ଟିପିସିଓଡିଏଲ୍ର ‘ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍‌’ରେ ବିଦ୍ୟୁତ୍ ବିଲ୍ ଉପରେ ବିଭିନ୍ନ ରିହାତି ସହ ବଡ଼ ଲାଭର ସୁଯୋଗ ପାଆନ୍ତୁ

ଗ୍ରାହକମାନେ ଯେକୌଣସି ଡିଜିଟାଲ ମାଧ୍ୟମରେ ୧୨ ମାସର ବିଲ୍ ଧାର୍ଯ୍ୟ ତାରିଖ ମଧ୍ୟରେ ପୈଠ କଲେ ଏକ ମାସର ବିଜୁଳି ବିଲ୍ ସମାନ ରିହାତି ପାଇପାରିବେ ।
ଶୂନ୍ୟ-ବକେୟା ଗ୍ରାହକମାନଙ୍କ ମଧ୍ୟରୁ ଲକି ଡ୍ର ମାଧ୍ୟମରେ ୨୦୦ଜଣ ଗ୍ରାହକ ସ୍ମାର୍ଟ ମୋବାଇଲ ଫୋନ୍ ଜିତିବାର ସୁଯୋଗ ପାଇବେ
ଭୁବନେଶ୍ୱର: ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିିପିି ସେଂଟ୍ରାଲ୍ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ଏହାର ଅଭିନବ ‘ବିଲ୍ ପେ ଆଣ୍ଡ ୱିନ୍ ସ୍କିମ୍‌\’ର ଶୁଭାରମ୍ଭ କରିଛି । ଏହି ଯୋଜନା ଜରିଆରେ ଟିପିସିଓଡିଏଲ୍ ଗ୍ରାହକଙ୍କୁ ବିଦ୍ୟୁତ ବିଲ୍‌କୁ ଦକ୍ଷତାର ସହ ପରିଚାଳନା କରିବା ସହିତ ବଡ଼ ପୁରସ୍କାର ଜିତିବାର ସୁଯୋଗ ମଧ୍ୟ ପ୍ରଦାନ କରୁଅଛି ।
ଯେଉଁ ଗ୍ରାହକମାନେ ଯେକୌଣସି ଡିଜିଟାଲ ପେମେଂଟମାଧ୍ୟମରେ ଏବଂ ଧାର୍ଯ୍ୟ ତାରିଖ ମଧ୍ୟରେ ୧୨ ମାସର ବିଦ୍ୟୁତ୍ ବିଲ୍ ପୈଠ କରନ୍ତି, ଏହାର ରିହାତି ଏକ ମାସର ବିଲ୍ ସହିତ ସମାନ ।
ଲକି ଡ୍ର ଜରିଆରେ ୨୦୦ଜଣ ଗ୍ରାହକ ସ୍ମାର୍ଟ ମୋବାଇଲ୍ ଫୋନ୍ ମଧ୍ୟରୁ ଗୋଟିଏ ଜିତିବାର ସୁଯୋଗ ପାଇବେ । ଏହି ସ୍କିମ୍ ର ଲାଭପାଇବା ପାଇଁ ଗ୍ରାହକଙ୍କୁ ପ୍ରତି ମାସ ଶେଷରେ ଶୂନ୍ୟ-ବକେୟା ସ୍ଥିତି ବଜାୟ ରଖିବାକୁ ପଡ଼ିବ । ଏହାବ୍ୟତୀତ ଟିପିସିଓଡିଏଲ୍ ଠିକ୍ ସମୟରେ ବିଲ୍ ପୈଠ କରୁଥିବା ଗ୍ରାହକଙ୍କ ପାଇଁ ୪% ଡିଜିଟାଲ ରିହାତି ଏବଂ ୟୁନିଟ୍ ପିଛା ୧୦ ପଇସା ପ୍ରମ୍ପ୍ଟ ପେମେଂଟ୍ ରିହାତି ପ୍ରଦାନ କରିଥାଏ । ଏଥିସହିତ ଗ୍ରାମୀଣ ଗ୍ରାହକଙ୍କ ପାଇଁ ୟୁନିଟ ପିଛା ଅତିରିକ୍ତ ୧୦ ପଇସା ରିହାତି ପ୍ରଦାନ କରିଥାଏ ଓ ଯେଉଁ ଗ୍ରାହକମାନେ ୧୨ ମାସର ବିଲ ସଠିକ ସମୟରେ ପୈଠ କରନ୍ତି ସେମାନଙ୍କୁ ମାର୍ଚ୍ଚ ମାସରେ ଦିଆଯାଉଥିବା ରିହାତି ପରିମାଣର ସମାନ ଆଉ ଏକ ରିହାତି ପାଇପାରିବେ ।
