ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର୍ ଇଣ୍ଡିଆ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣ ଉନ୍ମୋଚିତ

ଭୁବନେଶ୍ୱର: ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପକ୍ଷରୁ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣକୁ ଉନ୍ମୋଚନ କରାଯାଇଛି ।
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ସଭାପତି, ସିଇଓ ଓ ପରିଚାଳନା ନିର୍ଦେଶକ ଶ୍ରୀ ସୁସୁମୁ ଓଟାନି କହିଛନ୍ତି ଯେ, “ଦୁଇ ଦଶନ୍ଧିର ବ୍ୟାପକ ଅନୁଭୂତିରୁ ଭାରତୀୟ ମୋଟରସାଇକଲ୍ ଚାଳକଙ୍କ ପସନ୍ଦ ହୋଇରହିଛି ୟୁନିକର୍ଣ୍ଣ । ଶକ୍ତି, ଦକ୍ଷତା ଓ ଆରାମର ମିଶ୍ରଣ ଥିବା ମଡେଲ୍ ପ୍ରଦାନ କରିବା ଲାଗି ଆମର ରହିଥିବା ପ୍ରତିବଦ୍ଧତାକୁ ଏହି ମଡେଲ୍ ସୁଦୃଢ଼ କରୁଥିବା ବେଳେ ଏହା ସଦ୍ୟତମ ନିର୍ଗମନ ନିୟମକୁ ମଧ୍ୟ ପାଳନ କରୁଛି । ଆମ ଉପରେ ଦୀର୍ଘଦିନରୁ ଭରସା ରଖିଥିବା ଗ୍ରାହକମାନଙ୍କୁ ଆମେ କୃତଜ୍ଞତା ଜଣାଉଛୁ ।’’
ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆର ନିର୍ଦେଶକ-ବିକ୍ରି ଓ ମାର୍କେଟିଂ ଶ୍ରୀ ଯୋଗେଶ ମାଥୁର କହିଛନ୍ତି ଯେ, “ଅତୁଳନୀୟ ଷ୍ଟାଇଲ, ଡିଜାଇନ, ଶକ୍ତି ଓ ଉନ୍ନତ ଏର୍ଗୋନୋମିକ୍‌କୁ ନେଇ ହୋଣ୍ଡା ୟୁନିକର୍ଣ୍ଣ ଏହାର କ୍ଷେତ୍ରରେ ଧାରା ସୃଷ୍ଟି କରିଛି । ନୂଆ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ଏହାକୁ ଆହୁରି ଆଗକୁ ବଢ଼ାଇ ତାହାର ଦକ୍ଷତା, ନିରବଚ୍ଛିନ୍ନ ଶକ୍ତି ପ୍ରଦାନରେ ଉନ୍ନତି ଆଣିଥିବା ବେଳେ ସଦ୍ୟତମ ମାନକକୁ ପୂରଣ କରୁଛି । ରୋମାଂଚ ବଢ଼ାଇବା ଲାଗି ନୂଆ ୟୁନିକର୍ଣ୍ଣ ନୂଆ ଆକର୍ଷଣୀୟ ପର୍ଲ ସାଇରନ୍ ବ୍ଲୁ ରଙ୍ଗରେ ଆସିଛି । ଆମ ମୂଲ୍ୟବାନ ମୋଟରସାଇକଲ୍ ପ୍ରେମୀ ଗ୍ରାହକଙ୍କ ପାଇଁ ଏହାକୁ ଆଣି ଆମେ ଉତ୍ସାହିତ ଓ ନିଜ ହୋଣ୍ଡା ୟୁନିକର୍ଣ୍ଣ ସହ ସେମାନେ ଆରମ୍ଭ କରିବାକୁ ଥିବା ଅସାଧାରଣ ଯାତ୍ରାକୁ ଆମେ ପ୍ରବଳ ଉତ୍ସାହର ସହ ଚାହିରହିଛୁ ।’’
ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ୟୁନିକର୍ଣ୍ଣରେ ରହିଛି ୧୬୦ ସିସିର ପିଜିଏମ୍‌-ଏଫ୍‌ଆଇ ଇଂଜିନ ଯାହା ଉତ୍କୃଷ୍ଟ ପ୍ରଦର୍ଶନ ଓ ଦକ୍ଷତା ପ୍ରଦାନ କରୁଛି । ଏହା ସହିତ ଆରାମ ଓ ସୁବିଧା ପାଇଁ ଏଥିରେ ରହିଛି ଆଂଟି ବ୍ରେକ୍ ସିଷ୍ଟମ, ଟ୍ୟୁବ୍‌ଲେସ୍ ଟାୟାର, ରିଅର ମନୋ ସକ୍‌, ଅଧିକ ଗ୍ରାଉଣ୍ଡ୍ କ୍ଲିୟରାନ୍ସ, ଲମ୍ବା ହ୍ୱିଲ୍ ବେସ୍‌, ଲମ୍ବା ସିଟ୍‌, ସିଲ୍ ଚେନ୍ ଓ ଇଞ୍ଜିନ୍ ଷ୍ଟପ୍ ସ୍ୱିଚ୍ ।
ଏହାର ପାଶ୍ୱର୍ କଭରରେ ରହିଛି କ୍ରୋମ୍ ଷ୍ଟ୍ରୋକ୍ ଏବଂ ଟାଙ୍କିରେ ୩ଡି ହୋଣ୍ଡା ୱିଙ୍ଗ୍ ଚିହ୍ନ ବେଶ ଆକର୍ଷଣୀୟ ଦେଖାଯାଉଛି । ଏହା ଉପରେ ୧୦ ବର୍ଷର ସ୍ୱତନ୍ତ୍ର ୱାରେଂଟି (୩ ବର୍ଷ ସାଧାରଣ ସହିତ ୭ ବର୍ଷର ବର୍ଦ୍ଧିତ ୱାରେଂଟି ବିକଳ୍ପ) ପ୍ରଦାନ କରାଯାଉଛି । ପର୍ଲ ଇଗ୍ନିଅସ୍ ବ୍ଲାକ୍‌, ଇମ୍ପରିଆଲ୍ ରେଡ୍ ମେଟାଲିକ୍‌, ମ୍ୟାଟ୍ ଆକ୍ସିସ୍ ଗ୍ରେ ମେଟାଲିକ୍ ଓ

ପର୍ଲ ସାଇରନ୍ ବ୍ଲୁ୍ ଭଳି ଚାରିଟି ରଙ୍ଗରେ ୧,୦୯,୮୦୦ ଟଙ୍କାର ଏକ୍ସ ସୋ’ରୁମ୍ ଦାମ୍‌ରେ ତାହା ଉପଲବ୍ଧ ହୋଇଛି ।

Share

Leave a Reply

Your email address will not be published. Required fields are marked *

twenty − 19 =