ମୋଦିଙ୍କ ପାଖରେ ଏହି ୩ଦାବି ରଖିଲେ ନବୀନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଭିଡିଓ କନଫରେନ୍‌ସିଂରେ ଆଲୋଚନା ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତିନିଟି ଦାବି ରଖିଛନ୍ତି । ରାଜ୍ୟଗୁଡ଼ିକ ପ୍ରବାସୀ ଶ୍ରମିକଙ୍କ ଯତ୍ନ ନିଅନ୍ତୁ। ଯେଉଁ ରାଜ୍ୟରେ ଶ୍ରମିକମାନେ ଫସି ରହିଛନ୍ତି ସଂପୃକ୍ତ ରାଜ୍ୟଗୁଡ଼ିକ ସେମାନେଙ୍କ କଥା ବୁଝନ୍ତୁ । ସେହିପରି ଫସି ରହିଥିବା ଛାତ୍ରଛାତ୍ରୀ, ଶ୍ରମିକ, ତୀର୍ଥଯାତ୍ରୀ, ରୋଗୀ, ପ୍ରଫେସନାଲଙ୍କୁ ନେବା ଆଣିବା ପାଇଁ ଜାତୀୟ ସ୍ତରରେ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର-ଏସ୍‌ଓପି ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାସହ କରୋନା ଟେଷ୍ଟିଂ ସୁବିଧା ବଢ଼ାଇବାକୁ ମଧ୍ୟ ଦାବି କରିଛନ୍ତି । ତେବ କରୋନା ଟେଷ୍ଟିଂ ସୁବିଧା ବଢ଼ାଯାଉ । ତେବେ ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା ବେଳେ ଲକ୍‌ଡାଉନ୍‌ ବୃଦ୍ଧି ପାଇଁ କୌଣସି ଦାବି ରଖି ନାହାନ୍ତି ମୁଖ୍ୟମନ୍ତ୍ରୀ । ଆସନ୍ତା ୩ ତାରିଖରେ ସରୁଛି ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ସରୁଛି । ତାପୂର୍ବରୁ ଆଜି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

Share

Leave a Reply

Your email address will not be published. Required fields are marked *

18 + 12 =