ମୋଦିକେୟାର ଲିମିଟେଡ୍ ପକ୍ଷରୁ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ କେୟାର ପ୍ୟାକେଜ୍‌

ଭୁବନେଶ୍ୱର: ଏହି ଆନ୍ତର୍ଜାତିକ ମହିଳା ଦିବସରେ ମୋଦିକେୟାର ଲିମିଟେଡ୍ ପକ୍ଷରୁ ସ୍ୱତନ୍ତ୍ର କେୟାର ପ୍ୟାକେଜ୍ ଉପସ୍ଥାପନ କରାଯାଇଛି ଯେଉଁଥିରେ ବିଳାସପୂର୍ଣ୍ଣ ପରଫ୍ୟୁମଠାରୁ ଆରମ୍ଭ କରି ସ୍କିନ୍‌କେୟାର, ୱେଲନେସ୍ ଉତ୍ପାଦ ଆଦି ରହିଛି । ମହିଳା ଦିବସକୁ ଅଭୁଲା ଓ ସ୍ମରଣୀୟ କରିବା ଲାଗି ଏହି କେୟାର ପ୍ୟାକେଜ୍‌ରେ ଆପଣଙ୍କ ମାତାଙ୍କଠାରୁ ଆରମ୍ଭ କରି ସବୁଠୁ ବଡ଼ ବନ୍ଧୁ ଓ ସହଧର୍ମିଣୀଙ୍କ ପାଇଁ ବହୁତ କିଛି ରହିଛି । ସେଗୁଡ଼ିକ ନିଶ୍ଚିତ ରୂପେ ଖୁସିି ଓ ଉଲ୍ଲାସ ଆଣିଦେବ ।

ମୋଦିକେୟାରର ହେମ୍ପ୍ ଲ୍ୟାବ୍ ବର୍ଗମାଳାରେ ରହିଛି ସ୍କିନ୍‌କେୟାର ଉତ୍ପାଦ ଯଥା ହେମ୍ପ୍ ସିଡ୍ ଅଏଲ୍ ଓ ମିଟାମିନ୍ ସି ଯାହାକୁ ଚର୍ମର କ୍ଷତିକୁ ଦୂର କରିବା ଓ ସତେଜ କରିବା ଲାଗି ପ୍ରସ୍ତୁତ କରାଯାଇଛି । ତିନି ବର୍ଷ ଗବେଷଣାରେ ପ୍ରସ୍ତୁତ କରାଯାଇଥିବା ଏହି ଉତ୍ପାଦର ଦାମ୍ ୯୦୦ ଟଙ୍କାରୁ ଆରମ୍ଭ ହୋଇଛି । ହେମ୍ପ୍ ଲ୍ୟାବ୍ ବର୍ଗମାଳାରେ ଫେସ୍‌ୱାସ୍‌, ସ୍କ୍ରବ୍‌, ସିରମ୍‌, ଫେସ୍ ଅଏଲ୍ ଓ ଫେସ୍ ମଏଶ୍ଚରାଇଜର୍ ଭଳି ପାଂଚ ଉତ୍ପାଦ ରହିଛି । ହାଲୁକା ଓ ଶୀଘ୍ର ଶୋଷି ହୋଇଯାଉଥିବା ଏହି ଉତ୍ପାଦଗୁଡ଼ିକ ଚର୍ମକୁ ଶୀଘ୍ର ସଚେତ କରି ପ୍ରାକୃତିକ ଉଜ୍ଜ୍ୱଳତା ପ୍ରଦାନ କରିବ । ଏଥିରେ ପାରାବେନ୍ ଓ ସଲ୍‌ଫେଟ୍ ଭଳି ହାନିକାରକ ଉପାଦାନ ନାହିଁ ।