ଏହି ଆକର୍ଷଣୀୟ ଅଫରକୁ ପ୍ରୋତ୍ସାହିତ କରିବା ପାଇଁ, ଟିପିସିଓଡିଏଲ୍ ବିଭିନ୍ନ ପ୍ଲାଟଫର୍ମରେ ଏକ ବ୍ୟାପକ ଅଭିଯାନ ହାତକୁ ନେଇଛି:
ଗୋଷ୍ଠୀ ସମ୍ପୃକ୍ତି: ଟିପିସିଓଡିଏଲ୍ ଏହି ଯୋଜନାର ଲାଭ ବିଷୟରେ ଗ୍ରାହକମାନଙ୍କୁ ସଚେତନ କରିବା ପାଇଁ “ଗାଁ ଚାଲ’ ଏବଂ ଆରଡବ୍ଲୁଏ ବୈଠକ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ ସହିତ ସକ୍ରିୟ ଭାବେ ଜଡିତ ।
ସୋସିଆଲ ମିଡିଆ ଆଉଟରିଚ୍‌: ଟିପିସିଓଡିଏଲ୍ ଏହି ଯୋଜନା ବିଷୟରେ ଗ୍ରାହାକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଫେସ୍‌ବୁକ୍‌, ୱାଟସ୍‌ଆପ୍ ଓ ଟ୍ୱିଟର ବ୍ୟବହାର କରୁଅଛି ।
ଅନ୍‌ଲାଇନ୍ ଦୃଶ୍ୟତା: ଏହି ଯୋଜନା ଟିପିସିଓଡିଏଲ୍‌ର ଅଫିସିଆଲ୍ ୱେବ୍‌ସାଇଟ୍ ଏବଂ ମୋବାଇଲ୍ ଆପରେ ପପ୍‌-ଅପ ମାଧ୍ୟମରେ ପ୍ରଦର୍ଶିତ କରାଯାଉଅଛି ।
ଇମେଲ୍ ନୋଟିଫିକେସନ୍‌: ଗ୍ରାହକମାନେ “ବିଲ୍ ପେ ଆଣ୍ଡ ୱିନ୍‌’ ସ୍କିମ୍ ବିଷୟରେ ଅବଗତ ରହିବା ପାଇଁ ଇମେଲ୍ ଏସ୍‌ଏମ୍‌ଏସ୍ ନୋଟିଫିକେସନ୍ ମଧ୍ୟ ପଠାଯାଉଅଛି ।
ଟିପିସିଓଡିଏଲର ସିଇଓ ଅରବିନ୍ଦ ସିଂ କହିଛନ୍ତି ଯେ ଆମେ ଗ୍ରାହକଙ୍କୁ ନିରବିଚ୍ଛିନ୍ନ ବିଜୁଳି ଏବଂ ଅଭିନବ ଅନୁଭୂତି ପ୍ରଦାନ କରିବାକୁ ପ୍ରତିଶ୍ରୁତିବଦ୍ଧ । ‘ବିଲ୍ ପେ ଆଣ୍ଡ ୱିନ୍‌’ ସ୍କିମ୍ ଗ୍ରାହକଙ୍କ ସନ୍ତୋଷ ଏବଂ ଡିଜିଟାଲ୍ ଦେୟ ପ୍ରତି ଆମର ସମର୍ପଣକୁ ପ୍ରତିଫଳିତ କରୁଛି । ଆମେ ଆମର ସମସ୍ତ ଗ୍ରାହକଙ୍କୁ ଏଥିରେ ଅଂଶଗ୍ରହଣ କରିବାକୁ ଏବଂ ଏହାର ଲାଭ ହାସଲ କରିବାକୁ ଉତ୍ସାହିତ କରୁଛୁ ।
“ବିଲ୍ ପେ ଆଣ୍ଡ ୱିନ୍‌’ ସ୍କିମ୍ ବିଷୟରେ ଜାଣିବା ପାଇଁ ଗ୍ରାହକମାନେ ୧୯୧୨ କିମ୍ବା ୧୮୦୦-୩୪୫-୭୧୨୨ରେ କଲ୍ କରିପାରିବେ । ଠିକ୍ ସମୟରେ ଦେୟପ୍ରଦାନ, ଦକ୍ଷ ବିଲ୍ ପରିଚାଳନା ଏବଂ ଏହି ଆକର୍ଷଣୀୟ ଯୋଜନା ସହିତ ବଡ଼ ଲାଭ ହାସଲ କରିବାର ସୁଯୋଗରେ ଟିପିସିଓଡିଏଲ୍ ସହ ଯୋଡି ହୁଅନ୍ତୁ ।

Share

Leave a Reply

Your email address will not be published. Required fields are marked *

one × four =