ଜେଇଇ ନାମ ପଞ୍ଜିକରଣ ସମୟ ସୀମା ବୃଦ୍ଧି ଦାବି

ଭୁବନେଶ୍ୱର () ଜେଇଇ ଏଡଭାନ୍ସ ପରୀକ୍ଷା ପାଇଁ ନାମ ପଞ୍ଜିକରଣ ସମୟ ସୀମା ବୃଦ୍ଧି କରିବାକୁ ଦାବି କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ । ଏହି ମର୍ମରେ ଆଜି ସେ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ଚିଠି ଲେଖିଛନ୍ତି ।

ଆସନ୍ତା ମେ 27 ତାରିଖରେ ଜେଇଇ ଆଡ଼ଭାନ୍ସ ପରୀକ୍ଷା ହେବ । ଏଥିପାଇଁ ଅନ ଲାଇନରେ ଗତ 3 ତାରିଖରୁ ନାମ ପଞ୍ଜିକରଣ ଆରମ୍ଭ ହୋଇଛି । 9 ତାରିଖ ସୁଦ୍ଧା ପଞ୍ଜିକରଣ ପ୍ରକ୍ରିୟା ଶେଷ ହେବ । ସେପଟେ ଗତ 3 ତାରିଖରେ ଓଡିଶା ଉପକୂଳରେ ବାତ୍ୟା ଫନି ଲ୍ୟାଣ୍ଡଫଲ କରିବା ପରେ 11ଟି ଜିଲ୍ଲାରେ ତାଣ୍ଡବ ଖେଳାଇ ଦେଇଛି ।

ଏବେ ବହୁ ଜିଲ୍ଲାରେ ବିଦ୍ୟୁତ ସଂଯୋଗ ବିଛିନ୍ନ ହୋଇଥିବା ବେଳେ ଇଣ୍ଟରନେଟ ସେବା ବି ନାହିଁ । ଏହାକୁ ଦୃଷ୍ଟିରେ ରଖି ଛାତ୍ରଛାତ୍ରୀଙ୍କ ନାମ ପଞ୍ଜିକରଣ ସମୟ ସୀମା ଆଉ 10 ଦିନ ବୃଦ୍ଧି କରିବାକୁ ନବୀନ ଦାବି କରିଛନ୍ତି । ସୂଚନାଯୋଗ୍ୟ, ବାତ୍ୟାକୁ ଦୃଷ୍ଟିରେ ରଖି ପୂର୍ବରୁ ନିଟ ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଥିଲା ।

Share

Leave a Reply

Your email address will not be published. Required fields are marked *

1 × five =