ଟିପିଏସ୍‌ଓଡିଏଲ୍ ଗ୍ରୀଷ୍ମ ଋତୁର ପିକ୍ ଚାହିଦା ପୂରଣ କରିବାକୁ ପ୍ରସ୍ତୁତ

ବ୍ରହ୍ମପୁର: ଚଳିତ ଗ୍ରୀଷ୍ଣ ଋତୁରେ ପ୍ରବଳ ଗ୍ରୀଷ୍ଣ ପ୍ରବାହକୁ ନେଇ ପୂର୍ବାନୁମାନ ଅନୁଯାୟୀ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ଲାଗି ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଯୌଥ ଉଦ୍ୟୋଗ ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍ (ଟିପିଏସ୍‌ଓଡିଏଲ୍‌) ପ୍ରସ୍ତୁତ ରହିଛି । ଗ୍ରୀଷ୍ଣ ଋତୁରେ ପିକ୍ ଡିମାଣ୍ଡ୍ (ଶୀର୍ଷ ଚାହିଦା) ୭୮୦ ମେଗାୱାଟ୍ ଆକଳନ କରାଯାଇଥିବା ବେଳେ କଂପାନି ବ୍ୟାପକ ପ୍ରଯୁକ୍ତି ସମ୍ମଳିତ ପଦକ୍ଷେପ ଗ୍ରହଣ କରିଛି ଯାହା ଆବଶ୍ୟକତକୁ ମୁକାବିଲା କରିବାରେ କଂପାନିକୁ ସହାୟକ ହେବ ।
ପ୍ରଯୁକ୍ତିର ବ୍ୟବହାର: ଟିପିଏସ୍‌ଓଡିଏଲ୍ ବର୍ତମାନ ଏହାର କେନ୍ଦ୍ରୀୟ ପିଏସ୍‌ସିସିରୁ ୧୨୦ ପିଏସ୍‌ଏସ୍‌ର ନିରୀକ୍ଷଣ ଓ ନିୟନ୍ତ୍ରଣ କରୁଛି । ଜରୁରୀକାଳରୀନ ସ୍ଥିତିରେ ନେଟ୍‌ୱର୍କକୁ ସୁବିଧାରେ ଓ ପ୍ରଭାବୀ ପରିବର୍ତନ କରିବା ଲାଗି ତାହା କଂପାନିକୁ ସକ୍ଷମ କରିଛି । ଆସିକା ଓ ବ୍ରହ୍ମପୁର ଓ ସିଟି ସର୍କଲ୍‌ର ୯ ଲକ୍ଷ ସହରର ଗ୍ରାହକଙ୍କୁ ମଧ୍ୟ ଟିପିଏସ୍‌ଓଡିଏଲ୍ ଜିଆଇଏସ୍ (ଜିଓଗ୍ରାଫିକାଲ୍ ଇନଫର୍ମେସନ ସିଷ୍ଟମ୍‌) ଅଧୀନରେ ସାମିଲ କରିଛି । ଏଡିଏମ୍‌ଏସ୍ (ଅତ୍ୟାଧୁନିକ ବଂଟନ ପରିଚାଳନା ବ୍ୟବସ୍ଥା) ସାହଯ୍ୟରେ ପ୍ରଭାବିତ ଅଂଚଳ ଓ ଗ୍ରାହକ ଚିହ୍ନଟ କରିପାରିବା ସହ ପ୍ରତ୍ୟକ୍ଷ ଭାବେ ସେମାନଙ୍କ ସହ ଯୋଗାଯୋଗ ସ୍ଥାପନ କରିବେ ।
ନେଟ୍‌ୱର୍କରେ ଉନ୍ନତି: ନିୟମିତ ବ୍ୟବଧାନରେ ରକ୍ଷଣାବେକ୍ଷଣ କାର୍ଯ୍ୟକଳାପ ବ୍ୟତୀତ କଂପାନି ପକ୍ଷରୁ ୨୩୯.୪ ସିକେଟି କିମି ହଟ୍ ଲାଇନ୍‌ର ଉନ୍ନତିକରଣ କରାଯାଇଛି ଏବଂ ୩୦୨ ସିକେଟି କିମି ଏଲ୍‌ଟି (ନିମ୍ନ କ୍ଷମତା ସମ୍ପନ୍ନ ଅଣ୍ଡରସାଇଜଡ୍‌/ ଖରାପ ସ୍ଥିତିରେ ଥିବା ଏବି ତାରକୁ ପରିବର୍ତନ କରାଯାଇଛି । ୧୫୫ ସଂଖ୍ୟକ ନୂଆ ଭିସିବି ସହିତ ପୁରୁଣା ପ୍ରାଥମିକ ସବ୍ ଷ୍ଟେସନ (ନନ୍‌-ଓଡିଏସ୍‌ଏସ୍‌ପି)ରେ ୪୫.