ସୋନି ଇଣ୍ଡିଆ ପକ୍ଷରୁ ଅଡିଓ ଉତ୍ପାଦ ବର୍ଗ ପାଇଁ ସଙ୍ଗୀତ ଜଗତର ଚର୍ଚ୍ଚିତ ଚେହେରା “କିଙ୍ଗ’ଙ୍କୁ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତି

ଭୁବନେଶ୍ୱର: ସୋନି ଇଣ୍ଡିଆ ପକ୍ଷରୁ ସଙ୍ଗୀତ ଜଗତର ବିଶିଷ୍ଟ ବ୍ୟକ୍ତିତ୍ୱ କିଙ୍ଗ୍‌ଙ୍କୁ ଅଡିଓ ଉତ୍ପାଦ ବର୍ଗ ପାଇଁ ନୂଆ ବ୍ରାଣ୍ଡ୍ ଆମ୍ବାସାଡର ଭାବେ ନିଯୁକ୍ତ କରାଯିବା ସହ ସଙ୍ଗୀତକୁ ଶୁଦ୍ଧ ଭାବେ ଗ୍ରାହକଙ୍କୁ ପ୍ରଦାନ କରିବା ଲାଗି ଏହାର ପ୍ରତିବଦ୍ଧତାକୁ ଦୋହରାଇଛି । ସୋନିର ଏସ୍‌ଆର୍‌ଏସ୍‌-ଏକ୍ସଭି୮୦୦ ପାର୍ଟି ସ୍ପିକର ପାଇଁ “କିଙ୍ଗ ମିଟ୍‌ସ ଦି କିଙ୍ଗ୍‌’ ସହ ପ୍ରଥମ ଅଭିଯାନର ଶୁଭାରମ୍ଭ କରାଯାଇଛି ।
ସୋନି ଇଣ୍ଡିଆ ଯୁବପିଢ଼ିଙ୍କ ସହ ଏହାର ସମ୍ପର୍କକୁ ସୁଦୃଢ଼ କରିବାକୁ ଚାହୁଥିବା ବେଳେ କିଙ୍ଗ୍‌ଙ୍କ ସହିତ କଂପାନିର ସହଯୋଗିତା ସଙ୍ଗୀତକୁ ଗ୍ରାହକମାନଙ୍କ ହୃଦୟର ନିକଟତର କରିବ । ସଙ୍ଗୀତ ପ୍ରତି କିଙ୍ଗ୍‌ଙ୍କ ପ୍ରବଳ ଆଗ୍ରହ ଓ ଉଚ୍ଚ ମାନର ସାଉଣ୍ଡ୍‌କୁ ପ୍ରଶଂସା ସୋନିର ମୂଲ୍ୟବୋଧ ସହ ବେଶ ଖାପଖାଉଛି ।
ସୋନି ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ସୁନିଲ ନାୟାର କହିଛନ୍ତି ଯେ, “ସୋନି ଇଣ୍ଡିଆ ଉଚ୍ଚ ମାନର ଅଡିଓ ଉତ୍ପାଦ ପ୍ରଦାନ କରିବାକୁ ପ୍ରତିବଦ୍ଧ ଯାହା ସାରା ଦେଶର ସଙ୍ଗୀତପ୍ରେମୀଙ୍କ ମନକୁ ଛୁଇଁବ । ଅଡିଓ ଉତ୍ପାଦ ପାଇଁ କିଙ୍ଗ୍‌ଙ୍କୁ ଆମର ବ୍ରାଣ୍ଡ୍ ଆମ୍ବାସାଡର ଭାବେ ପାଇ ଆମେ ରୋମାଂଚିତ । ଗ୍ରାହକମାନଙ୍କୁ ସବୁଠୁ ଉତ୍କୃଷ୍ଟ ଅଡିଓ ଅନୁଭୂତି ପ୍ରଦାନ କରିବା ଲାଗି ଉଭୟଙ୍କ ରହିଥିବା ସମାନ ଲକ୍ଷ୍ୟ ଦୃଷ୍ଟିରୁ ଏହି ସହଯୋଗିତାର ବେଶ ଗୁରୁତ୍ୱ ରହିଛି । ଯୁବପିଢ଼ିଙ୍କ ମଧ୍ୟରେ କିଙ୍ଗ୍‌ଙ୍କ ଲୋକପ୍ର୍ରିୟତା