ମୋଦି କେୟାରର ମିଷ୍ଟିକ୍ ଟଚ୍ ପରଫ୍ୟୁମ୍ ଦାମ୍ ୨୪୦୦ ଟଙ୍କାରୁ ଆରମ୍ଭ ହୋଇଛି । ପେଟା ସାର୍ଟିଫିକେସନ୍ ସହ ଏହାକୁ ୧୦୦% କ୍ରୁରତାମୁକ୍ତ ଭାବେ ପ୍ରସ୍ତୁତ କରାଯାଇଛି । ଏଥିରେ ଥିବା ହ୍ୱିସ୍‌ପର୍ ପରଫ୍ୟୁମ୍‌ରେ ଲେମ୍ବୁ ଓ ମିଂଟ୍‌ର ସୁଗନ୍ଧ ଥିବା ବେଳେ ସିଲ୍କ ମ୍ୟୁଜ୍‌ରେ ଫୁଲର ସୁଗନ୍ଧ ରହିଛି ।

ମହିଳାଙ୍କ ପାଇଁ ମଲ୍‌ଟିଭିଟାମିନ୍ ମଲ୍‌ଟିମିନେରାଲ୍‌କୁ ଏଭଳି ପ୍ରସ୍ତୁତ କରାଯାଇଛି ଯାହା ସାରାଦିନ ପାଇଁ ପୁଷ୍ଟି ପ୍ରଦାନ କରିବ । ଏଥିରେ ୧୨ ଭିଟାମିନ୍‌, ୧୧ ମିନେରାଲ୍‌, ୪ ଜଡ଼ିବୁଟି, ୩ ଆମିନୋ ଏସିଡ୍ ଓ ଆଂଟିଅକ୍ସିଡାଂଟ୍ ଉପାଦାନ ଭଳି ୩୦ ପ୍ରକାର ଆବଶ୍ୟକ ପୁଷ୍ଟି ଉପାଦାନ ରହିଛି । ଏହାର ଦାମ୍ ୯୯୯ ଟଙ୍କା ରହଛି । ସେଥିରେ ସତାବର, ଅଶୋକା, ତୁଳସୀ, ହଳଦୀ ଆଦିର ଗୁଣ ରହିଛି ।

ମୋଦିକେୟାର ୱେଲ୍ ଅଲ୍ ପ୍ଲାଂଟ୍ ପ୍ରୋଟିନ୍ ପାଉଡର୍‌ର ୨୦୦ ଗ୍ରାମ ଦାମ୍ ୧୦୮୦ ଟଙ୍କା ଓ ୫୦୦ ଗ୍ରାମ୍ ଦାମ୍ ୨୩୩୯ ଟଙ୍କା ରହିଛି । ଏହା ଦୈନନ୍ଦୀନ ଜୀବନରେ ଉଚ୍ଚ ଶକ୍ତିକୁ ବଜାୟ ରଖିବା ସହ ମାଂସପେଶୀକୁ ଗଠନ କରି କ୍ଷତିଗ୍ରସ୍ତ କୋଷକୁ ବଢ଼ିବାରେ ସହାୟକ ହେବ ।

ସେହିପରି ମୋଦିକେୟାର ଉତ୍ପାଦ ବର୍ଗମାଳାରେ ଗମି ଭିଟାମିନ୍ ମଧ୍ୟ ରହିଛି ଯାହା ସ୍ୱାସ୍ଥ୍ୟ ଓ ବିଉଟି ଶିଳ୍ପର ଚମତ୍କାର ଆଣିଛି । ଏହାର ଦାମ ୬୯୯ ଟଙ୍କାରୁ ଆରମ୍ଭ ହୋଇଛି । ଏହି ଗମିଗୁଡ଼ିକ ୧୦୦% ପ୍ରାକୃତିକ । ଏଥିରେ ୱେଲ୍ ହେୟାର, ସ୍କିନ୍ ଓ ନେଲ୍ ଗମି, ୱେଲ୍ ଡିଟକ୍ସ ଗମି, ୱେଲ୍ ସାର୍ପ ଆଇ ଗମି ୱେଲ ୟମି-ଟମିନ୍ ଗମି ରହିଛି ।

Share

Leave a Reply

Your email address will not be published. Required fields are marked *

2 × 4 =