଦଳର ନେତା ଥିଲେ ଯେତେବେଳେ କିଛି ଧର୍ମାନ୍ଧ ବ୍ୟକ୍ତି ଏକ ଷ୍ଟେସନ ୱାଗନରେ ନିଆଁ ଲଗାଇ ଅଷ୍ଟେଲିଆନ ମିଶନାରୀ ଗ୍ରାହାମ ଷ୍ଟେନ୍ସ ଓ ତାଙ୍କର ଦୁଇ ଶିଶୁଙ୍କୁ ଶୋଇଥିବା ଅବସ୍ଥାରେ ପୋଡି ମାରିଦିଆଯାଇଥିଲା । ଏହି ଘଟଣା ରାଜ୍ୟରେ ସଂଖ୍ୟାଲଘୁଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା । ଏହି ଘଟଣା କେନ୍ଦୁଝର ଜିଲ୍ଲାର ମନୋହରପୁର ଠାରେ ଘଟିଥିଲା ।

ପ୍ରତାପଙ୍କୁ ଏହି ଘଟଣା ସମ୍ପର୍କରେ ପଚାରାଯାଇଥିଲା ଏବଂ ସେ କୌଣସି ଭୁଲ ହୋଇନଥିବା କହିଥିଲେ । ଯଦିଓ ତାଙ୍କୁ ହତ୍ୟାକାଣ୍ଡରେ ସମ୍ପୃକ୍ତ କରାଯାଇନଥିଲା, ସେ କିନ୍ତୁ ସବୁବେଳେ ମିଶନାରୀଙ୍କ କାର୍ଯ୍ୟକୁ ସମାଲୋଚନା କରିଥିଲେ । ରାଜନୈତିକ ସମୀକ୍ଷକଙ୍କ ମତରେ ପ୍ରତାପ ଏହି ହତ୍ୟାକାଣ୍ଡରେ ସିଧାସଳଖ ସମ୍ପୃକ୍ତ ନଥିଲେ । କିନ୍ତୁ ସେ ସଫଳତାର ସହ ଏକ ବାତାବରଣ ସୃଷ୍ଟିକରିଥିଲେ ଯେଉଁଥିରେ ଧର୍ମୀୟ ମୌଳବାଦୀ ଚିନ୍ତାଧାରା ବୃଦ୍ଧି ପାଇଥିଲା ।

ପ୍ରତାପଙ୍କ ନିର୍ବାଚନୀ ସତ୍ୟପାଠ ଦର୍ଶାଉଛି ଯେ ତାଙ୍କ ବିରୋଧରେ ଏକାଧିକ ଗୁରୁତ୍ତର ଅପରାଧିକ ମାମଲା ରହିଛି । ଦଙ୍ଗା, ଅପରାଧ ପାଇଁ ପ୍ରବର୍ତ୍ତାଇବା, ଧର୍ମ ଓ ଜାତି ନାଁରେ ଗୋଷ୍ଠି ମଧ୍ୟରେ ଶତ୍ରୁତା ସୃଷ୍ଟି କରିବା ଆଦି ମାମଲାରେ ସେ ଅଭିଯୁକ୍ତ । ଏହିସବୁ ମାମଲା ତାଙ୍କ ଦଳ ଯେତେବେଳେ ରାଜ୍ୟରେ ସରକାରରେ ଅଂଶୀଦାର ଥିଲେ ସେହି ସମୟରେ ରୁଜୁ ହୋଇଛି।

2002 ମାର୍ଚ୍ଚ ମାସରେ ସରକାରୀ ସମ୍ପତ୍ତି ନଷ୍ଟ କରିବା ଅଭିଯୋଗରେ ସେ ଗିରଫ ହୋଇଥିଲେ । ତାଙ୍କ ନେତୃତ୍ୱରେ 500ରୁ ଅଧିକ ବଜରଙ୍ଗ ଦଳର କର୍ମୀ ଓଡିଶା ବିଧାନସଭା ଉପରେ ଆକ୍ରମଣ କରି ବ୍ୟାପକ ଭଙ୍ଗାରୁଜା କରିଥିଲେ । ଆକ୍ରମଣକାରୀମାନେ ହାତରେ ଲାଠି ଓ ତ୍ରିଶୁଳ ଧରି ଆକ୍ରମଣ କରିଥିଲେ । ସେମାନେ ଅଯୋଧ୍ୟାର ବିବାଦୀୟ ଜମି ରାମ ମନ୍ଦିର ନିର୍ମାଣ ପାଇଁ ହସ୍ତାନ୍ତର କରିବାକୁ ଦାବି କରୁଥିଲେ । ଏଥିସହ ସେମାନେ ବିଶ୍ୱ ହିନ୍ଦୁ ପରିଷଦ ନେତା ଆଚାର୍ଯ୍ୟ ଗିରିରାଜ କିଶୋରଙ୍କ ଗିରଫଦାରୀକୁ ମଧ୍ୟ ବିରୋଧ କରିଥିଲେ ।

ତାଙ୍କର ଏହିସବୁ କାର୍ଯ୍ୟ ସ୍ପଷ୍ଟ ସଂକେତ ଦେଉଛି ଯେ ସେ ଜଣେ କଠୋର ହିନ୍ଦୁତ୍ୱ ଓ ଦକ୍ଷିଣପନ୍ଥୀ ଚିନ୍ତାଧାରର ବ୍ୟକ୍ତିତ୍ୱ।

Share

Leave a Reply

Your email address will not be published. Required fields are marked *

20 − fourteen =