ସୁକିନ୍ଦାର ମହିଳା କାରିଗର ପ୍ରସ୍ତୁତ କରୁଛନ୍ତି, ଦୀପାବଳି ପାଇଁ ପରିବେଶ ଅନୁକୂଳ ଦୀପ ଏବଂ ଟେରାକୋଟା ସାମଗ୍ରୀ

– ଟାଟାଷ୍ଟିଲ୍ ଫାଉଣ୍ଡେସନ ସହାୟତାରେ ଦକ୍ଷତା ହାସଲ
କଳିଙ୍ଗନଗର: ସୁକିନ୍ଦା ବ୍ଲକ ଅନ୍ତର୍ଗତ ସାନ୍ତରାପୁର ଗ୍ରାମର ମହିଳା କାରିଗରମାନେ ପରିବେଶ ଅନୁକୂଳ ଦୀପାବଳି ପାଳନ ପାଇଁ ବିଭିନ୍ନ ସାମଗ୍ରୀ ପ୍ରସ୍ତୁତ କରିଛନ୍ତି । ଆଲୋକର ପର୍ବକୁ ସମ୍ପୂର୍ଣ୍ଣ ପରିବେଶ ଅନୁକୂଳ ଢଙ୍ଗରେ ପାଳନ କରିବାରେ ସାହାଯ୍ୟ କରିବା ପାଇଁ ସେମାନେ ଦୀପ ଏବଂ ଟେରାକୋଟାର ବିଭିନ୍ନ ଉତ୍ପାଦ ପ୍ରସ୍ତୁତ କରୁଛନ୍ତି ।
ଟେରାକୋଟା କାରିଗରୀ ପାଇଁ ଜଣାଶୁଣା ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଗୋପାଳପୁର ଗ୍ରାମର ପ୍ରଥମଖଣ୍ଡି ଅଂଚଳକୁ ଦିନିକିଆ ଗସ୍ତରେ ଯାଇ ଅମ୍ପୋଲବା ପଂଚାୟତ ସାନ୍ତରାପୁର ଗ୍ରାମର ଜୟ ମା’ ଦୁର୍ଗା ସ୍ୱୟଂ ସହାୟକ ଗୋଷ୍ଠୀ (ଏସଏଚଜି) ଓ ଜନନୀ କ୍ଲଷ୍ଟର ଲେଭେଲ୍ ଫେଡେରେସନ୍ (ସିଏଲଏଫ)ର ୧୦ ଜଣ ସଦସ୍ୟ ଏହି ନୂତନ କୌଶଳ ହାସଲ କରିଥିଲୋ । ଏହି ଗସ୍ତ ୨୦୨୩ ଅକ୍ଟୋବର ୩୧ ତାରିଖରେ ଟାଟା ଷ୍ଟିଲ ଫାଉଣ୍ଡେସନ ପକ୍ଷରୁ ଆୟୋଜନ କରାଯାଇଥିଲା ଯାହାର ଉଦ୍ଦେଶ୍ୟ ଥିଲା ସମ୍ପ୍ରଦାୟ ମଧ୍ୟରେ ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରିବା ଏବଂ ମହିଳାମାନଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ।
ଦିନିକିଆ ଗସ୍ତ ଅବସରରେ ଓଡ଼ିଶା ସରକାରଙ୍କ ହସ୍ତତନ୍ତ ବିଭାଗର ମାଷ୍ଟର କାରିଗର ନରେନ୍ଦ୍ର ରଣା ଦଳକୁ ପ୍ର୍ରସ୍ତୁତ ଟେରାକୋଟା ଉତ୍ପାଦ ଉତ୍ପାଦନରେ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ପ୍ରଶିକ୍ଷଣ ଦେବା ସହ ବିଭିନ୍ନ ସାମଗ୍ରୀର ବଜାର ଚାହିଦା ସମ୍ପର୍କରେ ସୂଚନା ଦେଇଥିଲେ ।
ଗସ୍ତ ସମୟରେ ଏହି କାରିଗରମାନେ ସ୍ଥାନୀୟ ମାଟି ଓ ରଙ୍ଗ ବ୍ୟବହାର କରି ଦୀପ, କଳସ ପାତ୍ର ଓ ଅନ୍ୟାନ୍ୟ ଟେରାକୋଟା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି । ସେମାନଙ୍କ ହାତର ଦକ୍ଷ ଏବଂ ମନର ସୃଜନଶୀଳତା ଏହି ଅଂଚଳର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ପ୍ରତିଫଳିତ କରି ହାତ ଚିତ୍ରିତ ଡିଜାଇନର ଉତ୍କୃଷ୍ଟ ସମାଗ୍ରୀ ପ୍ର୍ରସ୍ତୁତ କରୁଛନ୍ତି ।
ଗ୍ରାମୀଣ ମହିଳାମାନଙ୍କ ଦ୍ୱାରା ପ୍ରସ୍ତୁତ ହେଉଥିବା ଏହି ପରିବେଶ ଅନୁକୂଳ ଉତ୍ପାଦଗୁଡ଼ିକର ସ୍ଥାନୀୟ ବଜାରରେ ବହୁତ ଚାହିଦା ରହିଛି, ବର୍ତମାନ ସୁଦ୍ଧା ତିଆରି ହୋଇଥିବା ୩୦୦୦ ଦୀପ ମଧ୍ୟରୁ ଅଧାରୁ ଅଧିକ ବିକ୍ରି ହୋଇ ଥିବାରୁ ତାହା ଜଣାପଡୁଛି । ମହିଳା କାରିଗରମାନେ ଏବେ ଏହି ରିବେଶ ଅନୁକୂଳ ଦୀ ଏବଂ ଅନ୍ୟାନ୍ୟ ଟେରାକୋଟା ସାମଗ୍ରୀର ଚାହିଦା ପୂରଣ କରିବାରେ ବ୍ୟସ୍ତ ଅଛନ୍ତି । ପରିବେଶ ଅନୁକୂଳ ହେବା ବ୍ୟତୀତ, ଦୀପ ଏବଂ ଅନ୍ୟାନ୍ୟ ସାଜସଜ୍ଜା ସାମଗ୍ରୀ ମଧ୍ୟ ସମ୍ପୂର୍ଣ୍ଣ ଜୈବ-ଅବକ୍ଷୟଯୋଗ୍ୟ ଏବଂ ସୁଲଭ, ଅତ୍ୟନ୍ତ ହାଲୁକା ଏବଂ ସ୍ଥାୟୀ, ଏବଂ ଏହା ଗ୍ରାହକଙ୍କ ମଧ୍ୟରେ ବେଶ ପସନ୍ଦ ହୋଇପାରିଛି ।

Share

Leave a Reply

Your email address will not be published. Required fields are marked *

twelve − 6 =