ଟିପି ନର୍ଦନ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଗ୍ରୀଷ୍ମର ଶୀର୍ଷ ଚାହିଦା (ପିକ୍ ଡିମାଣ୍ଡ୍‌)ର ପରିଚାଳନା ଲାଗି ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ

ଗ୍ରୀଷ୍ମ ଋତୁରେ ୧୩୫୦ ମେଗାୱାଟ୍ ପିକ୍ ଡିମାଣ୍ଡ୍ ପୂରଣ କରିବା ଲାଗି ବ୍ୟବସ୍ଥା କରାଯାଇଛି
ଭରସାଯୋଗ୍ୟ ଯୋଗାଣ ନିଶ୍ଚିତ କରିବା ଲାଗି ନେଟ୍‌ୱର୍କରେ ଉନ୍ନତି, ଲୋଡ୍ ପୂର୍ବାନୁମାନ ଓ ପ୍ରଯୁକ୍ତିର ବ୍ୟବହାର
ବାଲେଶ୍ୱର: ଗ୍ରୀଷ୍ଣ ଋତୁରେ ପ୍ରବଳ ଗ୍ରୀଷ୍ଣ ପ୍ରବାହ ହେବା ଆକଳନ କରାଯାଇଥିବାରୁ ଟାଟା ପାୱାର ନେତୃତ୍ୱାଧୀନ ଓଡ଼ିଶାର ବଂଟନ କଂପାନି (ଡିସ୍‌କମ୍‌)ଗୁଡ଼ିକ ମୂଲ୍ୟବାନ ଗ୍ରାହକମାନଙ୍କୁ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି । ୨୦.୫ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ସେବା ପ୍ରଦାନ କରୁଥିବା ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପିଏନ୍‌ଓଡିଏଲ୍ ଆଶା କରୁଛି ଯେ ଏହି ଗ୍ରୀଷ୍ମ ଋତୁରେ ପିକ୍ ଡିମାଣ୍ଡ୍ (ଶୀର୍ଷ ଚାହିଦା) ୧୩୫୦ ମେଗାୱାଟ୍ ହେବ ଯାହା ଗତବର୍ଷର ୧୧୫୩ ମେଗାୱାଟ୍ ତୁଳନାରେ ୧୯୭ ମେଗାୱାଟ୍ ଅଧିକ ।
ଗ୍ରୀଷ୍ମ ଋତୁରେ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣକୁ ନିଶ୍ଚିତ କରିବା ଲାଗି ଏବଂ ଶୀର୍ଷ ଚାହିଦାର ପରିଚାଳନା କରିବା ଲାଗି ଟିପିଏନ୍‌ଓଡିଏଲ୍ ବିଭିନ୍ନ ପ୍ରକାର ପଦକ୍ଷେପ କାର୍ଯ୍ୟକାରୀ କରିଛି ।
ଶୀର୍ଷ ଚାହିଦା ପରିଚାଳନା କରିବା ଓ ଏକ ଭରସାଯୋଗ୍ୟ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବା ଲାଗି ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଲୋଡ୍‌ର ପୂର୍ବାନୁମାନ କରିବା । ପାଣିପାଗ ଆକଳନ ଓ ଅତୀତର ଚାହିଦା ତଥ୍ୟ ଭଳି ବିଭିନ୍ନ ମାନଦଣ୍ଡ ଉପରେ ଟିପିଏନ୍‌ଓଡିଏଲ୍ ନିର୍ଭର କରି ଚାହିଦାକୁ ସଠିକ୍ ଭାବେ ପୂର୍ବାନୁମାନ କରୁଛି ଏବଂ ଗ୍ରାହକମାନଙ୍କୁ ସୁଲଭ ବିଦ୍ୟୁତ ଯୋଗାଣ ପାଇଁ ଉତ୍କୃଷ୍ଟ ଭାବେ ଯୋଜନା ପ୍ରସ୍ତୁତ କରୁଛି । ଟିପିଏନ୍‌ଓଡିଏଲ୍ ସେବା ପ୍ରଦାନ କରୁଥିବା ଅଂଚଳରେ ଶୀର୍ଷ ଚାହିଦାର ଧାରାକୁ ନିମ୍ନରେ ପ୍ରଦର୍ଶିତ କରାଯାଇଛି:
୨୦୨୧-୨୨: ୧୧୭୪ ମେଗାୱାଟ୍‌
୨୦୨୨-୨୩: ୧୧୫୩ ମେଗାୱାଟ୍‌

ପ୍ରଯୁକ୍ତି ପଦକ୍ଷେପ ଜରିଆରେ ନେଟ୍‌ୱର୍କର ସୁଦୃଢ଼ୀକରଣ
ବିଦ୍ୟୁତ୍ ସଂପତିର ସ୍ଥିତି ଆକଳନ କରିବା ଲାଗି ଡିସ୍‌କମ୍‌ଗୁଡ଼ିକ ପକ୍ଷରୁ ବିଭିନ୍ନ ପ୍ରଯୁକ୍ତି କାର୍ଯ୍ୟକାରୀ କରାଯାଇଛି ଯାହା ବଂଟନ ସଂପତିର ସ୍ଥିତିରେ ଉନ୍ନତି ଆଣିବା ଲାଗି ମରାମତି କାର୍ଯ୍ୟକ୍ରମର ନିର୍ଘଂଟ ପ୍ରସ୍ତୁତ କରିବାରେ ସହାୟକ ହେଉଛି ।
ଚା ୩୩ କେଭି, ୧୧ କେଭି ତାର, ଟ୍ରାନ୍ସଫରମର୍‌ର ପ୍ରତିଷେଧମୂଳକ ଓ ବିଭ୍ରାଟ ଜନିତ ରକ୍ଷଣାବେକ୍ଷଣ ଓ ଫ୍ୟୁଜ୍ କଲ୍ ଅଭିଯୋଗର ତ୍ୱରିତ ମୁକାବିଲା ଏବଂ ସବଷ୍ଟେସନଗୁଡ଼ିକର ବାର୍ଷିକ ରକ୍ଷଣାବେକ୍ଷଣ ଚୁକ୍ତି ପାଇଁ ଟିପିଏନ୍‌ଓଡିଏଲ୍ ପକ୍ଷରୁ ବିଜନେସ୍ ଆସୋସିଏଟସ୍‌ମାନଙ୍କ୍‌ୁ ନିଯୁକ୍ତ କରାଯାଇଛି ।
ଚା ଏକ ଚବିଶ ଘଂଟିଆ ପିଏସ୍‌ସିସ କେନ୍ଦ୍ରୀୟ ନିୟନ୍ତ୍ରଣ କକ୍ଷ ଭାବେ ପରିଚାଳିତ ହେଉଛି ।
ଚା ଏକ ଉତ୍ସର୍ଗୀକୃତ ୨୪ ଘଂଟିଆ କଲ୍ ସେଂଟର ସ୍ଥାପନ କରାଯାଇଛି ଯେଉଁଠାରେ ବିଦ୍ୟୁତ୍ ଯୋଗାଣ ନଥିବା ମାମଲାରେ ଗ୍ରାହକମାନେ କଲ୍ କରିପାରିବେ ।
ଚା ସ୍ଥାନୀୟ ଟିମ୍ ଓ ବାଲେଶ୍ୱର ପିଏସ୍‌ସିସିର ମୁଖ୍ୟ ନିୟନ୍ତ୍ରଣ କକ୍ଷ ସହ ସମନ୍ୱୟ ରକ୍ଷା କରିବା ପାଇଁ ସର୍କଲ୍ ଓ ଡିଭିଜନ ସ୍ତରୀୟ ନିୟନ୍ତ୍ରଣ କକ୍ଷ ସ୍ଥାପନ ।
ଚା ଗ୍ରୀଷ୍ମ ଋତୁରେ ଅଭାବନୀୟ ବିଭ୍ରାଟକୁ ହ୍ରାସ କରିବା ଲାଗି ଅଫ୍‌-ପିକ୍ ସିଜନ୍‌ରେ ବୃକ୍ଷର ବିଭିନ୍ନ ଅଂଶର ବ୍ୟାପକ ଛେଦନ ସମେତ ବ୍ୟାପକ ରକ୍ଷଣାବେକ୍ଷଣ କାର୍ଯ୍ୟ କରାଯାଉଛି ।
ଅତିରିକ୍ତ ଶ୍ରମଶକ୍ତି ଓ ସମ୍ବଳ
