ଆନ୍ତର୍ଜାତିକ ମହିଳା ଦିବସ : ଯୋଡା ଅଞ୍ଚଳର ରୂପଶ୍ରୀ, ଅମ୍ଳିନ ଏବଂ ନିର୍ମଳାଙ୍କ ସଫଳତାର ଯାତ୍ରା ଟିଏସ୍‌ଏଫ୍ ବଢ଼ାଇଛି ସହଯୋଗର ହାତ ଆନ୍ତର୍ଜାତିକ ମହିଳା ଦିବସ

ଯୋଡା ଅଞ୍ଚଳର ରୂପଶ୍ରୀ, ଅମ୍ଳିନ ଏବଂ ନିର୍ମଳା ଙ୍କ ସଫଳତା ର ଯାତ୍ରା ଟିଏସ୍‌ଏଫ୍ ବଢ଼ାଇଛି ସହଯୋଗର ହାତ

ଯୋଡା : ଆଜି ସାରା ବିଶ୍ୱ ଆନ୍ତର୍ଜାତିକ ମହିଳା ଦିବସ ପାଳନ କରୁଥିବା ବେଳେ ଯୋଡାର ତିନି ଜଣ ଗ୍ରାମୀଣ ମହିଳା ପାରମ୍ପରିକ ଚିନ୍ତାଧାରା କୁ ଭାଙ୍ଗି ସଫଳତା ସାଉଁଟୁଛନ୍ତି ଓ ଉଦୀୟମାନ ଫୁଟ୍‌ବଲ ଖେଳାଳି ରୂପଶ୍ରୀ ମୁଣ୍ଡା ଓ ଅମ୍ଳିନ ପୂର୍ତିଙ୍କ ସହ ଭାରୀ ଯାନ ଚାଳିକା ନିର୍ମଳା ଲାଗୁରି ମଧ୍‌ଯ ସ୍ଥାନୀୟ ମହିଳାଙ୍କ ପାଇଁ ଉଦାହରଣ ସାଜିଛନ୍ତି ଓ ଉଦୀୟମାନ ଫୁଟବଲ ଖେଳାଳି ରୂପଶ୍ରୀ ମୁଣ୍ଡା ନିଜ କ୍ରୀଡ଼ା ସଫଳତା ପାଇଁ ନିଜ ଅଞ୍ଚଳରେ ବେଶ୍ ପରିଚିତ।

ରୋଇଡା ପଂଚାୟତର କ୍ୟାମ୍ପ ହଟିଂର ବାସିନ୍ଦା ରୂପଶ୍ରୀ ୨୦୧୯ ରେ ଯୋଡାସ୍ଥିତ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସଏଫ)ର ତୃଣମୂଳ ସ୍ତରୀୟ ଫୁଟବଲ ଏକାଡେମୀରେ ଯୋଗ ଦେବା ପରେ ଫୁଟବଲ ପ୍ରତି ତାଙ୍କର ଭଲପାଇବା ଜାଣିବାକୁ ପାଇଥିଲେ । ସେ କଟକରେ ୧୭ ବର୍ଷରୁ କମ୍ ଜାତୀୟ ଟ୍ରାଏଲ ଟୁର୍ଣ୍ଣାମେଂଟ୍‌ରେ ଅଂଶଗ୍ରହଣ କରିଥିଲେ ଏବଂ ଶେଷରେ ନେପାଳ ସାଫ୍ ଖେଳ ସମେତ ଫୁଟବଲ ଟୁର୍ଣ୍ଣାମେଣ୍ଟ ରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିଥିଲେ । ସେ ବର୍ତ୍ତମାନ ନେପାଳରେ ଚାଲି ଥିବା ସାଫ୍ କ୍ରୀଡ଼ା ରେ ୧୬ ବର୍ଷରୁ କମ୍ ଜାତୀୟ ଦଳରେ ସ୍ଥାନ ପାଇ କ୍ରୀଡ଼ାରେ ତାଙ୍କର ନିଷ୍ଠାପରତା ଏବଂ ଦକ୍ଷତା ପ୍ରଦର୍ଶନ କରିଛନ୍ତି ।

