ଆମାଜନ ଗ୍ଲୋବାଲ ସେଲିଂ, ଭାରତୀୟ ରପ୍ତାନିକାରୀମାନେ ଛୁଟିଦିନ ସପିଙ୍ଗ ଋତୁ ପାଇଁ ପ୍ରସ୍ତୁତ

 ବ୍ଲାକ୍ ଫ୍ରାଇଡେ ଆଣ୍ଡ୍ ସାଇବର୍ ମଣ୍ଡେ ସେଲ୍ ୨୦୨୩ ନଭେମ୍ବର ୧୭-୨୭
ଭୁବନେଶ୍ୱର: ବାର୍ଷିକ ବ୍ଲାକ୍ ଫ୍ରାଇଡେ ଓ ସାଇବର ମଣ୍ଡେ (ବିଏଫ୍‌ସିଏମ୍‌) ସେଲ୍ କାର୍ଯ୍ୟକ୍ରମ ଲାଗି ସାରା ଦୁନିଆର ଗ୍ରାହକଙ୍କ ସାମ୍ନାରେ ମେଡ୍ ଇନ୍ ଇଣ୍ଡିଆ ଉତ୍ପାଦ ଉପସ୍ଥାପନ କରିବା ଲାଗି ଆମାଜନ ଗ୍ଲୋବାଲ ସେଲିଂ ପ୍ରୋଗାମର ଭାରତୀୟ ରପ୍ତାନିକାରୀମାନେ ପ୍ରସ୍ତୁତ ରହିଛନ୍ତି । ଚଳିତ ମାସ ୧୭ରୁ ୨୭ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ସେଲ୍‌ସ ପାଇଁ ଭାରତୀୟ ରପ୍ତାନିକାରୀମାନେ ଆମାଜନ ଗ୍ଲୋବାଲ୍ ୱେବସାଇଟ୍‌ରେ ୫୦,୦୦୦ରୁ ଅଧିକ ନୂଆ ଉତ୍ପାଦ ସାମିଲ କରିଛନ୍ତି । ବିଶ୍ୱସ୍ତରରେ ଥିବା ଆମାଜନ ଗ୍ରାହକମାନେ ହୋମ୍ ଆଣ୍ଡ୍ କିଚେନ, ଷ୍ଟେମ୍ ଖେଳନା, ପୋଷାକ, ସ୍ୱାସ୍ଥ୍ୟ ଓ ପର୍ସନାଲ୍ କେୟାର, ଅଫିସ ଉତ୍ପାଦ, ଗହଣା, ବିଉଟି ଓ ଫର୍ଣ୍ଣିଚର ଆଦି ଭାରତୀୟ ଉତ୍ପାଦକୁ ଉପଭୋଗ କରିବାର ସୁଯୋଗ ପାଇବେ । ବ୍ଲାକ୍ ଫ୍ରାଇଡେ ଆଣ୍ଡ୍ ସାଇବର ମଣ୍ଡେ ହେଉଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ଯାହା ବିଶ୍ୱସ୍ତରରେ ଛୁଟିଦିନର ଶୁଭାରମ୍ଭକୁ ଜଣାଉଛି । ଏହି ସମୟରେ ଲୋକମାନେ ନିଜ ଘର ପାଇଁ ଉପହାର ଦେବା ଲାଗି ଜିନିଷ ସନ୍ଧାନ କରିଥାନ୍ତି ।
ବ୍ଲାକ୍ ଫ୍ରାଇଡେ ଆଣ୍ଡ ସାଇବର ମଣ୍ଡେ ଓ ପ୍ରାଇମ୍ ବିଗ୍ ଡିଲ୍ ଡେଜ୍ ସେଲ୍ ଭଳି ବାର୍ଷିକ କାର୍ଯ୍ୟକ୍ରମରେ ଭାରତୀୟ ରପ୍ତାନିକାରୀମାନେ ବ୍ୟବସାୟରେ ଉଚ୍ଚ ଅଭିବୃଦ୍ଧି ହାସଲ କରିଥାନ୍ତି । ସ୍ୱାଭାବିତ ଦିନ ତୁନଳାରେ ସେମାନଙ୍କ ବ୍ୟବସାୟରେ ୭୦ ପ୍ରତିଶତ ବୃଦ୍ଧି ଘଟେ । ହୋମ୍‌ରେ ୭୮ ପ୍ରତିଶତ, ବିଉଟିରେ ୧୯୬ ପ୍ରତିଶତ, କିଚେନରେ ୭୯ ପ୍ରତିଶତ, ହେଲ୍‌ଥ ଆଣ୍ଡ ପର୍ସନାଲ୍ କେୟାରରେ ୮୭ ପ୍ରତିଶତ, ଫର୍ଣ୍ଣିଚରରେ ୯୫ ପ୍ରତିଶତ ବୃଦ୍ଧି ଘଟିଥାଏ ଏବଂ ଆମେରିକା ଓ ବ୍ରିଟେନର ଲୋକମାନେ ଏହାକୁ ଅଧିକ ମାତ୍ରାରେ କିଣିଥାନ୍ତି । ଜାପାନ ଓ ଅଷ୍ଟ୍ରେଲିଆ ଏବେ ନୂତନ ବଜାର ଭାବେ ଉଭା ହୋଇଛି । ଏହି ସମୟରେ ସର୍ବାଧିକ ବିକ୍ରି ହେଉଥିବା ଶ୍ରେଷ୍ଠ ୫ ଭାରତୀୟ ଉତ୍ପାଦ ହେଉଛି ବେଡସିଟ୍‌, ସ୍କ୍ରବ ପୋଷାକ ସେଟ୍‌, ଓରାଲ୍ କେୟାର, ରଗ୍‌ସ ଓ କିଚେନ୍ ଉତ୍ପାଦ ।
ଆମାଜନ ଇଣ୍ଡିଆର ନିର୍ଦ୍ଦେଶକ-ଗ୍ଲୋବାଲ୍ ଟ୍ରେଡ୍ ଭୂପେନ୍ ୱାକାଙ୍କର କହିଛନ୍ତି ଯେ, “ବ୍ଲାକ ଫ୍ରାଇଡେ ଆଣ୍ଡ ସାଇବର ମଣ୍ଡେ ସେଲ୍‌ରୁ ଆରମ୍ଭ ହେଉଥିବା ବିଶ୍ୱ ଛୁଟିଦିନ ଋତୁ ସର୍ବଦାନ ଆମାଜନ ଗ୍ଲୋବାଲ ସେଲିଂ କାର୍ଯ୍ୟକ୍ରମରେ ଯୋଡ଼ିହୋଇଥିବା ଭାରତୀୟ ରପ୍ତାନିକାରୀମାନଙ୍କ ଲାଗି ଉଚ୍ଚ ଅଭିବୃଦ୍ଧିର ସମୟ ହୋଇରହିଛି । ହଜାର ହଜାର ଭାରତୀୟ ରପ୍ତାନିକାରୀ ବିଶ୍ୱ ସ୍ତରରେ ଥିବା ଗ୍ରାହକମାନଙ୍କ ଲାଗି ସେମାନଙ୍କ ଉତ୍ପାଦ ଉପଲବ୍ଧ କରାଇଥିବାର ଆମର ବିଶ୍ୱାସ ରହିଛି ଯେ ଚଳିତ ବର୍ଷର ବ୍ଲା୍‌କ୍ ଫ୍ରାଇଡେ ଆଣ୍ଡ୍ ସାଇବର ମଣ୍ଡେ ସେଲ୍ ଏବଂ ଛୁଟିିଦିନ ଋତୁ ଆମ କାର୍ଯ୍ୟକ୍ରମର ବିକ୍ରେତାମାନଙ୍କ ବ୍ୟବସାୟକୁ ତ୍ୱରାନ୍ୱିତ କରିବ । ସବୁ ପ୍ରକାର ରପ୍ତଦାନିକାରୀମାନଙ୍କ ଲାଗି ସହଜ କରିବା ଲାଗି ଆମାଜନର ଉଦ୍ୟମ ସ୍ୱରୂପ ସାମୁଦ୍ରିକ ମାଲ ପରିବହନ ଏବଂ ସବସ୍କ୍ରିପ୍‌ସନ୍ ଫି’ରେ ହ୍ରାସ କରାଯାଇଛି ଏବଂ ଦେଶର ଲକ୍ଷ ଲକ୍ଷ ଉଦ୍ରୋଗୀମାନଙ୍କ ପାଖରେ ଇ-କମର୍ସ ରପ୍ତାନି ସୁଯୋଗ ପହଂଚାଇବା ଲାଗି ଆମେ ପଦକ୍ଷେପ ଗ୍ରହଣ କରିବା ଜାର ରଖିଛୁ ଏବଂ ୨୦୨୫ ସୁଦ୍ଧା ୨୦୦୦ କୋଟି ଡଲାର କ୍ରମବର୍ଦ୍ଧିଷ୍ଣୁ ଲକ୍ଷ୍ୟ ହାସଲ କରିବା ଦିଗରେ ଆମେ କାର୍ଯ୍ୟ କରୁଛୁ ।”