ଚା ୧୧ କେଭି ଓ ଏଲ୍‌ଟି ତାରର ରକ୍ଷଣାବେକ୍ଷଣ ପାଇଁ ଏଏମ୍‌ସି ଅଧୀନରେ ୨୫୦ ଯାନ ସହିତ ୭୫୦୦ ବିଏ କର୍ମଚାରୀଙ୍କୁ ସହରାଂଚଳରେ ୨୪ ଘଂଟା ଏବଂ ଗ୍ରାମାଚଂଳରେ ୧୨ ଘଂଟା ପାଇଁ ନିୟୋଜିତ କରାଯାଇଛି ଏବଂ ପିଏସ୍‌ଏସ୍ ଓ ୩୩ କେଭି ଲାଇନ୍‌ର ରକ୍ଷଣାବେକ୍ଷଣ ଲାଗି ୧୨୦ ଯାନ ସହିତ ୧୭୦୦ ବିଏ କର୍ମଚାରୀ ମୂତୟନ କରାଯାଇଛି
ଚା ସବଷ୍ଟେସନ ଓ ଫିଡରର ପ୍ରତିଷେଧମୂଳକ ଓ ବିଭ୍ରାଟ ରକ୍ଷଣାବେକ୍ଷଣ ଲାଗି ଟିପିଏନ୍‌ଓଡିଏଲ୍ ସେବା ଅଂଚଳ ସାରାରେ ଆବଶ୍ୟକ ଶ୍ରମ ଶକ୍ତି ଓ ଯାନ ଉପଲବ୍ଧ ରହିଛି
ଚା ଜରୁରୀକାଳୀନ ସ୍ଥିତିରେ ଡିଜି ସେଟ୍ ଭଡ଼ାରେ ଅଣାଯିବ
ଚା କଂପାନିର ଡିପାର୍ଟମେଂଟାଲ୍ ଷ୍ଟୋର୍‌ରେ ବଂଟନ ଟ୍ରାନ୍ସଫରମର, ତାର, ଭଳି ସବୁ ପ୍ରକାର ଉପକରଣର ଷ୍ଟକ୍ ଉପଲବ୍ଧ ରହିଛି
ଚା ଯେକୌଣସି ପ୍ରକାର ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ଲାଗି ଉପକରଣର ଏକ ସ୍ୱତନ୍ତ୍ର ଭଣ୍ଡାର ସ୍ଥାପନ କରାଯାଉଛି ।
ଗ୍ରାହକ ପ୍ରଥମ ଆଭିମୁଖ୍ୟ
ଚା ଚବିଶ ଘଂଟା ଗ୍ରାହକଙ୍କ ଅଭିଯୋଗ ପଂଜୀକରଣ କରିବା ଲାଗି କେନ୍ଦ୍ରୀୟ ଗ୍ରାହକ ସେବା କେନ୍ଦ୍ର/ କଲ୍ ସେଂଟର-୧୯୧୨/ ୧୮୦୦ ୩୪୫୬୭୧୮ ।
ଚା ଗ୍ରାହକଙ୍କ ଅଭିଯୋଗର ସମାଧାନ ଲାଗି କ୍ଷେତ୍ର ଇଞ୍ଜିନିୟରଙ୍କ ମୋବାଇଲ୍ ନମ୍ବର ଚବିଶ ଘଂଟା ଉପଲବ୍ଧ ରହିିଛି ।
ଚା ଜିଲ୍ଲା ମୁଖ୍ୟାଳୟ, ଚିକିତ୍ସାଳୟ, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର, ଜନ ସ୍ୱାସ୍ଥ୍ୟ କେନ୍ଦ୍ର, ଆରଡବ୍ଲୁଏସଆଣ୍ଡ୍‌ଏସ୍‌, ପିଏଚ୍ ଆଦିରେ ଅଗ୍ରାଧିକାର ଭିତିରେ ବିଦ୍ୟୁତ୍ ଯୋଗାଣକୁ ସ୍ୱାଭାବିକ କରାଯିବ
ଚା ଜରୁରୀକାଳୀନ ସ୍ଥିତିର ମୁକାବିଲା କରିବା ଲାଗି ଗ୍ରୀଷ୍ମ ପ୍ରବାହ ସମୟରେ ସତର୍କତା ଲାଗି ଫିଲ୍ମ ଏସ୍‌ଇଙ୍କୁ ନିର୍ଦେଶ ।
ଚା ଉର୍ଜା ମିତ୍ର ଓ ଟିପିଏନ୍‌ଓଡିଏଲ୍ ୱେବସାଇଟ୍‌ରେ ମୋବାଇଲ୍ ଏସ୍‌ଏମ୍‌ଏସ୍ ଜରିଆରେ ବିଦ୍ୟୁତ୍ ବିଭ୍ରାଟ ବିଷୟରେ ପ୍ରଭାବିତ ଗ୍ରାହକ ସୂଚିତ କରିପାରିବେ ।
ଚା ଜରୁରୀକାଳୀନ ସମୟରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରଶମନ କର୍ତୃପକ୍ଷ (ଓସଡମା) ସହ ସମ୍ପର୍କ ସ୍ଥାପନ କରିବା ଲାଗି ବ୍ୟବସ୍ଥା କରାଯାଇଛି ।
ଚା ଯେକୌଣସି ପ୍ରକାର ଅଭାବନୀୟ ସ୍ଥିତିର ମୁକାବିଲା କରିବା ଲାଗି କ୍ଷେତ୍ର ଏସ୍‌ଇଙ୍କ ପାଖରେ ଏକ ପୋର୍ଟେବଲ୍ ଜେନେରେଟର ସେଟ୍ (ଆକ୍ସା)
ଚା ଜରୁରୀକାଳୀନ ସମୟରେ ଦରକାର ପଡ଼ିଲେ ଓଡ଼ିଶା ବିପର୍ଯ୍ୟୟ ତ୍ୱରିତ ପଦକ୍ଷେପ ବଳ (ଓଡ୍ରାଫ୍‌) କିମ୍ବା ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (ଏନ୍‌ଡିଆର୍‌ଏଫ୍‌) ଟିମ୍ ଦ୍ୱାରା ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ସ୍ଥାନୀୟ ବିଦ୍ୟୁତ କାର୍ଯ୍ୟାଳୟ ମଧ୍ୟରେ ସମନ୍ୱୟ ।

ପ୍ରତିଷେଧମୂଳକ ସୁରକ୍ଷା
ଡିଭିଜନ ସ୍ତରରେ ସୁରକ୍ଷା ଅଧିକାରୀ ମୂତୟନ, କାର୍ଯ୍ୟ କରିବା ବେଳେ ସୁରକ୍ଷା ପ୍ରୋଟୋକଲ୍‌କୁ ପାଳନ କରିବା ଲାଗି କ୍ଷେତ୍ର ଟିମ୍‌କୁ ସଚେତନତା
କ୍ଷୁଦ୍ର ବାତ୍ୟା କିମ୍ବା ଟ୍ରାନ୍ସଫରମର ଅଚଳ ଭଳି ସ୍ଥିତିରେ ଯଥା ଶୀଘ୍ର ବିଦ୍ୟୁତ ଯୋଗାଣକୁ ସ୍ୱାଭାବିକ କରାଯିବ

“ଏକ ଦାୟିତ୍ୱବାନ ବିଦ୍ୟୁତ୍ ୟୁଟିଲିଟି ଭାବେ, ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ଓ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ଆମେ ସର୍ବଦା ଗୁରୁତ୍ୱ ଦେଉଛୁ । ଓଡ଼ିଶାର ଲୋକମାନଙ୍କୁ ଶ୍ରେଷ୍ଠ ସେବା ପ୍ରଦାନ କରିବା ଲାଗି ଆମେ ନିରନ୍ତର ଭାବେ ଉଦ୍ୟମ କରୁଛୁ ଏବଂ ଜାରି ରହିଥିବା ଗ୍ରୀଷ୍ମ ଋତୁ ଏବଂ ତାପମାତ୍ରାରେ ବୃଦ୍ଧି ଆଶା କରାଯାଉଥିବାରୁ ପ୍ରବଳ ଗ୍ରୀଷ୍ଣ ପ୍ରବାହରେ ଗ୍ରାହକମାନେ ଯେଭଳି ପ୍ରଭାବିତ ନହେବେ ତାହା ନିଶ୍ଚିତ କରିବା ଲାଗି ବିଭିନ୍ନ ଅଭିଯାନକୁ ଆମେ କାର୍ଯ୍ୟକାରୀ କରିଛୁ ଏବଂ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛୁ ବୋଲି ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

3 × two =