ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ପକ୍ଷରୁ ସୁକିନ୍ଦାର ଦୁଇଟି କଲେଜକୁ ଲାଇବ୍ରେରୀ ବିଲ୍ଡିଂ ଉତ୍ସର୍ଗ

ମାନ୍ୟବର ଗ୍ରାମ୍ୟ ଉନ୍ନୟନ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ମନ୍ତ୍ରୀ ଇଞ୍ଜିନିୟର ପ୍ରୀତୀରଞ୍ଜନ ଘଡାଇଙ୍କ ଦ୍ୱାରା ଉଦ୍‌ଘାଟିତ
ଡୁବୁରୀରେ ପାଣି ଏଟିଏମ୍ ସୁବିଧା ସହିତ ସର୍ବସାଧାରଣ ଶୌଚାଳୟ
ସୁକିନ୍ଦା କଲେଜ ଏବଂ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ଦୁଇଟି ଲାଇବ୍ରେରୀ ବ୍ଲକ; ୨୬୦୦ ଛାତ୍ରଛାତ୍ରୀ ଉପକୃତ

ସୁକିନ୍ଦା / ଡୁବୁରୀ: ଗୋଷ୍ଠୀ ବିକାଶ ପ୍ରତି ନିଜର ପ୍ରତିବଦ୍ଧତାକୁ ଦୋହରାଇ ଟାଟା ଷ୍ଟିଲ୍ ଫାଉଣ୍ଡେସନ୍ ଯାଜପୁର ଜିଲ୍ଲା ଡୁବୁରୀରେ ଏକ ସର୍ବସାଧାରଣ ଶୌଚାଳୟ ଏବଂ ସୁକିନ୍ଦା କଲେଜ ଓ ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଲୟରେ ଦୁଇଟି ଲାଇବ୍ରେରୀ ବ୍ଲକକୁ ଉତ୍ସର୍ଗ କରିଛି ।

ଏହି କେନ୍ଦ୍ରଗୁଡ଼ିକୁ ରାଜ୍ୟ ସରକାରଙ୍କ ଗ୍ରାମୀଣ ବିକାଶ, ଦକ୍ଷତା ଓ ବୈଷୟିକ ବିକାଶ ମନ୍ତ୍ରୀ ଈଂ ପ୍ରୀତିରଞ୍ଜନ ଘଡାଇ ସୁକିନ୍ଦା ବ୍ଲକର ଅଧ୍ୟକ୍ଷ ଶ୍ରୀ ଦିବ୍ୟ ରଞ୍ଜନ ବରାଳ, ସୁକିନ୍ଦା ବ୍ଲକର ଉପାଧ୍ୟକ୍ଷ ଶ୍ରୀମତୀ ଭାଗ୍ୟଲକ୍ଷ୍ମୀ ରାଉତ, ଜୋନ-୯ର ଜିଲ୍ଲା ପରିଷଦ ଶ୍ରୀ ପ୍ରତାପ ପଟ୍ଟନାୟକ, ସୁକିନ୍ଦାଗଡର ସରପଞ୍ଚ ଶ୍ରୀ ସ୍ୱାଧୀନ ଦାସ, ଜୋନ-୩୭ର ଜିଲ୍ଲା ପରିଷଦ ଶ୍ରୀ ସାଧୁ ଚରଣ ତିୟୁ, ସଂସାଇଲୋ ସରପଞ୍ଚ ଶ୍ରୀ ମନମୋହନ ବାନରା, ଟାଟା ଷ୍ଟିଲ୍ ଫାଉଣ୍ଡେସନ୍‌ର ୟୁନିଟ୍ ହେଡ୍ ଆଲେନ୍ ଜୋସେଫ୍ ଓ କମ୍‌ଯୁନିଟିର ଅନ୍ୟ ସଦସ୍ୟମାନଙ୍କ ଉପସ୍ଥିତିରେ ଉଦ୍‌ଘାଟନ କରିଥିଲେ ।