ଓ ସଙ୍ଗୀତ ପ୍ରତି ତାଙ୍କ ସମର୍ପଣ ଭାବ ଅଡିଓ ବର୍ଗ ପ୍ରତି ଆମର ରହିଥିବା ଲକ୍ଷ୍ୟ ସହ ବେଶ ଖାପଖାଉଛି । ମିଳିତ ଭାବେ ଆମେ ଉତ୍କର୍ଷ ପାଇଁ ଓ ନିୟୁତାଧିକ ଭାରତୀୟଙ୍କ ନିକଟରେ ସଙ୍ଗୀତର ଯାଦୁ ପହଂଚାଇବାକୁ ଉଦ୍ୟମ କରିବୁ ।’’
ଏହି ସହଯୋଗିତା ସମ୍ପର୍କରେ ସୋନି ଇଣ୍ଡିଆର ଅଡିଓ ଆମ୍ବାସାଡର କିଙ୍ଗ୍ କହିଛନ୍ତି ଯେ, “ଜଣେ ସଙ୍ଗୀତକାର ଭାବେ ମୋ ଜୀବନ ଗଢ଼ି ଉଠୁଥିବା ବେଳେ ମୁଁ ସୋନିର ଜଣେ ବହୁତ ବଡ଼ ପ୍ରଶଂସକ ଥିଲି । ମୋ ଜୀବନରେ ସୋନିର ବହୁତ ବଡ଼ ଭୂମିକା ରହିଛି । ମୋ ପାଇଁ ସଙ୍ଗୀତ ଉପସ୍ଥାପନ କରିଥିବା ଏକ ବ୍ରାଣ୍ଡ୍ ଭାବେ ସୋନି ପରିବାରର ସହିତ ଯୋଡ଼ି ହୋଇ ମୁଁ ବେଶ ରୋମାଂଚିତ । ସଙ୍ଗୀତ ପ୍ରତି ମୋର ଅଭିଳାଷ ଓ ସୋନିର ବିଶ୍ୱସ୍ତରୀୟ ଅଡିଓ ଉତ୍ପାଦ ମିଳିତ ଭାବେ ଉତ୍କୃଷ୍ଟ ଅଡିଓ ଅନୁଭୂତିର ଦୁନିଆରେ ଆଗକୁ ଏକ ଉଲ୍ଲେଖନୀୟ ଯାତ୍ରା ପାଇଁ ମଂଚ ପ୍ରସ୍ତୁତ କରିପାରିଛି ।’’
ଭାରତରେ ସୋନି ବ୍ୟାପକ ବର୍ଗର ପ୍ରିମିୟମ୍ ଅଡିଓ ଉତ୍ପାଦ ପ୍ରଦାନ କରୁଛି ଯାହା ଗ୍ରାହକମାନଙ୍କ ଉଦୀୟମାନ ଆବଶ୍ୟକତା ପୂରଣ କରୁଛି । ଆମର ପ୍ରମୁଖ ଏ ସିରିଜ୍ ପ୍ରିମିୟମ୍ ସାଉଣ୍ଡ୍‌ବାର୍ ଜରିଆରେ ଆମେ ନିଜକୁ ଅନ୍ୟମାନଙ୍କଠାରୁ ଅଲଗା ଭାବେ ପ୍ରଦର୍ଶିତ କରିବାକୁ ଲକ୍ଷ୍ୟ ରଖିଛୁ । ସୋନିର ସ୍ପାଟିଆଲ୍ ସାଉଣ୍ଡ୍ ମ୍ୟାପିଂ ଘରେ ସିନେମା ହଲ୍ ଭଳି ଅନୁଭବ ପ୍ରଦାନ କରିବ । ଅଡିଓ ବର୍ଗରେ ସୋନିର ଅଗ୍ରଣୀ ସ୍ଥାନ ରହିଛି । ୧୫ ହଜାର ଟଙ୍କାରୁ ଅଧିକ ମୂଲ୍ୟର ସାଉଣ୍ଡ୍‌ବାର୍ ବର୍ଗରେ କଂପାନିର ବଜାର ଅଂଶ ୫୬% ରହିଛି ।

Share

Leave a Reply

Your email address will not be published. Required fields are marked *

17 − 14 =