ସୋନି ଇଣ୍ଡିଆ ପକ୍ଷରୁ ଫୁଲ୍‌-ଫ୍ରେମ୍ ଲେନ୍‌ସ “FE 50mm F1.4 GM ଲେନ୍‌ସ” ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଜି ମାଷ୍ଟର ଫୁଲ୍ ଫ୍ରେମ୍ ଲେନ୍‌ସ ଉତ୍ପାଦ ବର୍ଗମାଳାରେ ନୂଆ ଉତ୍ପାଦ ଭାବେ FE 50mm F1.4 GM lens ଲେନ୍‌ସର ଶୁଭାରମ୍ଭ କରାଯାଇଛି । ଏହା ଉଲ୍ଲେଖନୀୟ ଭାବେ ଛୋଟ ଓ ହାଲୁକା । ଏହି ଲେନ୍‌ସ ଉତ୍କୃଷ୍ଟ ଛବି ମାନ ପ୍ରଦା କରୁଥିବା ବେଳେ ହାଇ ରିଜଲ୍ୟୁସନ୍ ସହିତ ପ୍ରାକୃତିକ ବୁକେ ପ୍ରଦାନ କରୁଛି । ସୋନିର ନୂଆ କ୍ୟାମେରା ସହିତ ଯୋଡ଼ି ତାହାକୁ ଉଭୟ ଷ୍ଟିଲ୍ ଓ ଭିଡିଓ ରେକର୍ଡିଂ ପାଇଁ ବ୍ୟବହାର କରିହେବ । ଏଥିରେ ପୋର୍ଟେଚର, ଟ୍ରାଭେଲ୍‌, ଲ୍ୟାଣ୍ଡ୍‌ସ୍ପେପ୍ ଓ ବିବାହ ମୋଡ୍‌କୁ ବ୍ୟବହାର କରିହେବ ।
ସୋନି ଇଣ୍ଡିଆର ଡିଜିଟାଲ୍ ଇମେଜିଂ ମୁଖ୍ୟ ମୁକେଶ ଶ୍ରୀବାସ୍ତବ କହିଛନ୍ତି ଯେ, “ଆଜିର କଂଟେନ୍‌ଟ କ୍ରିଏଟରମାନଙ୍କ ଆବଶ୍ୟକତା ପୂରଣ କରିବା ଲାଗି ସୋନିରେ ଆମେ ଆମର ଉତ୍ପାଦରେ ଉନ୍ନତି ଆଣୁଛୁ ଏବଂ ଆମେ ବର୍ଗର ସହ ଘୋଷଣା କରୁଛୁ ଯେ FE 50mm F1.4 GM lens ଲେନ୍‌ସ ସହିତ ଆମର ନୂଆ ଉତ୍ପାଦ ଇ-ମାଉଂଟ୍ ଲେନ୍‌ସ ବର୍ଗମାଳାରେ ସଦ୍ୟତମ ଯୋଗଦାନ । ଉଭୟ ଫଟୋଗ୍ରାଫି ଓ ଭିଡିଓଗ୍ରାଫି ପାଇଁ ଏହି ପ୍ରାଇମ୍ ଲେନ୍‌ସ ବେଶ ଉପଯୋଗୀ ଏବଂ ୫୦ ଏମ୍‌ଏମ୍‌ରେ ଏହା ଚମତ୍କାର ଗୁଣାତ୍ମକ ମାନର ଛବି ପ୍ରଦାନ କରୁଛି ଯାହା ହେଉଛି ସବୁଠୁ ଲୋକପ୍ରିୟ ଫୋକାଲ୍ ଲେନ୍‌ସ । ଏହି ଆକର୍ଷଣୀୟ ଲେନ୍‌ସରେ ରହିଛି ସୋନିର ସଦ୍ୟତମ ଜି ମାଷ୍ଟର ପ୍ରଯୁକ୍ତି ।’’