ଟିଏସଏଫ୍ ଦ୍ୱାରା ନିର୍ମିତ ସର୍ବସାଧାରଣ ଶୌଚାଳୟରେ ପୁରୁଷ ଓ ମହିଳାମାନଙ୍କ ପାଇଁ ଅଲଗା ବିଭାଗ ଏବଂ ଭିନ୍ନକ୍ଷମ ପୁରୁଷ ଓ ମହିଳାମାନଙ୍କ ପାଇଁ ପୃଥକ ଶୌଚାଳୟ ରହିଛି । ସର୍ବସାଧାରଣ ଶୌଚାଳୟ ଆଗରେ ୱାଟର ଅଟୋମେଟେଡ୍ ଟେଲର୍ ମେସିନ୍ (ଏଟିଏମ୍‌) ଲଗାଯାଇଛି, ଯାହା ଯାତ୍ରୀମାନଙ୍କୁ ଉଭୟ ସାଧାରଣ ଏବଂ ଥଣ୍ଡା ପାଣି ବିତରଣ କରିବ । ଏହା ବ୍ୟତୀତ ମହିଳା ଶୌଚାଳୟରେ ଏକ ସାନିଟାରୀ ପ୍ୟାଡ୍ ବିତରଣ ୟୁନିଟ୍ ମଧ୍ୟ ରହିଛି । ଏହି ସାର୍ବଜନୀନ ଶୌଚାଳୟ ‘ଡୁବୁରୀ ଚାମ୍ବର ଅଫ୍ କମର୍ସ’ ଦ୍ୱାରା ପରିଚାଳିତ ହେବ ।

ଦୁଇଟି ଲାଇବ୍ରେରୀ ବ୍ଲକ, ଗୋଟିଏ ସୁକିନ୍ଦା କଲେଜ ଏବଂ ଅନ୍ୟଟି ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ଉଦ୍‌ଘାଟନ କରାଯାଇଥିଲା । ଟିଏସଏଫ୍ ଦ୍ୱାରା ନିର୍ମିତ ଏହି ସଂପୂର୍ଣ୍ଣ ଲାଇବ୍ରେରୀଗୁଡ଼ିକ ଛାତ୍ରଛାତ୍ରୀମାନଙ୍କର ଶିକ୍ଷା ସ୍ତରରେ ଉନ୍ନତି ଆଣିବାକୁ ଲକ୍ଷ୍ୟ ରଖିଛି ।

ସୁକିନ୍ଦା କଲେଜରେ ନିର୍ମିତ ଲାଇବ୍ରେରୀ ବ୍ଲକ ୧୪୦୦ରୁ ଅଧିକ ଛାତ୍ରଛାତ୍ରୀଙ୍କୁ କଳା, ବିଜ୍ଞାନ ଏବଂ ବାଣିଜ୍ୟ ପାଠ୍ୟକ୍ରମ ପାଇଁ ସାହାଯ୍ୟ କରିବ । ସୂଚନାଯୋଗ୍ୟ ଯେ ସୁକିନ୍ଦା ଏବଂ ଦାନଗଦି ବ୍ଲକର ଛାତ୍ରଛାତ୍ରୀମାନଙ୍କର ଭବିଷ୍ୟତ ଗଢିବା ପାଇଁ ଏହି ଅନୁଷ୍ଠାନ ବହୁତ ସହାୟକ ଯୋଗାଇଥାଏ ।

ହରିପୁର ସ୍ଥିତ ଭାରତୀ ବିହାର ଡିଗ୍ରୀ ମହାବିଦ୍ୟାଳୟରେ ନିର୍ମିତ ଲାଇବ୍ରେରୀ ବ୍ଲକ ଦ୍ୱାରା ୧୨୦୦ରୁ ଅଧିକ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ଓ କଳା ଏବଂ ଯୁକ୍ତ ତିନି ଆର୍ଟ୍ସ ଷ୍ଟ୍ରିମ ବିଭାଗରେ ଲାଭବାନ ହେବେ ।

କଳିଙ୍ଗନଗର ଏବଂ ଏହାର ଆଖପାଖରେ ରହୁଥିବା ଲୋକଙ୍କ ସାମଗ୍ରିକ ବିକାଶ ଓ ଭିତିଭୂମି ବିକାଶରେ ଟାଟା ଷ୍ଟିଲ ଫାଉଣ୍ଡେସନ ସକ୍ରିୟ ଭାବେ ଜଡିତ ହୋଇ ରହିଛି ।

Share

Leave a Reply

Your email address will not be published. Required fields are marked *

five + seven =