ସୋନି ଇଣ୍ଡିଆ ପକ୍ଷରୁ ବୃହତ ବ୍ରାଭିଆ ଏକ୍ସଆର୍ ୪କେ ମିନି ଏଲ୍‌ଇଡି ଟିଭି ଏକ୍ସ୯୫ଏଲ୍ ଉନ୍ମୋଚିତ

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ଏହାର ବ୍ରାଭିଆ ଏକ୍ସଆର୍ ଏକ୍ସ୯୫ଏଲ୍ ସିରିଜ୍‌ରେ ନୂଆ ୮୫ ଇଂଚର ଟିଭିକୁ ଉନ୍ମୋଚନ କରାଯାଇଛି । ସେଥିରେ ରହିଛି କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ଯାହା ଚମତ୍କାର ବ୍ରାଇଟ୍‌ନେସ୍ ପ୍ରଦାନ କରୁଛି । ଗାଢ଼ କଳା ଓ ଉଜ୍ଜ୍ୱଳ ଆଲୋକ ସହ ଉପଲବ୍ଧ ଏହି ନୂଆ ଟିଭି କ୍ରିଏଟରମାନଙ୍କୁ ଚମତ୍କାର ଅନୁଭୂତି ପ୍ରଦାନ କରିବ ।
ଏକ୍ସ୯୫ଏଲ୍ ଟିଭିରେ ରହିଛି ପରବର୍ତୀ ପିଢ଼ିର କଗ୍‌ନିଟିଭ୍ ପ୍ରୋସେସର ଏକ୍ସଆର୍ ଯାହା ମନୋରଂଜନ ଅନୁଭବରେ ଉନ୍ନତି ଆଣିବା ଲାଗି ପ୍ରସ୍ତୁତ କରାଯାଇଛି । ସୋନି ବ୍ରାଭିଆ ଏକ୍ସଆର୍‌ରେ ରହିଥିବା ଏହି ବୈପ୍ଳବିକ ପ୍ରୋସେସର ମଣିଷ ଦେଖିବା ଓ ଶୁଣିବା ଭଳି ଢଙ୍ଗରେ ବିଷୟବସ୍ତୁ ଉପସ୍ଥାପନ କରୁଛି । ମଣିଷ ଆଖି କେଉଁ ସ୍ଥାନକୁ ଦେଲେ, ଛବିକୁ ବାସ୍ତବ ଜୀବନ ଭଳି ଉପସ୍ଥାପନ କରିବା, ଚମତ୍କାର କଂଟ୍ରାଷ୍ଟ ଓ ସୁନ୍ଦର ରଙ୍ଗକୁ ଏହା ଭଲ ଭାବେ ଜାଣିଛି । ୪କେ ମିନି ଏଲ୍‌ଇଡି ସ୍କ୍ରିନ୍‌ରେ ଏହି ଟିଭି ଅତୁଲ୍ୟ କଂଟ୍ରାଷ୍ଟ୍ ପ୍ରଦାନ କରୁଛି ।
ଏହି ଟିଭିରେ ରହିଛି ଏକ୍ସଆର୍ ୪କେ ଅପସ୍କେଲିଂ, ଏକ୍ସଆର୍ କ୍ଲିୟର ଇମେଜ୍ ଓ ଏକ୍ସଆର୍ ମୋସନ୍ କ୍ଲାରିଟି ଯାହା ମାଧ୍ୟମରେ ୪କେ ଆକ୍ସନକୁ ଅତି ସହଜ, ଉଜ୍ଜ୍ୱଳ ଓ ସ୍ପଷ୍ଟ ଭାବେ ଦେଖିହେବ । କଗ୍ନିଟିଭ୍ ପ୍ରୋସେସର ଏକ୍ସଆର୍ ବିପୁଳ ପରିମାଣର ଡାଟାକୁ ଅନୁଧ୍ୟାନ କରି ଉପଲବ୍ଧ ନଥିବା କଂଟ୍ରାଷ୍ଟକୁ ପୁନଃ ସୃଷ୍ଟି କରି ବାସ୍ତବ ଜୀବନ ଭଳି ଛବି ପ୍ରଦାନ କରୁଛି । କ୍ଲିୟର ଇମେଜ୍ ଦ୍ୱାରା ଜୋନ୍ ଡିଭିଜନ ଓ ଚମତ୍କାର ଫ୍ରେମ୍ ଅନୁଶୀଳନ ଜରିଆରେ କୋଳାହଳ କମ୍ କରାଯାଉଛି । ଏକ୍ସଆର୍ ମୋସନ କ୍ଲାରିଟି ପ୍ରଯୁକ୍ତି ଝାପ୍‌ସା (ବ୍ଲର୍‌)କୁ କମ୍ କରୁଛି ।
