ପାର୍ବଣ ଋତୁ ପାଇଁ ମାର୍ଗଦର୍ଶିକା ଜାରି କଲା ଟିପିଏସ୍ଓଡିଏଲ୍

• ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ସହ ସୁରକ୍ଷା ନିୟମାବଳୀର ଅନୁପାଳନ ନିମନ୍ତେ ପରାମର୍ଶ
ବ୍ରହ୍ମପୁର: ଆଗାମୀ ପାର୍ବଣ ଋତୁ ସମୟରେ ନିରବଚ୍ଛିନ୍ନ ତଥା ଭରସାଯୋଗ୍ୟ ବିଦ୍ୟୁତ ସେବା ଯୋଗାଣ ନିମନ୍ତେ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି । ଏଥିପାଇଁ କମ୍ପାନୀ ପକ୍ଷରୁ ମାର୍ଗଦର୍ଶିକା ଜାରି ହୋଇଛି ।
ଟିପିଏସ୍ଓଡିଏଲ୍ ପାର୍ବଣ ଋତୁର ଆବଶ୍ୟକତାକୁ ଧ୍ୟାନରେ ରଖି ନିର୍ମାଣ ହେବାକୁ ଯାଉଥିବା ଅସ୍ଥାୟୀ ଢାଞ୍ଚା ଓ ପୂଜା ମଣ୍ଡପ ପାଇଁ ସ୍ୱତନ୍ତ୍ର ମାର୍ଗଦର୍ଶିକା ଜାରି କରିଛି । ବିଶେଷ କରି ପାର୍ବଣ ଋତୁରେ ଅସ୍ଥାୟୀ ମଣ୍ଡପ ଏବଂ ଦୋକାନ ବସାଇବାକୁ ଯାଉଥିବା ବ୍ୟକ୍ତି ବିଶେଷମାନେ ର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରି ଅସ୍ଥାୟୀ ବିଦ୍ୟୁତ ସଂଯୋଗ ନେବା ପାଇଁ ପରାମର୍ଶ ଦେଇଛି । ଆନନ୍ଦ ଓ ଉଲ୍ଲାସଭରା ଉତ୍ସବ ସମୟରେ ପୂଜା ମଣ୍ଡପଗୁଡ଼ିକରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ପକ୍ଷରୁ ଫ୍ୟୁଜ୍ କଲ୍ ସେଣ୍ଟର (ଏଫସିସି)ରେ ଏକ ଉତ୍ସର୍ଗୀକୃତ ଟିମ୍ ନିୟୋଜିତ କରାଯାଇଛି । ସେହିଭଳି ଅନଧିକୃତ ହୁକିଂ/ ବିଦ୍ୟୁତ ଚୋରିକୁ ବନ୍ଦ କରିବା ଦିଗରେ ମଧ୍ୟ ଏହି ଟିମ୍ ଧ୍ୟାନ ଦେବ। ଏହାବ୍ୟତୀତ ଟିପିଏସ୍ଓଡିଏଲର ୨୪ ଘଣ୍ଟିଆ କଲ୍ ସେଣ୍ଟର, ସାମାଜିକ ଗଣମାଧ୍ୟମ ମନିଟରିଂ ୟୁନିଟ୍ ସହ ମିଶି, ଅଭିଯୋଗର ତୁରନ୍ତ ସମାଧାନ କରିବ । ଜରୁରୀକାଳୀନ ପରିସ୍ଥିତିରେ ଉପଭୋକ୍ତାମାନେ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର ୧୯୧୨ କିମ୍ବା ୧୮୦୦୩୪୫୬୭୯୭ ସହିତ ଯୋଗାଯୋଗ କରିବା ସହ ନିକଟସ୍ଥ ଫ୍ୟୁଜ୍ କଲ୍ ସେଣ୍ଟର୍ / କାର୍ଯ୍ୟାଳୟକୁ ଯାଇ ବିଦ୍ୟୁତଜନିତ ସମସ୍ୟାର ସମାଧାନ କରିପାରିବେ ।
