ୱି୨୦ ଫ୍ୟାନ୍ ଫେଷ୍ଟ୍ ଚ୍ୟାଲେଞ୍ଜ୍‌ରେ ଅଂଶଗ୍ରହଣ କରି ପ୍ରତିଦିନ ସ୍ମାର୍ଟଫୋନ୍ ଜିତିବା ସୁଯୋଗ

ଭୁବନେଶ୍ୱର: ଭାରତର ସବୁଠୁ ଲୋକପ୍ରିୟ ଟି୨୦ ଚାମ୍ପିଆନ୍‌ସିପ୍ ଚାଲିଥିବା ବେଳେ ଏହା ହେଉଛି ବର୍ଷର ଚଉକା, ଛକା ବର୍ଷା ହେବାର ସମୟ । ଏହି ଅବସରରେ ଭାରତର ଅଗ୍ରଣୀ ଟେଲିକମ୍ ବ୍ରାଣ୍ଡ୍ ୱି ଏହାର ଗ୍ରାହକମାନଙ୍କ ଲାଗି ରିୱାର୍ଡ ଜିତିବାର ସୁଯୋଗ ଆଣିଦେଇଛି ।
ୱି ୨୦ ଫ୍ୟାନ୍ ଫେଷ୍ଟ୍ ଚ୍ୟାଲେଞ୍ଜ୍‌ରେ ଅଂଶଗ୍ରହଣ କରିବା ଲାଗି ୱି ପକ୍ଷରୁ ଗ୍ରାହକମାନଙ୍କୁ ଆମନ୍ତ୍ରଣ କରାଯାଇଛି ଯେଉଁଥିରେ ତାହା ସେମାନଙ୍କୁ ପ୍ରତି ମ୍ୟାଚ୍ ଦିନରେ ସ୍ମାର୍ଟଫୋନ୍ ଜିତିବାର ସୁଯୋଗ ପ୍ରଦାନ କରୁଛି । ଏହି ଦୁଇ ମାସ ବ୍ୟାପୀ ପ୍ରତିଯୋଗିତାରେ ୱି ପକ୍ଷରୁ ଗ୍ରାହକଙ୍କୁ ପ୍ରତିଦିନ ସ୍ମାର୍ଟଫୋନ୍ ପ୍ରଦାନ କରାଯିବ । ପୁନଶ୍ଚ, ଜଣେ ମେଗା ବିଜେତା ଟି୨୦ ଚାମ୍ପିଆନ୍‌ସିପ୍‌ର ଫାଇନାଲ୍ ଦେଖିବା ଲାଗି ୨ଟି ଟିକଟ ଜିତିବାର ସୁବର୍ଣ୍ଣ ସୁଯୋଗ ପାଇବେ ।
ମ୍ୟାଚ୍ ଚାଲିଥିବା ବେଳେ ଫେସବୁକ୍‌, ଇନଷ୍ଟାଗ୍ରାମ ଓ ଟ୍ୱିଟରରେ ଥିବା ୱିର ଅଫିସିଆଲ୍ ପେଜ୍‌ରେ ୱି ଗ୍ରାହକମାନେ ୱି ୨୦ ଫ୍ୟାନ୍ ଫେଷ୍ଟ୍ ଚ୍ୟାଲେଞ୍ଜ୍ ଖେଳିପାରିବେ । ପ୍ରତିଦିନ ପଚରାଯାଉଥିବା ପ୍ରଶ୍ନର ସଠିକ୍ ଉତର ଗ୍ରାହକମାନଙ୍କୁ ଦେବାକୁ ପଡ଼ିବ । ସେଥିରେ ହ୍ୟାସ୍‌ଟ୍ୟାଗ୍ ୱି୨୦ଫ୍ୟାନ୍‌ଫେଷ୍ଟ୍ ଲେଖିବାକୁ ହେବ । ପ୍ରତି ମ୍ୟାଚ୍‌ରେ ୨୦ଟି ପ୍ରଶ୍ନ କରାଯାଉଛି । ଯେଉଁ ଗ୍ରାହକ ସବୁ ପ୍ରଶ୍ନର ସଠିକ୍ ଉତର ପ୍ରଦାନ କରିଥିବେ କମ୍ପ୍ୟୁଟର ଅଡିଟ୍ ଜରିଆରେ ତାଙ୍କୁ ଚୟନ କରି ପୁରସ୍କାର ପ୍ରଦାନ କରାଯିବ । ଯିଏ ସର୍ବାଧିକ ପ୍ରଶ୍ନର ଉତର ଦେଇଥିବେ ତାଙ୍କୁ ଫାଇନାଲ୍‌ର ଟିକଟ ଦିଆଯିବ ।
ପ୍ରତିଦିନର ବିଜେତାଙ୍କ ନାମ ଓ ଫଟୋକୁ ୱିର ସୋସିଆଲ ମିଡିଆ ପେଜ୍‌ରେ ସେୟାର କରାଯିବ । ତେଣୁ ଯଦି ଆପଣ ୱିର ଗ୍ରାହକ ତେବେ ଟି୨୦ କ୍ରିକେଟ୍ ଋତୁରେ ୱି ୨୦ ଫ୍ୟାନ୍‌ଫେଷ୍ଟ୍ ହେଉଛି ଆପଣମାନଙ୍କ ପାଇଁ ସଠିକ୍ ସ୍ଥାନ ।
ଅଧିକ ବିବରଣୀ ପାଇଁ ୱିର ସୋସିଆଲ ମିଡିଆ ପେଜ୍‌କୁ ଅନୁସରଣ କରନ୍ତୁ ।

Share

Leave a Reply

Your email address will not be published. Required fields are marked *

four + 19 =