ସ୍କିପର ପାଇପ୍‌ସ ପକ୍ଷରୁ ମହେନ୍ଦ୍ର ସିଂହ ଧୋନି ଓ କ୍ରିସ୍ ଗେଲ୍‌ଙ୍କୁ ନେଇ ଅଭିଯାନର ଶୁଭାରମ୍ଭ

ଭୁବନେଶ୍ୱର: ଅଗ୍ରଣୀ ପଲିମର ପାଇପ୍‌ସ ଓ ଫିଟିଙ୍ଗ୍‌ସ ନିର୍ମାତା ସ୍କିପର ପାଇପ୍‌ସ ପକ୍ଷରୁ ବ୍ରାଣ୍ଡ୍ ଆମ୍ବାସାଡର ମହେନ୍ଦ୍ର ସିଂହ ଧୋନି ଓ କ୍ରିସ୍ ଗେଲ୍‌ଙ୍କୁ ନେଇ ନୂଆ ଅଭିଯାନ ଆରମ୍ଭ କରାଯାଇଛି । ଭାରତୀୟ ପରିବାର ପ୍ରସ୍ତୁତ କରାଯାଇଥିବା ୧୦୦% ଲିଡ୍ ମୁକ୍ତ ଓ ଏନ୍‌ଏସ୍‌ଏ୍‌ଫ ୧୪ ସାର୍ଟିଫାଏଡ୍ ସିପିଭିସି ପାଇପ୍ ବିଷୟରେ ସଚେତନତା ସୃଷ୍ଟି କରିବା ହେଉଛି ଏହି ଅଭିଯାନର ଲକ୍ଷ୍ୟ । ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ଏକ ନିରନ୍ତର ଭିତିଭୂମି ସମାଧାନ ପ୍ରତି ଏହାର ପ୍ରତିବଦ୍ଧତା ଏବଂ ମହେନ୍ଦ୍ର ସିଂହ ଧୋନିଙ୍କ ସହ ଏହାର ସହଯୋଗିତା ହେଉଛି ସମସ୍ତଙ୍କ ପାଇଁ ଏକ ସ୍ୱଚ୍ଛ, ସୁରକ୍ଷିତ ଓ ସୁସ୍ଥକର ଭବିଷ୍ୟତ ଆଡ଼କୁ ଏକ ପଦକ୍ଷେପ ।
ଜଳ ଯୋଗାଣ ବ୍ୟବସ୍ଥା ଲିଡ୍ ଅପମିଶ୍ରଣକୁ ନେଇ ବୃଦ୍ଧି ପାଉଥିବା ସମସ୍ୟା ଲାଗି ଏକ ସୁରକ୍ଷିତ ଓ ଭରସାଯୋଗ୍ୟ ସମାଧାନ ପ୍ରଦାନ କରିବାକୁ ୧୦୦% ଲିଡ୍ ମୁକ୍ତ ପାଇପ୍ ଜରିଆରେ ସ୍କିପର ଲିମିଟେଡ୍ ଲକ୍ଷ୍ୟ ରଖିଛି । ସ୍କିପର ପାଇପ୍‌ସ ଆଣ୍ଡ୍ ଫିଟିଙ୍ଗ୍‌ସ୍‌କୁ ସର୍ବୋଚ୍ଚ ଏନ୍‌ଏସ୍‌ଏଫ୍ ୧୪ ସାର୍ଟିଫିକେସନ ମିଳିଛି । ଦୀର୍ଘବର୍ଷ ଧରି କଂପାନି ଲିଡ ମୁକ୍ତ ପାଇପ୍ ବିଷୟରେ ସଚେତନତା ସୃଷ୍ଟି କରୁଛି । ଧୋନିଙ୍କ ଲୋକପ୍ରିୟତାକୁ ଆଧଥାର କରି ଘରେ ଘରେ ଏହି ଉତ୍ପାଦର ବ୍ୟବହାର ପାଇଁ ସଚେତନତା ସୃଷ୍ଟି କରିବାକୁ କଂପାନି ଚାହୁଛି । ଏହି ବିଜ୍ଞାପନ ଜରିଆରେ କଂପାନି ସାଧାରଣ ପାଇପ୍ ବ୍ୟବହାରରେ ରହିଥିବା ବିପଦକୁ ନେଇ ଲୋକଙ୍କୁ ସଚେତନ କରିବ ।
