ଜନ୍‌ସନ୍‌ସ ବେବିର ନୂଆ ଅଭିଯାନ “ପ୍ରମିସ୍‌, ପେହ୍‌ଲେ ପଲ୍ ସେ’

ଭୁବନେଶ୍ୱର: ଅଗ୍ରଣୀ ବେବିକେୟାର ସଂସ୍ଥା ଜନ୍‌ସନ୍‌ସ ବେବି ପକ୍ଷରୁ ପ୍ରତି ଅଭିଭାବକଙ୍କ ଶକ୍ତିଶାଳୀ ପ୍ରତିବଦ୍ଧତାକୁ ପାଳନ କରିବା ଲାଗି “ପ୍ରମିସ୍‌, ପେହ୍‌ଲେ ପଲ୍ ସେ’ର ଶୁଭାରମ୍ଭ କରାଯାଇଛି । ପିଢ଼ି ପିଢ଼ି ଧରି ମାତାପିତାମାନଙ୍କ ସହ ଯୋଡ଼ି ହୋଇ ରହିଥିବା ଜନ୍‌ସନ୍‌ସ ବେବି ଶିଶୁର ଚର୍ମକୁ ପ୍ରଥମ ଦିନରୁ ସୁରକ୍ଷା ପ୍ରଦାନ କରିବା ଲାଗି ସେମାନଙ୍କ ପ୍ରତିବଦ୍ଧତାକୁ ପାଳନ କରୁଛି । ସୁରକ୍ଷିତ ଶିଶୁ ଉତ୍ପାଦ ବିକାଶ କରିବା ଲକ୍ଷ୍ୟ ନେଇ ଜନ୍‌ସନ୍ ବେବି ଦଶଦ୍ଧି ପୁରୁଣା ଜ୍ଞାନ ଓ ବିଜ୍ଞାନର ସମିଶ୍ରଣରେ ଏକ ଦୃଢ଼ ମୂଳଦୁଆ ଗଠନ କରି କେବଳ ଶିଶୁଙ୍କ ପାଇଁ ସୁରକ୍ଷିତ ଉପାଦାନ ଚୟନ କରୁଥିବା ବେଳେ ଏକ ମିଶ୍ରଣ ସୃଷ୍ଟି କରୁଛି ଯାହା ଶିଶୁଙ୍କ ଚର୍ମକୁ ସୁରକ୍ଷା ପ୍ରଦାନ କରୁଛି । କଠୋର ବୈଜ୍ଞାନିକ ଗବେଷଣା ଆଧାରରେ ଶିଶୁରୋଗ ବିଶେଷଜ୍ଞ ଓ ଚର୍ମରୋଗ ବିଶେଷଜ୍ଞଙ୍କ ଦ୍ୱାରା ବ୍ୟାପକ ପରୀକ୍ଷା ସହ ଏହି ଉତ୍ପାଦ ବିକାଶ କରାଯାଉଛି ।
ଶିଶୁର ଚର୍ମକୁ ପ୍ରଥମ ଦିନରୁ ଯତ୍ନ ଦେବା ଲାଗି କେବଳ ସେମାନଙ୍କ ପାଇଁ ସୁରକ୍ଷିତ ଉପାଦାନକୁ ଚୟନ କରିବାର ପ୍ରତିବଦ୍ଧତାକୁ କଂପାନିର ନୂଆ ମାର୍କେଟିଂ ଅଭିଯାନ “ପ୍ରମିସ୍‌, ପେହ୍‌ଲେ ପଲ୍ ସେ’ ଜରିଆରେ ପାଳନ କରାଯାଉଛି ।
ଏ ସମ୍ପର୍କରେ କେନ୍‌ଭୁଏର ବ୍ୟବସାୟ ୟୁନିଟ୍ ମୁଖ୍ୟ ଓ ଭିପି ମାର୍କେଟିଂ ଶ୍ରୀ ମନୋଜ ଗାଡ୍‌ଗିଲ୍ କହିଛନ୍ତି ଯେ, “ଏହି ଅଭିଯାନ ପ୍ରସ୍ତୁତ କରିବା ପୂର୍ବରୁ ଜନ୍‌ସନ୍‌ସ ବେବି ଭାରତର କୋଣ ଅନୁକୋଣରେ ଥିବା ବିଭିନ୍ନ ସଂସ୍କୃତି ଓ ବର୍ଗର ୧୫୦୦୦ରୁ ଅଧିକ ମା’ଙ୍କ ପାଖରେ ପହଂଚି ନିଜ ପିଲା ପ୍ରତି ସେମାନଙ୍କ ପ୍ରତିଶ୍ରୁତି ବୁଝିବାକୁ ଚେଷ୍ଟା କରିଥିଲା । ଏକ ପ୍ରତିଶ୍ରୁତି ସବୁ ବର୍ଗ ଓ ସଂସ୍କୃତିରେ ଥିଲା, ତାହା ହେଉଛି ନିଜ ଶିଶୁକୁ ସୁରକ୍ଷା ପ୍ରଦାନ କରିବ । ସେହି ସମାନ ଉଦ୍ଦେଶ୍ୟକୁ ନଜରରେ ରଖି ନିଜ ଶିଶୁଙ୍କୁ ମା’ମାନେ ପ୍ରଦାନ କରିଥିବା ପ୍ରତିଶ୍ରୁତି ପାଳନ କରିବା ଲାଗି ଜନ୍‌ସନ୍‌ସ ବେବି ସେମାନଙ୍କ ସହ ହାତ ମିଳାଇ ରହିବାକୁ ଦୃଢ଼ ଭାବେ ପ୍ରତିବଦ୍ଧ ରହିଛି । ଶିଶୁମାନଙ୍କୁ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବା ଲାଗି ଜନ୍‌ସନ୍‌ସ ବେବି ଦୀର୍ଘ ବର୍ଷରୁ ଅଭିଭାବକମାନଙ୍କ ସହ ମିଶି ନିରନ୍ତର ଭାବେ କାର୍ଯ୍ୟ କରୁଛି । ଶିଶୁର ଚର୍ମକୁ ପ୍ରଥମେ ସ୍ପର୍ଶ କରୁଥିବା ଉତ୍ପାଦର ବ୍ରାଣ୍ଡ୍ ଭାବେ ଆମେ ଆମ ଦାୟିତ୍ୱକୁ ଭଲ ଭାବେ ବୁଝିଛୁ । କେବଳ ଶିଶୁଙ୍କ ପାଇଁ ସୁରକ୍ଷିତ ଉତ୍ପାଦ ବିକାଶ କରିବା ଉପରେ ଆମେ ଗୁରୁତ୍ୱାରୋପ କରୁଛୁ ଯାହା ପ୍ରତି ଅଭିଭାବକ ଓ ନୂଆ ପିଢ଼ିର ଅଭିଭାବକଙ୍କ ପ୍ରତି ଆମ ରହିଥିବା ପ୍ରତିବଦ୍ଧତାକୁ ପୂରଣ କରୁଛି ।’’
ଏହି ଅଭିଯାନର ଡିଡିବି ମୁଦ୍ରା ଗ୍ରୁପ୍‌ର ଏକ୍‌ଜିକ୍ୟୁଟିଭ୍ କ୍ରିଏଟିଭ୍ ଡାଇରେକ୍ଟର ଗଡ୍‌ୱିନ୍ ଡି’ମେଲୋ କହିଛନ୍ତି ଯେ, “ସନ୍ତାନ ଜନ୍ମ ପ୍ରତି ଅଭିଭାବକଙ୍କ ମଧ୍ୟରେ ନିଜ ଶିଶୁ ପାଇଁ କେବଳ ଭଲ ଜିନିଷ ଥିବା ଏକ ସମ୍ପୂର୍ଣ୍ଣ ସକାରାତ୍ମକ ଦୁନିଆ ସୃଷ୍ଟି କରିବାର ଭାବ ଜାଗ୍ରତ କରିଥାଏ । ସେହି ଭାବନା ମାଧ୍ୟମରେ ଆବେଗପୂର୍ଣ୍ଣ ଭାବେ ପ୍ରଥମ ଦିନରେ ମା’ ପ୍ରଦାନ କରୁଥିବା ପ୍ରତିଶ୍ରୁତିକୁ ରକ୍ଷା କରିବାରେ ସହାୟକ ହେବା ପାଇଁ ଜନ୍‌ସନ୍‌ର ଭୂମିକା ବିଷୟରେ ଜଣାଇବା ଆମ ପାଇଁ ସହାୟକ ହୋଇଥିଲା ।’’
ବହୁ ପ୍ରତିକ୍ଷୀତ ପ୍ରମିସ୍‌, ପେହ୍‌ଲେ ପଲ୍ ସେ ଅଭିଯାନ ଜୁଲାଇ ୨୫ରୁ ସମସ୍ତ ପ୍ରମୁଖ ଟିଭି ଚ୍ୟାନେଲ୍‌, ଡିଜିଟାଲ୍ ପ୍ଲାଟଫର୍ମ ଓ ସୋସିଆଲ ମିଡିଆ ନେଟ୍‌ୱର୍କରେ ଲାଇଭ୍ ହେବ ।

Share

Leave a Reply

Your email address will not be published. Required fields are marked *

20 − 8 =