ପୁଣି ନୂଆ ଅବତାରରେ କଙ୍ଗନା

ବଲିଉଡର ହଟ୍କେ ଗାର୍ଲ କଙ୍ଗନା ରାଣାୱତ ପୁଣି ଏକ ଆକ୍ସନ୍ ଥ୍ରିଲର୍ରେ ନଜର ଆସିବେ। ତାଙ୍କ ଆଗାମୀ ଫିଲ୍ମର ‘ଧକଡ’ରେ ସେ ଏକ ନୂଆ ଅବତାରରେ ଦର୍ଶକଙ୍କ ସାମ୍ନାକୁ ଆସିବେ। ନିକଟରେ ମୁକ୍ତିଲାଭ କରିଥିବା ଫିଲ୍ମ ‘ଧଡକ’ର ଟିଜରରେ ତାଙ୍କ ଆକ୍ସନ ଅବତାରରେ ଦେଖିବାକୁ ମିଳୁଛି। ଟିଜରରେ କଙ୍ଗନାଙ୍କ ବହୁମୁଖୀ ପ୍ରତିଭାକୁ ଦର୍ଶକମାନେ ପସନ୍ଦ କରିଛନ୍ତି। ମେସିନଗନ୍ ଚଲାଉଥିବା ଓ ମୁହଁରେ କ୍ଷତ ଚିହ୍ନ ଥିବା କଙ୍ଗନାଙ୍କ ଏହି ଲୁକ୍ ସବୁଠାରୁ ଅଲଗା ହୋଇଛି। ଇଣ୍ଟରନେଟ୍ରେ ୟୁଟ୍ୟୁବରେ କଙ୍ଗନାଙ୍କର ଏହି ଟିଜରକୁ ୨୪ ଘଣ୍ଟାରେ ୩ ଲକ୍ଷରୁ ଅଧିକ ଲୋକ ଦେଖିଛନ୍ତି। କଙ୍ଗନା ଏହି ଟିଜର ଲଞ୍ଚ୍ ହେବା ପରେ କହିଛନ୍ତି, ଫିଲ୍ମରେ ଯେଉଁ ବନ୍ଧୁକର ବ୍ୟବହାର କରାଯାଇଛି ତାହା ଏକ ଅସଲି ବନ୍ଧୁକ ଓ ଏହା ବହୁତ ଭାରୀ ଥିଲା।

Share

Leave a Reply

Your email address will not be published. Required fields are marked *

10 + 19 =