ଟିପିଏନ୍‌ଓଡିଏଲ୍ ପକ୍ଷରୁ ଯାଜପୁର ରୋଡ୍ ଓ କୁଆଖିଆରେ ଦୁଇଟି ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟିତ

ଯାଜପୁର/ କୁଆଖିଆ: ଓଡ଼ିଶା ସରକାର ଓ ଟାଟା ପାୱାର ମଧ୍ୟରେ ଯୌଥ ଉଦ୍ୟୋଗ ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏନ୍‌ଓଡିଏଲ୍‌) ପକ୍ଷରୁ ଦୁଇଟି ନୂଆ ଗ୍ରାହକ ସେବା କେନ୍ଦ୍ର ଉଦ୍‌ଘାଟନ କରାଯାଇଛି । ଯାଜପୁର ରୋଡ୍ ବିଦ୍ୟୁତ ମଣ୍ଡଳରେ ଗୋଟିଏ ଓ ଅନ୍ୟ କେନ୍ଦ୍ରଟିକୁ କୁଆଖିଆ ବିଦ୍ୟୁତ ମଣ୍ଡଳ (ଡିଭିଜନ)ରେ ଖୋଲାଯାଇଛି । ଏହି ଅତିରିକ୍ତ କେନ୍ଦ୍ରଗୁଡ଼ିକୁ ମିଶାଇ ଟିପିଏନ୍‌ଓଡିଏଲ୍‌ର ଲାଇସେନ୍ସପ୍ରାପ୍ତ ବଂଟନ ଅଂଚଳରେ ଗ୍ରାହକ ସେବା କେନ୍ଦ୍ର ସଂଖ୍ୟା ଏବେ ୧୪କୁ ବୃଦ୍ଧି ପାଇଛି ।
ଟିପିଏନ୍‌ଓଡିଏଲ୍‌ର ସିଇଓ ଶ୍ରୀ ଭାସ୍କର ସରକାର ଏହି ଦୁଇ କେନ୍ଦ୍ରକୁ ଉଦଘାଟନ କରିଥିବା ବେଳେ ଅନ୍ୟମାନଙ୍କ ମଧ୍ୟରେ କଂପାନିର ବାଣିଜ୍ୟ ମୁଖ୍ୟ ଶ୍ରୀ ଦୁଶ୍ୟନ୍ତ ତ୍ୟାଗି, ପ୍ରକଳ୍ପ ମୁଖ୍ୟ ଶ୍ରୀ ରବିନ୍ଦ୍ର ଗୌଡେ, ଯାଜପୁର ରୋଡ୍‌ର ସୁପରିଟେଡେଂଟ୍ ଇଞ୍ଜିନିୟର (ଏସ୍‌ଇ) ଶ୍ରୀ ବିଭୂରଂଜନ ସାହୁ, ଯାଜପୁର ରୋଡ୍‌ର ଏକ୍‌ଜିକ୍ୟୁଟିଭ୍ ଇଞ୍ଜିନିୟର (ଇଇ) ଶ୍ରୀ ପ୍ରମୋଦ ନାୟକ, ପିଆର୍‌ଓ ଶ୍ରୀ ଚିତରଂଜନ ପ୍ରଧାନ ଓ ଟିପିଏନ୍‌ଓଡିଏଲ୍‌ର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଅନ୍ୟ କେନ୍ଦ୍ରଗୁଡ଼ିକ ଭଳି ଏହି ନୂଆ ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଅଧିକାରୀମାନଙ୍କ ଏକ ଦକ୍ଷ ଟିମ୍ ରହିବ ଯେଉଁମାନେ ନୂଆ ସଂଯୋଗ ଆବେଦନ, ମାସିକ ବିଲ୍ ପେମେଂଟ୍‌, ଗ୍ରାହକଙ୍କ ପ୍ରଶ୍ନ ଓ ସମସ୍ୟାର ସମାଧାନ କରିବା ଏବଂ ଅନ୍ୟ ସମ୍ପର୍କିତ ସେବା ପ୍ରଦାନ କରିବା ଭଳି ବିଭିନ୍ନ ପ୍ରକାର ଗ୍ରାହକ ସେବା ପ୍ରଦାନ କରିବେ । ଗ୍ରାହକ କୈନ୍ଦ୍ରୀକ ସେବାରେ ଆହୁରି ଉନ୍ନତି ଆଣିବା ଲାଗି ସହରାଚଂଳରେ ଅତିରିକ୍ତ ଗ୍ରାହକ ସେବା କେନ୍ଦ୍ର ସ୍ଥାପନ କରିବାକୁ ଟିପିଏନ୍‌ଓଡିଏଲ୍ ଯୋଜନା ରଖିିଛି ।
“ସିସିସି ନେଟ୍‌ୱର୍କରେ ପ୍ରତି ନୂଆ କେନ୍ଦ୍ର ଖୋଲାଯିବା ଦ୍ୱାରା କଂପାନି ଗ୍ରାହକମାନଙ୍କ ଆହୁରି ନିକଟତର ହୋଇପାରୁଛି । ଶୂନ ଗ୍ରାହକ ଅଭିଯୋଗ ଲକ୍ଷ୍ୟ ହାସଲ କରିବା ଆମର ବର୍ତମାନର ଉଦ୍ଦେଶ୍ୟ ରହିଛି ଏବଂ ସେହି ଲକ୍ଷ୍ୟ ହାସଲ ଲାଗି ଆମେ ଉଦ୍ୟମ ଜାରି ରଖିବୁ ବୋଲି ଟିପି ନର୍ଦନ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍‌ର ସିଇଓ ଶ୍ରୀ ଭାସ୍କର ସରକାର କହିଛନ୍ତି ।’’
ଏହି ନୂଆ କେନ୍ଦ୍ରଗୁଡ଼ିକ ଖୋଲାଯିବା ସହ ଗ୍ରାହକଙ୍କ ସମସ୍ୟା ଓ ପ୍ରଶ୍ନଗୁଡ଼ିକ ଲାଗି ଟିପିଏନ୍‌ଓଡିଏଲ୍‌ର ଉତ୍ସର୍ଗୀକୃତ ଦେୟମୁକ୍ତ ନମ୍ବର (୧୮୦୦-୩୪୫-୬୭୧୮/୧୯୧୨) ରହିଛି । ଟିପିଏନ୍‌ଓଡିଏଲ୍ ଅଧୀନରେ ଥିବା ୧୫୯ଟି

ସେକ୍ସନ ପାଇଁ ଜଣେ ଲେଖାଏଁ ନିର୍ଦିଷ୍ଟ ଗ୍ରାହକ ସମ୍ପର୍କ ଅଧିକାରୀ ରହିଛନ୍ତି । ଉତର ଓଡ଼ିଶାର ଯେକୌଣସି ପ୍ରକାର ବିଦ୍ୟୁତ ସମ୍ପର୍କିତ ସେବା ଲାଗି ଗ୍ରାହକମାନେ “ମାଇଁ ଟାଟା ପାୱାର ମୋବାଇଲ୍ ଆପ୍‌’ ଡାଉନ୍‌ଲୋଡ୍ କରିପାରିବେ ।

Share

Leave a Reply

Your email address will not be published. Required fields are marked *

1 + six =