ଶ୍ରୀ ସିମେଂଟ୍ ପକ୍ଷରୁ ମାଷ୍ଟର୍ ବ୍ରାଣ୍ଡ୍ ଭାବେ “ବାଙ୍ଗୁର” ସହ ନୂଆ ବ୍ରାଣ୍ଡ୍ ପରିଚୟ ଉନ୍ମୋଚିତ

ଭୁବନେଶ୍ୱର: ଦେଶର ଅଗ୍ରଣୀ ସିମେଂଟ୍ ନିର୍ମାତା ଶ୍ରୀ ସିମେଂଟ୍ ପକ୍ଷରୁ ନୂଆ କର୍ପୋରେଟ୍ ବ୍ରାଣ୍ଡ୍ ପରିଚୟ ଉନ୍ମୋଚନ କରାଯାଇଛି । “ବାଙ୍ଗୁର”କୁ ମାଷ୍ଟର ବ୍ରାଣ୍ଡ୍ ଭାବେ ଉପସ୍ଥାପନ କରି କଂପାନି ଏକାଧିକ ବ୍ରାଣ୍ଡ୍ ଉତ୍ପାଦର ଶୁଭାରମ୍ଭ କରିଛି । କଂପାନିର ଗ୍ରାହକ, ସଂସ୍ଥାର ଦର୍ଶନ ଏବଂ ଜାତୀୟ ଅଭିଳାଷ ଅନୁଯାୟୀ ଥିବା ମୂଳ ଦର୍ଶନ “ବିଲ୍‌ଡ ସ୍ମାର୍ଟ”ର ଚିନ୍ତାଧାରା ଅନୁସାରେ ନୂଆ ବ୍ରାଣ୍ଡ୍ ପରିଚୟକୁ ପ୍ରସ୍ତୁତ କରାଯାଇଛି ।
ଏକ ନୂଆ ବିଜ୍ଞାପନ ଅଭିଯାନ ଜରିଆରେ ବାଙ୍ଗୁର ମାଷ୍ଟର୍ ବ୍ରାଣ୍ଡ୍‌କୁ ଉନ୍ମୋଚନ କରାଯାଇଛି ଯେଉଁଥିରେ ବ୍ରାଣ୍ଡ୍ ପ୍ରଚାରକ ଭାବେ ବଲିଉଡ୍ ତାରକା ସନ୍ନି ଦେଓଲଙ୍କୁ ସାମିଲ କରାଯାଇଛି ।
ଏହି ଅବସରରେ ଶ୍ରୀ ସିମେଂଟ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ନୀରଜ ଅଖୌରି କହିଛନ୍ତି ଯେ, “ଉଦୀୟମାନ ଗ୍ରାହକ ବର୍ଗ ଏବଂ ବର୍ଦ୍ଧିତ ଅଭିଳାଷକୁ ପୂରଣ କରିବା ଲାଗି ଲାଗି ଆମର ରହିଥିବା ରଣନୀତି ଅନୁସାରେ “ବାଙ୍ଗୁର” ମାଷ୍ଟର ବ୍ରାଣ୍ଡ୍‌ର ଶୁଭାରମ୍ଭ କରାଯାଇଛି । ଏହା ପଛର ମୂଳ ଉଦ୍ଦେଣ୍ୟ ହେଉଛି ଏକ ସତେଜ ବ୍ରାଣ୍ଡ୍ ପରିଚୟ ଭାବେ “ବାଙ୍ଗୁର”କୁ କଂପାନିର ପ୍ରମୁଖ ବ୍ରାଣ୍ଡ୍ ଭାବେ ଉପସ୍ଥାପନ କରିବା । ଏହି ପ୍ରକ୍ରିୟାରେ ଭିନ୍ନ ଉତ୍ପାଦ ଜରିଆରେ ସ୍ୱତନ୍ତ୍ର ଅନୁଭୂତି ପ୍ରଦାନ କରି ଆମ ଗ୍ରାହକମାନଙ୍କ ସହ ଉନ୍ନତ ଭାବେ ଯୋଡ଼ିହେବାକୁ ଆମେ ଲକ୍ଷ୍ୟ ରଖିଛୁ ।”
ନୂଆଦିଲ୍ଲୀରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କଂପାନିର ନୂଆ ବ୍ରାଣ୍ଡ୍ ପରିଚୟକୁ ଉନ୍ମୋଚନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ କଂପାନିର ଷ୍ଟକିଷ୍ଟ, ଡିଲର, ରିଟେଲର ଓ ଅନ୍ୟାନ୍ୟ ଚ୍ୟାନେଲ ପାର୍ଟନରଙ୍କ ସମେତ ୮୦୦୦ରୁ ଅଧିକ ଲୋକ ଯୋଗ ଦେଇଥିଲେ ।
ଏହି ଅବସରରେ କଂପାନିର ଏକ ନୂଆ ଲୋଗୋ ଏବଂ ଆଧୁନିକ ଭିଜୁଆଲ ବ୍ରାଣ୍ଡ୍ ପରିଚୟକୁ ଉନ୍ମୋଚନ କରାଯାଇଥିଲା । କଂପାନି ପୁନଃ ନିର୍ଧାରଣ କରିଥିବା ଉତ୍ପାଦ ବର୍ଗମାଳାକୁ ଉପସ୍ଥାପନ କରିଥିଲା । ଏହି ଅବସରରେ କଂପାନିର ପ୍ରିମିୟମ୍ ଉତ୍ପାଦ ବାଙ୍ଗୁର ମାଗ୍ନାକୁ ଉନ୍ମୋଚନ କରାଯାଥିଲା ଯାହା ଦେଖିବାକୁ ଭିନ୍ନ ହୋଇଥିବା ବେଳେ ବେଶ ଉନ୍ନତ ମଧ୍ୟ । ଏହି ଅବସରରେ କଂପାନି ଦୀର୍ଘସ୍ଥାୟିତ୍ୱ ପ୍ରତି ନିଜ ପ୍ରତିବଦ୍ଧତା ଦୋହରାଇଥିଲା ।
ଡିଜିଟାଲ୍ ମାଧ୍ୟମରେ କଂପାନି ଠିକାଦାର, ଇଞ୍ଜିନିୟର, ରାଜମିସ୍ତ୍ରୀ ଓ ଡିଲରଙ୍କ ସହିତ ଯୋଡ଼ିହେବା ଉପରେ ଗୁରୁତ୍ୱାରୋପ କରିଛି । କଂପାନିର ନୂଆ ବ୍ରାଣ୍ଡ୍ ପରିଚୟ ହେଉଛି ନବସୃଜନ, ଗୁଣାତ୍ମକ ମାନ ଏବଂ ଗ୍ରାହକ ସନ୍ତୁଷ୍ଟି ପ୍ରତି କଂପାନିର ରହିଥିବା ପ୍ରତିବଦ୍ଧତାର ପ୍ରତିଫଳନ । କଂପାନି ଏହାର ସମସ୍ତ ପ୍ରକାର ସିମେଂଟ ଯଥା ଓପିସି, ପିପିସି ଓ ପିଏସ୍‌ସିକୁ ବାଙ୍ଗୁର ବ୍ରାଣ୍ଡ୍ ନାମରେ ବିକ୍ରି କରିବାକୁ ଚାହୁଛି ।

Share

Leave a Reply

Your email address will not be published. Required fields are marked *

14 + seventeen =