ପାର୍ବଣ ଋତୁରେ ସୁରକ୍ଷାକୁ ସୁନିଶ୍ଚିତ କରିବା ଉଦ୍ଦେଶ୍ୟରେ ଟିପିଏସ୍ଓଡିଏଲ୍ ଏକ ଜରୁରୀ ମାର୍ଗଦର୍ଶିକା ଜାରି କରିଛି :
• ବିଦ୍ୟୁତ ସଂଯୋଗ ବେଳେ ମାନ୍ୟତାପ୍ରାପ୍ତ ଇଲେକ୍ଟ୍ରିସିଆନଙ୍କ ଦ୍ୱାରା କାର୍ଯ୍ୟ କରିବା ସହ ସମସ୍ତ ଆବଶ୍ୟକୀୟ ସୁରକ୍ଷା ସରଞ୍ଜାମ ବ୍ୟବହାର କରନ୍ତୁ ।
• ଖୋଲା ଆଉଟଲେଟଗୁଡ଼ିକର ମରାମତି କରନ୍ତୁ, ଫାଟି ଯାଇଥିବା କେବୁଲଗୁଡିକ ବଦଳାନ୍ତୁ, ଏବଂ ବିଦ୍ୟୁତ ଓଭରଲୋଡିଂରୁ ବର୍ତ୍ତନ୍ତୁ ।
• ବିଦ୍ୟୁତ ଲାଇନଠାରୁ ସୁରକ୍ଷିତ ଦୂରତା ବଜାୟ ରଖନ୍ତୁ।
• ବୈଦ୍ୟୁତିକ ପ୍ରତିଷ୍ଠାନ ନିକଟରେ ଅସ୍ଥାୟୀ ଶିବିର କିମ୍ବା ସାଜସଜ୍ଜା କରନ୍ତୁ ନାହିଁ।
• ଅନଧିକୃତ ହୁକିଂ ତଥା ବିଦ୍ୟୁତ ଚୋରି କରନ୍ତୁ ନାହିଁ
• ସମସ୍ତ ବୈଦ୍ୟୁତିକ ଉପକରଣ ପାଇଁ ଉପଯୁକ୍ତ ଆର୍ଥିଂ ବ୍ୟବସ୍ଥା ସୁନିଶ୍ଚିତ କରନ୍ତୁ ।
ଟିପି ଦକ୍ଷିଣ ଓଡ଼ିଶା ବିତରଣ ଲିମିଟେଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତ ଗର୍ଗ କହିଛନ୍ତି ଯେ, “ଆଗାମୀ ପାର୍ବଣ ସମୟରେ ସମସ୍ତ ପୂଜା ମଣ୍ଡପକୁ ନିରବଚ୍ଛିନ୍ନ ବିଦ୍ୟୁତ ସେବା ଯୋଗାଇଦେବା ପାଇଁ ଆମେ ପ୍ରସ୍ତୁତ । ଆମେ ଜନସାଧାରଣଙ୍କୁ ଅନୁରୋଧ କରୁଛୁ ଯେ ସେମାନେ ଉପଯୁକ୍ତ ବିଦ୍ୟୁତ ସଂଯୋଗ ନିଅନ୍ତୁ ଏବଂ ସମସ୍ତ ବିଦ୍ୟୁତ ସୁରକ୍ଷା ନିୟମାବଳୀକୁ ପାଳନ କରନ୍ତୁ । ଏହାସହ ପାର୍ବଣ ସମୟରେ କୌଣସି ଜରୁରୀକାଳୀନ ପରିସ୍ଥିତି ଉପୁଜିଲେ, ଟିପିଏସ୍ଓଡିଏଲ୍ ଟୋଲ ଫ୍ରି ନମ୍ବରରେ ଯୋଗାଯୋଗ କରନ୍ତୁ।”
ସୁରକ୍ଷିତ, ଆନନ୍ଦମୟ ତଥା ଉଲ୍ଲାସଭରା ପାର୍ବଣ ଋତୁ ପାଇଁ ଟିପିଏସ୍ଓଡିଏଲ୍ ପକ୍ଷରୁ ସମସ୍ତଙ୍କୁ ଶୁଭେଚ୍ଛା ଜଣାଉଛି ।

Share

Leave a Reply

Your email address will not be published. Required fields are marked *

3 + 8 =