ଏକ୍ସ୯୫ଏଲ୍‌ରେ ରହିଛି ଏକ୍ସ-ଆଂଟି ରିଫ୍ଲେକ୍ସନ ଯାହା ପ୍ରତିଫଳନକୁ ହ୍ରାସ କରୁଛି ଏବଂ ଏକ୍ସ-ୱାଇଡ୍ ଆଙ୍ଗେଲ୍ ପ୍ରଯୁକ୍ତି ଛବିକୁ ଏଭଳି ଉପସ୍ଥାପନ କରୁଛି ଯାହାକୁ ଯେକୌଣସି କୋଣରୁ ଦେଖିଲେ ତାହା ବାସ୍ତବ ରଙ୍ଗ ଭଳି ଲାଗୁଛି । ଟିଭିକୁ ମଝିରୁ ଦେଖିବା ବେଳେ ଯେଉଁ ଅନୁଭୂତି ମିଳେ, କୋଣରୁ ମଧ୍ୟ ସେହି ଅନୁଭୂତି ମିଳୁଛି । ଡଲ୍‌ବି ଡିଭିଜନ୍‌, ଡଲ୍‌ବି ଆଟମସ୍‌, ଆଇମ୍ୟାକ୍ସ ଏନ୍‌ହାନ୍‌ସଡ୍ ଓ ନେଟ୍‌ଫ୍ଲିକ୍ସ ଆଡାପ୍‌ଟିଭ୍ କାଲିବ୍ରେଟେଡ୍ ମୋଡ୍ ଜରିଆରେ ଏଚ୍‌ଡିଆର୍ ସମାଧାନ ପାଇପାରିବେ ଓ ନିଜ ପସନ୍ଦର ନେଟ୍‌ଫ୍ଲିକ୍ସ ସୋ’କୁ ଉପଭୋଗ କରିପାରିବେ ।
ଅଟୋ ଏଚ୍‌ଡିଆର୍ ଟୋନ୍ ମ୍ୟାପିଂ ଓ ଅଟୋ ଜନିୟର ମୋଡ୍ ସହିତ ପ୍ଲେ ଷ୍ଟେସନ ୫ ପାଇଁ ଏହା ହେଉଛି ଏକ ଉପଯୁକ୍ତ ଗେମିଂ ମେସିନ୍ । ଲୋ ଲାଟେନ୍‌ସି ଥିବାରୁ ଆମେ ଦ୍ରୁତ ଓ ହାଇ ଇନଟେଂସିଟି ଗେମ୍‌କୁ ଉପଭୋଗ କରିପାରିବେ । ଗେମ୍ ମେନୁ ଜରିଆରେ ଆପଣ ଗେମ୍‌ର ସ୍ଥିତି, ସେଟିଂ ଆଦିକୁ ବଦଳାଇପାରିବେ । ଗୁଗୁଲ୍ ଟିଭି ମାଧ୍ୟମରେ ୮୫ଏକ୍ସ୯୫ଏଲ୍ ଟିଭି ୧୦୦୦୦ରୁ ଅଧିକ ଆପ୍ ଓ ଗେମ୍ ସହିତ, ୭,୦୦,୦୦୦ରୁ ଅଧିକ ସିନେମା ଓ ଟିଭି ସିରିଜ୍ ଜରିଆରେ ଅସୀମିତ ମନୋରଂଜନ ପ୍ରଦାନ କରୁଛି । ଏହା ଆପଲ୍ ଏୟାରପ୍ଲେ ଓ ହୋମ୍ କିଟ୍‌କୁ ସମର୍ଥନ କରୁଛି ।
ବ୍ରାଭିଆ କୋର୍ ସହିତ ଆପଣମାନେ ୨୪ ମାସ ଅବଧିରେ ୧୦ଟି ସିନେମାକୁ ରିଡିମ୍ କରିପାରିବେ । ୪କେ ୟୁଏଚ୍‌ଡି ବ୍ଲୁ-ରେ ଭଳି ଏଚ୍‌ଡିଆର୍ ସିନେମାକୁ ମଧ୍ୟ ଆପଣମାନେ ଉପଭୋଗ କରିପାରିବେ ।
ଏକ୍ସଆର୍‌-୮୫ଏକ୍ସ୯୫ଏଲ୍‌ର ମୂଲ୍ୟ ୫,୯୯,୯୯୦ ଟଙ୍କାରୁ ଆରମ୍ଭ ହୋଇଥିବା ବେଳେ ଏହା ବଜାରରେ ଉପଲବ୍ଧ ରହିଛି ।

Share

Leave a Reply

Your email address will not be published. Required fields are marked *

2 × 4 =