ଏହି ସହଯୋଗିତା ସମ୍ପର୍କରେ ସ୍କିପର୍ ଲିମିଟେଡ୍‌ର ନିର୍ଦେଶକ ଶ୍ରୀ ସିଦ୍ଧାର୍ଥ ବଂଶଲ କହିଛନ୍ତି ଯେ, “ସୁରକ୍ଷିତ ଜଳ ଯୋଗାଣ ଉପରେ ସଚେତନତା ବଢ଼ାଇବାରେ ଆମକୁ ସାହାଯ୍ୟ କରିବା ଲାଗି ଆମର ବ୍ରାଣ୍ଡ୍ ଆମ୍ବାସାଡର ଦୁଇ ବିଶିଷ୍ଟ କ୍ରିକେଟ ତାରକା ଏମ୍ ଏସ୍ ଧୋନି ଓ କ୍ରିସ୍ ଗେଲ୍‌ଙ୍କୁ ନେଇ ଆମେ ରୋମାଂଚିତ । ଭାରତୀୟମାନଙ୍କ ଲାଗି ଧୋନି କେବଳ ଜଣେ କ୍ରିକେଟ୍ ତାରକା ନୁହନ୍ତି, ସେ ହେଉଛନ୍ତି ବିଶ୍ୱାସ, ଭରସା ଓ ସ୍ଥିରତାର ପ୍ରତୀକ ଯାହା ସଠିକ୍ ଭାବେ ସ୍କିପର ଲିମିଟେଡ୍‌ର ମୂଲ୍ୟବୋଧ ସହ ଖାପଖାଉଛି । ଭାରତୀୟ କ୍ରିକେଟ ଦଳର ସ୍କିପର (ଅଧିନାୟକ)ଙ୍କ ସହ ଯୋଡ଼ି ହୋଇ ଶିଳ୍ପର ଏକ ଅଗ୍ରଣୀ ସଂସ୍ଥା ହେବା ଲାଗି ବହୁ ଭାବିଚିନ୍ତିତ ଏହି ବ୍ରାଣ୍ଡ୍ ରଣନୀତି ପ୍ରସ୍ତୁତ କରାଯାଇଛି । କ୍ରିସ୍ ଗେଲ୍ ଏହି ଅଭିଯାନ ପାଇଁ ଦରକାର ହେଉଥିବା କୌତୁକ ପ୍ରଦାନ କରିବେ ଯାହା ଭାରତରେ ଆମ ଦର୍ଶକଙ୍କ ପାଇଁ ତାହାକୁ ସ୍ମରଣୀୟ କରିବ । ଆମର ବିଶ୍ୱାସ ରହିଛି ଯେ ଏହି ଟିଭିସି ଦ୍ୱାରା ଆମ ବ୍ରାଣ୍ଡ୍‌କୁ ଲୋକମାନେ ମନେ ପକାଇବେ ଏବଂ ଏହା ଜରିଆରେ ସୁରକ୍ଷିତ ପାଇପ୍ ସମାଧାନକୁ ନେଇ ସଚେତନତା ବୃଦ୍ଧି ପାଇବ ।’’
କ୍ରିକେଟ୍ ତାରକା ମହେନ୍ଦ୍ର ସିଂହ ଧୋନି କହିଛନ୍ତି ଯେ, “ସ୍କିପର ପାଇପ୍‌ସର ଲିଡ୍ ମୁକ୍ତ ପାଇପ୍ ଓ ଫିଟିଙ୍ଗ୍‌ସ ବ୍ୟବହାରର ପ୍ରସାର କରିବା ଲାଗି ସେମାନଙ୍କ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବାରୁ ଆମେ ରୋମାଂଚିତ । ସୁରକ୍ଷିତ ଜଳ ଯୋଗାଣ ଯାହା