ୱି ପକ୍ଷରୁ ୩୬୮ ଟଙ୍କା ଓ ୩୬୯ ଟଙ୍କାର ନୂଆ ମାସିକ ରିଚାର୍ଜ ପ୍ଳାନ୍‌ର ଶୁଭାରମ୍ଭ

ଭୁବନେଶ୍ୱର: ଭାରତର ଅଗ୍ରଣୀ ଟେଲିକମ୍ ସେବା ପ୍ରଦାନକାରୀ ୱି ପକ୍ଷରୁ ସାରା ଦେଶର ପ୍ରିପେଡ୍ ଗ୍ରାହକମାନଙ୍କ ପାଇଁ ୩୬୮ ଟଙ୍କିଆ ଓ ୩୬୯ ଟଙ୍କିଆ ମାସିକ ରିଚାର୍ଜ ପ୍ଲାନ୍‌ର ଶୁଭାରମ୍ଭ କରାଯାଇଛି । ଏହି ଦୁଇ ରିଚାର୍ଜ ପ୍ଲାନ୍‌ରେ ମନୋରଂଜନର ଭଣ୍ଡାର ରହିଛି । ଏହି ପ୍ଲାନ୍‌ର ବୈଧତା ହେଉଛି ୧ ମାସ ଏବଂ ଏଥିରେ ଅସୀମିତ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍‌, ଓଟିଟି ସୁବିଧା ଓ ଦୈନିକ ୨ ଜିବି ଡାଟା ପ୍ରଦାନ କରାଯାଉଛି ।
ୱିର ୩୬୮ ଟଙ୍କିଆ ରିଚାର୍ଜ ପ୍ଲାନ୍‌ରେ ପ୍ରିପେଡ୍ ଗ୍ରାହକଙ୍କୁ ପ୍ରଦାନ କରାଯାଉଥିବା ସନ୍‌ନେକ୍ସଟ୍ ଟିଭି ଓ ମୋବାଇଲ୍‌ର ସବ୍‌ସ୍କ୍ରିପ୍‌ସନ୍ ଯେଉଁଥିରେ ସେମାନେ ଶ୍ରେଷ୍ଠ ଓ ବ୍ୟାପକ ଆଂଚଳିକ ସିନେମା, ଟିଭି ସୋ’, ମ୍ୟୁଜିକ୍ ଭିଡିଓ ଆଦିକୁ ତାମିଲ, ମାଲାୟାଲମ, ତେଲୁଗୁ, କନ୍ନଡ଼, ମରାଠି ଓ ବଙ୍ଗଳା ଭାଷାରେ ଦେଖିପାରିବେ । ଅସୀମିତ କଲ୍‌, ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ଓ ଦୈନିକ ୨ ଜିବି ଡାଟା ବାଦ ଗ୍ରାହକଙ୍କୁ ସନ୍‌ନେକ୍ସଟ୍‌ର ସବ୍‌ସ୍କ୍ରିପ୍‌ସନ୍ ପ୍ରଦାନ କରାଯାଉଛି । ଉଭୟ ଟେଲିକମ୍ ଓ ଅଣ ଟେଲିକମ୍ ସୁବିଧାର ବୈଧତା ହେଉଛି ଏକ ମାସ ।
ଅନ୍ୟ ପକ୍ଷରେ ୱିର ୩୬୯ ଟଙ୍କିଆ ରିଚାର୍ଜ ପ୍ଲାନ୍‌ରେ ପ୍ରିପେଡ୍ ଗ୍ରାହକମାନେ ୩୦ ଦିନ ପର୍ଯ୍ୟନ୍ତ ସୋନି ଲିଭ୍ ଆପ୍‌କୁ ହାସଲ କରିପାରିବେ । ସେଥିରେ ଥିବା ସୋ’ ଓ ସିରିଜ୍ ଆଦିକୁ ଦେଖିପାରିବେ ଏବଂ ମୋବାଇଲ୍‌ରେ କ୍ରୀଡ଼ା କାର୍ଯ୍ୟକ୍ରମର ସିଧା ପ୍ରସାରଣକୁ ଦେଖିପାରିବା ସହ ଦୈନିକ ୨ ଜିବି ଡାଟା, ଅସୀମିତ କଲ୍ ଓ ଦୈନିକ ୧୦୦ ଏସ୍‌ଏମ୍‌ଏସ୍ ସୁବିଧା ପାଇପାରିବେ । ଏହି ପ୍ଲାନ୍ ରିଚାର୍ଜ କଲେ ଗ୍ରାହକମାନେ ସୋନି ଲାଇଭ୍ ଅରିଜିନାଲ୍‌, ସିନେମା, ସୋ’, ଲାଇଭ୍ କ୍ରୀଡ଼ା କାର୍ଯ୍ୟକ୍ରମ, ସ୍ୱତନ୍ତ୍ର କନ୍‌ଟେଂଟ୍ ଆଦିକୁ ମୋବାଇଲ୍‌ରେ ଦେଖିପାରିବେ । ମହାରାଣୀ, ରକେଟ୍ ବଏଜ୍‌, ସ୍କାମ୍ ୧୯୯୨-ଦି ହର୍ଷଦ ମେହତା ଷ୍ଟୋରି, ଗୁଲକ, ଗାର୍ଗି ସାଲ୍ୟୁଟ ଭଳି ଲୋକପ୍ରିୟ ସିରିଜ୍‌କୁ ଗ୍ରାହକମାନେ ଦେଖିବାର ସୁଯୋଗ ପାଇବେ ।
ଏହି ଦୁଇ ପ୍ଲାନ୍‌ରେ ଅସୀମିତ ଡାଟା ଅନୁଭୂତି ମିଳିବ । ଏଥିରେ ସପ୍ତାହ ଶେଷରେ ୨୦୦ ଜିବି ପର୍ଯ୍ୟନ୍ତ ଡାଟା ରୋଲ୍‌ଓଭର, ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ରାତି ସମୟ ଅସୀମିତ ଡାଟା ବିନା ମୂଲ୍ୟରେ ମିଳିବ । ଏହି ରିଚାର୍ଜ ପ୍ଲାନ୍‌ରେ ଅସୀମିତ ସୁବିଧା ଭାବେ ୱି ଏମ୍‌ଟିଭି ଆପ୍‌ର ଭିଆଇପି ସବ୍‌ସ୍କ୍ରିପ୍‌ସନ୍ ମିଳିବ । ବ୍ୟବହାରକାରୀମାନେ ୱି ସିନେମା ଓ ଟିଭି ଆପ୍ ଓ ୱି ଆପ୍‌କୁ ହାସଲ କରିପାରିବେ । ୱି ଏମ୍‌ଟିଭି ଆପ୍‌ରେ ରହିଛି ୪୫୦ରୁ ଅଧିକ ଲାଇଭ୍ ଟିଭି, ଲୋକପ୍ରିୟ ନିଉଜ୍ ଚ୍ୟାନେଲ୍‌, ସେମାରୋ, ଲାୟନ୍ସଗେଟ୍‌, ଜି୫, ଅତରଙ୍ଗୀ, ହଙ୍ଗାମା ପ୍ଲେ, ଡିସ୍‌କଭରି ଭଳି ପ୍ରିମିୟମ୍ ଓଟିଟି ପ୍ଲାଟଫର୍ମ ।

Share

Leave a Reply

Your email address will not be published. Required fields are marked *

five × four =