୩ ଏମ୍‌ଭିଏର ବିଦ୍ୟୁତ ଟ୍ରାନ୍ସଫର୍ମର ଦକ୍ଷତା ଯୋଗ କରାଯାଇଛି । ଗ୍ରୀଷ୍ମ ଋତୁ ସାରାରେ ଗ୍ରାହକମାନଙ୍କ ଲାଗି ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ୨୦୭୯ ଖରାପ ଡିଟିଆର୍ ପରିବର୍ତନ କରାଯାଇଥିବା ବେଳେ କଂପାନି ପକ୍ଷରୁ ଡିଟିଆର୍‌ରେ (ଡିଷ୍ଟ୍ରିବ୍ୟୁସନ ଟ୍ରାନ୍ସଫର୍ମର) ଉନ୍ନତିକରଣ ସହ ନେଟ୍‌ୱର୍କରେ ୩୪.୧୨ ଏମ୍‌ଭିଏ ବଂଟନ ନେଟ୍‌ୱର୍କ ଦକ୍ଷତା ଯୋଗ କରାଯାଇଛି । ଅନ୍ୟାନ୍ୟ ଅଭିଯାନ ଭିତରେ ସାମିଲ ରହିଛି ବିଦ୍ୟୁତ ଟ୍ରାନ୍ସଫର୍ମର ଓ ବଂଟନ ଟ୍ରାନ୍ସଫର୍ମର (ଡିଟିଆର୍‌)ର ମରାମତି ଓ ରକ୍ଷଣାବେକ୍ଷଣ ।
ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ/ ପ୍ରସ୍ତୁତି:
୧. ପାଟ୍ରୋଲିଂ ଓ ରକ୍ଷଣାବେକ୍ଷଣ ଜରିଆରେ ୧୫,୯୧୦ ସିକେଏମ୍ ହଟ୍‌ଲାଇନ୍‌ରେ ନିୟମିତ ଭାବେ ବୃକ୍ଷର ବିଭିନ୍ନ ଅଂଶ ଚ୍ଛେଦନ କରାଯାଇଛି ।
୨. ୩୮ଟି ପିଟିଆର୍‌ର, ୩୭୬ଟି ୩୩ କେଭି ଓ ୧୧ କେଭି ଭିସିବିର ମରାମତି ଓ ପୁରୁଣା ପିଏସ୍‌ଏସ୍ (ଅଣ-ଓଡିଏସ୍‌ଏସ୍‌ପି)ରେ ୬୮ଟି ରିଲେକୁ ପରିବର୍ତନ କରାଯାଇଛି ।
୩. ୯,୯୭୨ ଡିଏସ୍‌ଏସ୍‌ର ରକ୍ଷଣାବେକ୍ଷଣ ପୂର୍ଣ୍ଣ କରାଯାଇଛି ଏବଂ ୩୯,୫୬୪ ଡିଟି ଲୋଡ୍‌ରେ ଲୋଡ୍ ସର୍ଭେ ଏବଂ ୨,୬୭୬ ଡିଟିଆର୍‌ରେ ଲୋଡ୍ ବାଲାନ୍‌ସିଂ କରାଯାଇଛି
୪. ୪୩୫୭ ଏମ୍‌ସିସିବି/ କିଟ୍‌-କ୍ୟାଟ୍ ଫ୍ୟୁଜ୍ ସ୍ଥାପନ କରି ଏଲ୍‌ଟି ସୁରକ୍ଷାରେ ଉନ୍ନତି ଅଣାଯାଇଛି ଏବଂ ସେବା ସଂଯୋଗରେ ଗଡ଼ବଡ଼କୁ ହଟାଇବା ଲାଗି ୪,୪୦୬ ଏଲ୍‌ଟି ଖୁଂଟ ସଫା କରାଯାଇଛି
୫. ଡିଏସ୍‌ଏସ୍‌ରେ ୧୫,୫୬୬ ଏଲ୍‌ଏକୁ ସ୍ଥାପନ କିମ୍ବା ବଦଳାଇ ଦିଆଯାଇଛି
ସୁରକ୍ଷା ଅଭିଯାନ:
୧. ୨୦୫୭ କ୍ଷତିଗ୍ରସ୍ତ ଏଚ୍‌ଟି ଓ ଏଲ୍‌ଟି ଖୁଂଟକୁ ପରିବର୍ତନ କରାଯାଇଛି ଏବଂ ୯୮ ବିଦ୍ୟୁତ ଟ୍ରାନ୍ସଫର୍ମରକୁ ନିଉଟ୍ରାଲ୍ ଆର୍ଥିଂ ପ୍ରଦାନ କରାଯାଇଛି
୨. ୨୮୦୭ ଡିଏସ୍‌ଏସ୍‌, ୧୧ କେଭି ଓ ଏଲ୍‌ଟି ନେଟ୍‌ୱର୍କ ସଂଯୋଗ ପାଇଁ ନୂଆ ଆର୍ଥିଂ ଯୋଡ଼ାଯାଇଛି
୩. ୬୨୯୯ ଏଚ୍‌ଟି/ ଏଲ୍‌ଟି ମାଧ୍ୟମିକ ଖୁଂଟ ଲଗାଯାଇଛି ।
ଲୋଡ୍‌ର ପୂର୍ବାନୁମାନ:
ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ଲାଗି ଚାହିଦା (ଲୋଡ୍‌) ଆକଳନ ଗୁରୁତ୍ୱପୂର୍ଣ୍ଣ । ଗ୍ରାହକମାନଙ୍କ ଲାଗି ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣକୁ ନିଶ୍ଚିତ କରିବା ପାଇଁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ଓ ସୁଲଭ ଯୋଜନା ନିମନ୍ତେ ଗତବର୍ଷର ଲୋଡ୍ ବୃଦ୍ଧି ରୂପରେଖ ଓ ଚାହିଦାରେ ସମ୍ଭାବ୍ୟ ବୃଦ୍ଧି ଭଳି ମାନଦଣ୍ଡ ବିଚାରକୁ ନେଇ ଟିପିଏସ୍‌ଓଡିଏଲ୍ ଚାହିଦାର ପୂର୍ବାନୁମାନ କରିଥାଏ ।
ଟିପିଏସ୍‌ଓଡିଏଲ୍ ଅଂଚଳରେ ଗ୍ରୀଷ୍ମକାଳୀନ ଶୀର୍ଷ ଚାହିଦା ଧାରା:
୧. ୨୦୨୩-୨୪ (ଆଶା କରାଯାଯାଉଛି): ୭୮୦ ମେଗାୱାଟ୍‌
୨. ୨୦୨୨-୨୩: ୭୨୮ ମେଗାୱାଟ୍‌
୩. ୨୦୨୧-୨୨: ୬୭୬ ମେଗାୱାଟ୍‌
ଆଗାମୀ ଗ୍ରୀଷ୍ମ ଋତୁ ଲାଗି କଂପାନିର ପ୍ରଯୁକ୍ତି ବିଷୟରେ ନିଜ ଭାବନାକୁ ବ୍ୟକ୍ତ କରି ଟିପିଏସ୍‌ଓଡିଏଲ୍‌ର ସିଇଓ ଶ୍ରୀ ଅରବିନ୍ଦ ସିଂହ କହିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ଆମ ଅଂଚଳରେ ୭୮୦ ମେଗାୱାଟ ଶୀର୍ଷ ଚାହିଦା ହେବ ବୋଲି ଆମେ ଆକଳନ କରିଥିବା ବେଳେ ଏହି ଅଂଚଳରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ନିଶ୍ଚିତ କରିବା ଲାଗି ଆମେ ପ୍ରତ୍ୟକ୍ଷ ପଦକ୍ଷେପ ଗ୍ରହଣ କରିଛୁ । ଚାହିଦା ବୃଦ୍ଧିର ମୁକାବିଲା କରିବା ଏବଂ ଆମ ଗ୍ରାହକମାନଙ୍କୁ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ କରିବା ଲାଗି ଆମେ ଉନ୍ନତ ପ୍ରଯୁକ୍ତିର ବ୍ୟବହାର କରିଥିବା ବେଳେ ପ୍ରତ୍ୟକ୍ଷ ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରିଛୁ । ଆମର ଲକ୍ଷ୍ୟ ହେଉଛି ଆମ ଗ୍ରାହକମାନଙ୍କ ପାଇଁ ନିରବଚ୍ଛିନ୍ନ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇବାକୁ ନିଶ୍ଚିତ କରିବା ଏବଂ ଆଗାମୀ ଗ୍ରୀଷ୍ଣ ଋତୁ ଆହ୍ୱାନର ମୁକାବିଲା କରିବା ଲାଗି ଆମ ପ୍ରସ୍ତୁତି ଉପରେ ଆମର ବିଶ୍ୱାସ ରହିଛି ।’’
ଗ୍ରୀଷ୍ମ ଋତୁର ବିଦ୍ୟୁତ ଚାହିଦା ଅନୁସାରେ ଏବଂ ପରିଚାଳନାରେ ଯେକୌଣସି ଅଘଟଣକୁ ଆହୁରି ହ୍ରାସ କରିବା ଲାଗି କଂପାନି ପକ୍ଷରୁ ସଂସ୍ଥାରେ ଏକ ସୁରକ୍ଷା ସଂସ୍କୃତି ଗ୍ରହଣ କରାଯାଇଛି । ହିଟ୍ ଷ୍ଟ୍ରେସ୍ ଓ ଫାଷ୍ଟ୍ ଏଡ୍ ଉପରେ ସଚେତନତା ବିଷୟରେ ସବୁ କର୍ମଚାରୀମାନଙ୍କ ଲାଗି ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

11 + five =