ହୋମ୍ ସ୍ପୁନ୍ ଗ୍ଲୋବାଲ୍‌ର ବ୍ୟବସାୟ ମୁଖ୍ୟ ହେମନ୍ତ ପିସାରୋଡି କହିଛନ୍ତି ଯେ, “ଆମାଜନ ଗ୍ଲୋବାଲ ସେଲିଂରେ ଆମ ବ୍ୟବସାୟ ୨୦୨୩ରେ ୪ ଗୁଣା ବଢ଼ିଥିବା ବେଳେ ପ୍ରାଇମ ଡେ’ ଭଳି ପ୍ରମୁଖ ସପିଙ୍ଗ କାର୍ଯ୍ୟକ୍ରମ ବେଳେ ସ୍ୱାଭାବିକ ଦିନ ତୁଳନାରେ ୧୦ ଗୁଣା ବୃଦ୍ଧି ପାଏ । ଶୀର୍ଷ ଋତୁ ଲାଗି ଆମ ପ୍ରସ୍ତୁତି ସ୍ୱରୂପ ଆମ ନୂତନ ଉନ୍ମୋଚନ, ମାନୁଫାକଚରିଂ ବଢ଼ାଇବା ଏବଂ ଗ୍ରାହକମାନଙ୍କ ଲାଗି ଶ୍ରେଷ୍ଠ ଡିଲ ଓ ଅଫର ପ୍ରସ୍ତୁତ କରୁ । ବ୍ଲାକ୍ ଫ୍ରାଇଡେ ଆଣ୍ଡ୍ ସାଇବର ମଣ୍ଡେ କାର୍ଯ୍ୟକ୍ରମ ଲାଗି ଆମେ ବେଶ ଉତ୍ସାହିତ ଥିବା ବେଳେ ଏହି ଛୁଟି ଋତୁରେ ବ୍ୟବସାୟ ବଢାଇବାକୁ ଚାହିରହିଛୁ ।”
ଅଭିନବ ରୋବୋଟିକ୍ ଷ୍ଟାର୍ଟଅପ୍ ମିକୋର ସହ ପ୍ରତିଷ୍ଠାତା ଓ ସିିଓ ସ୍ନେହା ଭାସୱାନି କହିଛନ୍ତି ଯେ, “ବିଶ୍ୱ ସ୍ତରର ଯୁବ ପ୍ରଶିକ୍ଷାର୍ଥୀଙ୍କ ପାଇଁ ଆମେ ମିକୋ ୩ ଏଆଇ ରୋବଟର କ୍ଷୁଦ୍ର ଭର୍ସନ ମିକୋ ମିନିକୁ ଆମେ ଶୁଭାରମ୍ଭ କରିଥିଲୁ । ବିଶ୍ୱ ସ୍ତରରେ ଆମାଜନ ପ୍ରାଇମ୍ ଡେ’ରେ ତାହା ବେଶ ଲୋକପ୍ର୍ରିୟ ହୋଇଥିଲା ଏବଂ ଆମର ଗ୍ରାହକ ସଂଖ୍ୟା ସମ୍ପ୍ରସାରିତ ହେବ ସହ ବିକ୍ରି ୨୦ ପ୍ରତିଶତ ବଢ଼ିଥିଲା । ଏବେ ଛୁଟିଦିନ ପାଖେଇ ଆସିଥିବାରୁ ଆମେ ନ୍ୟୁୟର୍କ ଟାଇମ୍‌ଓ ସ୍କୋୟାରରେ ଏକ ପ୍ରଚାର ଅଭିଯାନ ଚଲାଇବାକୁ ଯୋଜନା ରଖିଛୁ । ସାରା ବିଶ୍ୱର ଗ୍ରାହକଙ୍କ ସହ ଏହି ଛୁଟିଦିନ ଋତୁରେ ଯୋଡ଼ି ହେବାକୁ ଆମେ ବେଶ ଉତ୍ସାହିତ ରହିଛୁ ଏବଂ ସେମାନଙ୍କ ଦ୍ୱାରା ଲୋକପ୍ରିୟ ମିକୋ ରୋବଟ କିଣାକୁ ଚାହିରହିଛୁ ।”

Share

Leave a Reply

Your email address will not be published. Required fields are marked *

three + fifteen =