ରୂପଶ୍ରୀ ଙ୍କ ଭଳି ସେହି ଗାଁର ଅମ୍ଳିନ ପୂର୍ତି ମଧ୍ୟ ଜଣେ ଉଦୀୟମାନ ଫୁଟବଲ ଖେଳାଳି । ସେ ଓଡ଼ିଶା ପାଇଁ ଗୌରବ ଆଣିଛନ୍ତି । ଅମ୍ଳିନ ୨୦୧୯ ରେ ଯୋଡାସ୍ଥିତ ଟିଏସ୍‌ଏଫ୍‌ର ତୃଣମୂଳ ସ୍ତରୀୟ ଫୁଟବଲ ଏକାଡେମୀରେ ଯୋଗ ଦେବା ପରେ ଫୁଟବଲରେ ତାଙ୍କର ପରିଚୟ ହାସଲ କରିଥିଲେ । ଟିଏସ୍‌ଏଫ୍ ସହାୟତାରେ ସେ ଇଣ୍ଡିଆ ଖେଲୋ ଫୁଟବଲ ର ନୂଆମୁଣ୍ଡି ଟୁର୍ଣ୍ଣାମେଂଟରେ ଅଂଶଗ୍ରହଣ କରି କଟକରେ ୧୭ ବର୍ଷରୁ କମ୍ ଜାତୀୟ ଟ୍ରାଏଲ ଟୁର୍ଣ୍ଣାମେଂଟ୍‌ରେ ସ୍ଥାନ ଅର୍ଜନ କରିଥିଲେ । ଫୁଟବଲ ଟୁର୍ଣ୍ଣାମେଂଟ୍‌ରେ ଜାତୀୟ ଦଳର ପ୍ରତିନିଧିତ୍ୱ କରିବା ଦ୍ୱାରା ତାଙ୍କ ପ୍ରତିଭା ଓ କଠିନ ପରିଶ୍ରମର ସୁଫଳ ମିଳିଥିଲା ଏବଂ ସେ କ୍ରୀଡ଼ାରେ ଅନ୍ୟମାନଙ୍କ ପାଇଁ ଏକ ସମ୍ଭାବନାମୟ ଭବିଷ୍ୟତ ସୃଷ୍ଟି କରିପାରିଛନ୍ତି ।

ତେବେ ନିର୍ମଳା ଲାଗୁରୀଙ୍କ କାହାଣୀ ଭିନ୍ନ । ପୂର୍ବରୁ କୌଣସି ମହିଳା ପ୍ରବେଶ କରିନଥିବା କ୍ଷେତ୍ରରେ ଲିଙ୍ଗଗତ ପାରମ୍ପରିକ ଚିନ୍ତାଧାରାକୁ ଭାଙ୍ଗି ଏକ ପୁରୁଷ ପ୍ରାଧାନ୍ୟ କ୍ଷେତ୍ରରେ ନିର୍ମଳା ପ୍ରବେଶ କରି ଭାରି ଯାନ ଚଳାଇ ନିଜର ଯାତ୍ରା ଆରମ୍ଭ କରିଥିଲେ । ଜୀବନରେ ସ୍ୱାସ୍ଥ୍ୟ ଗତ ସମସ୍ୟାର ସମ୍ମୁଖୀନ ହେବା ଏବଂ ଅସ୍ତ୍ରୋପଚାର ପରେ ସେ ଟିଏସ୍‌ଏଫ୍ ଦ୍ୱାରା ସମର୍ôଥତ ଏଚ୍‌ଏମ୍‌ଭି ପ୍ରଶିକ୍ଷଣରେ ନାମ ଲେଖାଇଥିଲେ । ଏହା ତାଙ୍କ ଜୀବନରେ ଏକ ଗୁରୁତ୍ୱପୂର୍ଣ୍ଣ ମୋଡ ଆଣିଥିଲା । ସେ ସଫଳତାର ସହ ପ୍ରଶିକ୍ଷଣ ଶେଷ କରିବା ପରେ ତାଙ୍କ ସାଥୀମାନଙ୍କ ମଧ୍ୟରେ “ଶ୍ରେଷ୍ଠ ପ୍ରଶିକ୍ଷାର୍ଥୀ’ ପୁରସ୍କାର ମଧ୍ୟ ପାଇଥିଲେ । ସରକାରୀ ଯୋଜନାରେ ଚାକିରି କରି ନିର୍ମଳା ଏବେ କେନ୍ଦୁଝରରୁ ଯୋଡ଼ା ପୌରପାଳିକାକୁ ବସ୍ ଚଳାଉଛନ୍ତି ଏବଂ ରୋଜଗାର କରି ପିଲାଙ୍କ ପାଠପଢ଼ା ପାଇଁ ସଂଚୟ ମଧ୍ୟ କରୁଛନ୍ତି ।

ମାର୍ଚ୍ଚ ୮ରେ ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଟାଟା ଷ୍ଟିଲ ଫାଉଣ୍ଡେସନ (ଟିଏସ୍‌ଏଫ୍‌) ନିଜ ନିଜ କ୍ଷେତ୍ରରେ ଉତ୍କର୍ଷ ପ୍ରଦର୍ଶନ କରିଥିବା ତିନି ଜଣ ମହିଳାଙ୍କ ସଫଳତାକୁ ମାନ୍ୟତ ପ୍ରଦାନ କରିଛି ।

Share

Leave a Reply

Your email address will not be published. Required fields are marked *

fifteen − 4 =