ଭାରତରେ ଜଳବାହିତ ରୋଗ କମ୍ କରିବ ସେଭଳି ମହତ ଉଦ୍ଦେଶ୍ୟର ଅଧିନାୟକ ହେଉଥିବାରୁ ମୁଁ ଗର୍ବିତ । ଜଣେ କ୍ରିକେଟ ଖେଳାଳି ଭାବେ ମୁଁ ସର୍ବଦା ସାମ୍ନାରେ ରହି ନେତୃତ୍ୱ ନେଇଥାଏ ଏବଂ ଦଳର ସଫଳତା ଓ କଲ୍ୟାଣ ପାଇଁ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଥାଏ । ସୁରକ୍ଷିତ ଓ ଦୃଢ଼ ପାଇପ୍ ସମାଧାନ ଲାଗି ସ୍କିପର୍‌ର ପ୍ରତ୍‌ିବଦ୍ଧତାକୁ ନେଇ ମୋର ବିଶ୍ୱାସ ରହିଛି ଯେ ଭାରତୀୟମାନଙ୍କ ସୁସ୍ଥକର ଜୀବନର ପ୍ରସାର କରିବା ଲାଗି ମିଳିତ ଭାବେ ଆମେ ଲିଡ୍ ମୁକ୍ତ ପାନୀୟ ଜଳକୁ ନେଇ ଆବଶ୍ୟକ ସଚେତନତା ସୃଷ୍ଟି କରିପାରିବା ।’’
କ୍ରିକେଟ୍ ତାରକା କ୍ରିସ୍ ଗେଲ୍ କହିଛନ୍ତି ଯେ, “ଦୁନିଆ ଏକ ଶ୍ରେଷ୍ଠ ସ୍ଥାନରେ ପରିଣତ ହୋଇଥିବା ବେଳେ ଜଟିଳ ରୋଗ ପାଇଁ ଉପଷମ ପଦ୍ଧତି ମଧ୍ୟ ଉପଲବ୍ଧ ହୋଇଛି, ତଥାପି ଆମେ କିଛି ବାରମ୍ବାର ଘଟୁଥିବା ଅସସ୍ଥତାର ମୂଳ କାରଣ ଜାଣିବାରେ ବିଫଳ ରହିଛୁ । ଭାରତରେ ଏତେ ଅଧିକ ସଂଖ୍ୟକ ଲୋକ ଜଳବାହିତ ରୋଗରେ ପୀଡ଼ିତ ହୋଇଥିବା ଜାଣି ମୁଁ ଚିନ୍ତିତ ଏବଂ ମଜାଳିଆ ଢଙ୍ଗରେ ଲୋକମାନଙ୍କ ପାଖରେ ଗୁରୁତ୍ୱପୂର୍ଣ୍ଣ ବାର୍ତା ପହଂଚାଇବାକୁ ମୁଁ ଚାହୁଛି । ମୁଁ ଆଶା କରୁଛି ଯେ ସ୍କିପର ପାଇପ୍‌ସ ସହିତ ଏହି ଟିଭିସି ଲୋକମାନଙ୍କ ମଧ୍ୟରେ ଘରେ ଜଳ ଯୋଗାଣ ପାଇଁ ସୁରକ୍ଷିତ ପାଇପ୍‌ର ବ୍ୟବହାର ଜରିଆରେ ସଚେତନତା ବଢ଼ାଇ ଏକ ସୁସ୍ଥକର ସମାଜର ପରିବର୍ତନ ଆଣିବାରେ ସହାୟକ ହୋଇପାରିବ ।’’

Share

Leave a Reply

Your email address will not be published. Required fields are marked *

twelve + five =