ନିଆଁ ଲାଗି ଜଳିଗଲା ବନ୍ୟା ପୀଡ଼ିତଙ୍କ ବସ୍, ୧୮ ଜୀବନ୍ତ ଦଗ୍ଧ

ବୁଧବାର ପାକିସ୍ତାନର ଜମଶୋରୋ ଜିଲ୍ଲାରେ ଏକ ଯାତ୍ରୀବାହୀ ବସ୍‌ରେ ନିଆଁ ଲାଗିଯିବାରୁ ୮ ଶିଶୁଙ୍କ ସମେତ ୧୮ ଜଣ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ଏହି ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଜମଶୋରୋ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ଜମଶୋରୋର ପୂର୍ବତନ ବରିଷ୍ଠ ପୋଲିସ ଅଧୀକ୍ଷକ ଜାଭେଦ ବାଲୋଚଙ୍କ ସୂଚନା ଅନୁଯାୟୀ ଏହି ବସ୍ କରାଚିରୁ ଖୈରପୁର ନାଥାନ୍ ଶାହାକୁ ଯାଉଥିଲା । ତେବେ ନୁରିଆବାଦ ନିକଟରେ ବସରେ ନିଆଁ ଲାଗିଯିବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇଥିଲା । ବସ୍‌ରେ ସବୁ ବନ୍ୟା ପ୍ରଭାବିତ ଲୋକ‌ ଥିଲେ ଓ ସେମାନେ ଘରକୁ ଫେରୁଥିଲେ। ସମସ୍ତେ ମୁଗୈରୀ ସମ୍ପ୍ରଦାୟର ଥିଲେ |

ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, କୋଚ୍‌ର ଏୟାର କଣ୍ଡିସିନର ସିଷ୍ଟମରେ ତ୍ରୁଟି ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିଲା ​​ଯାହା ଚାହୁଁ ଚାହୁଁ ସମଗ୍ର ବସ୍‌କୁ ବ୍ୟାପି ଯାଇଥିଲା। କିଛି ଯାତ୍ରୀ ବସ୍‌ ଝରକା ପଟେ ଡେଇଁ ନିଜକୁ ରକ୍ଷା କରିଥିଲେ । କୁହାଯାଉଛି ଯେ ବସ୍‌ରେ ପ୍ରାୟ ୩୫ ଜଣ ଲୋକ ଥିଲେ।

ଏହି ଘଟଣାକୁ ଜାଣି ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା ଆମ୍ବୁଲାନ୍ସ ଯୋଗେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିବାକୁ ଜାମଶୋରୋର ଡେପୁଟି କମିଶନରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ପରିବାରବର୍ଗଙ୍କୁ ପ୍ରଶାସନ ସମସ୍ତ ସାହାଯ୍ୟ କରିବ ବୋଲି ସେ ଏକ ବିବୃତ୍ତିରେ କହିଛନ୍ତି। ସିଏମ ମୁରାଦ ମଧ୍ୟ ଘଟଣାର ତଦନ୍ତ ରିପୋର୍ଟକୁ ଡକାଇଛନ୍ତି।

Share

Leave a Reply

Your email address will not be published. Required fields are marked *

fourteen − three =