ଏହି ଲେନ୍‌ସରେ ସ୍ପଷ୍ଟ ଫଟୋ ଏବଂ ସୁନ୍ଦର ବୁକେ ହାସଲ କରିହେବ । ଏହାର ୧୧-ବ୍ଲେଡ୍ ଗୋଲାକାର ଆପେଚର ପ୍ରାକୃତିକ ଭଳି ବୁକେ ପ୍ରଦାନ କରୁଛି ଯାହାକୁ ବିଭିନ୍ନ ପ୍ରକାର ସୁଟିଂ ବ୍ୟବହାର କରାଯାଇପାରିବ । କଲର ବ୍ଲିଡିଂକୁ ରୋକିବା ଲାଗି ଏଥିରେ ଦୁଇଟି ଏକ୍ସ୍ରିଟ୍ ଆସଫେରିକାଲ୍ ଓ ଇଡି (ଏକ୍ସଟ୍ରା ଲୋ ଡିସ୍‌ପରସନ୍‌) ରହିଛି । ବ୍ୟାକ୍‌ଲିଟ୍ ଭଳି ସ୍‌ତିତିରେ ମଧ୍ୟ ସୋନିର ଅସଲି ନାନୋ ଏଆର୍ କୋଟିଂ ୨ ପ୍ରତିଫଳନକୁ ରୋକିଥାଏ ।
ସମାନ ସୁବିଧା ଥିବା ପାରମ୍ପରିକ ଲେନ୍‌ସ ତୁଳନାରେ ଏହା ୧୫ ପ୍ରତିଶତ କମ୍ ହାଲୁକା ଏବଂ ୧୫% ଭଲ୍ୟୁମ୍ କମ୍ । ଏହାର ଓଜନ ହେଉଛି ୫୧୬ ଗ୍ରାମ । ଅଳ୍ପ ଆଲୋକରେ ମଧ୍ୟ ଏହା ବହୁତ ଭଲ କାମ କରିବ । ତେଣୁ ଏହାକୁ ଉଭୟ ଷ୍ଟିଲ୍ ଓ ଭିଡିଓ ସୁଟିଂ ପାଇଁ ବ୍ୟବହାର କରାଯାଇପାରିବ । ଗିମ୍‌ବାଲ୍ ଓ ଡ୍ରୋନ୍ ପରିଚାଳନା ପାଇଁ ଏହା ବେଶ ଉପଯୁକ୍ତ । ଏହାର ଅଟୋଫୋକସ ବେଶ ଭରସାଯୋଗ୍ୟ ।
ସୋନିର ଏହି ନୂଆ ଲେନ୍‌ସ ଧୂଳିକଣା ଓ ଆର୍ଦ୍ରତା ନିରୋଧୀ । ଏଥିରୁ ସହଜରେ ଆଙ୍ଗୁଠି ଛାପ, ଧୂଳିକଣା, ପାଣି, ତେଲ ଓ ଅନ୍ୟାନ୍ୟ ପ୍ରଦୂଷଣ ଉପାଦାନକୁ ହଟାଇ ହେବ । ଫଳରେ କ୍ରିଏଟରମାନେ ଏହାକୁ ଯେକୌଣସି ପ୍ରକାର ପରିବେଶରେ ବିଶ୍ୱାସର ସହ ବ୍ୟବହାର କରିପାରିବେ । ଏହା ଗ୍ରାହକମାନଙ୍‌କ ଲାଗି ଏପ୍ରିଲ୍ ୩ ତାରିଖରୁ ଉପଲବ୍ଧ ହେବ । ଏହାର ମୂଲ୍ୟ ହେଉଛି ୧,୪୯,୯୯୦ ଟଙ୍କା । ସମସ୍ତ ସୋନି ସେଂଟର, ଆଲ୍‌ଫା ଫ୍ଲାଗ୍‌ସିପ୍ ଷ୍ଟୋର୍‌, ଆମାଜନ ଓ ଫ୍ଲିପ୍‌କାର୍ଟ ଭଳି ୱେବସାଇଟ୍ ଓ ସମସ୍ତ ଅଗ୍ରଣୀ ଇଲେକ୍ଟ୍ରୋନିକ୍ସ ଷ୍ଟୋର ଓ ଙ୍ଗଙ୍ଗଙ୍ଗ.ଝଷକ୍ଟକ୍ଟ୍ରବଗ୍ଧଝଉ.ମକ୍ଟଜ୍ଞରୁ ଏହି ଲେନ୍‌ସକୁ କିଣାଯାଇପାରିବ ।

Share

Leave a Reply

Your email address will not be published. Required fields are marked *

5 × two =